ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଲିଆ ଶୈବପୀଠ ରେ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ

ଡାବୁଗାଁ, ୧/୨ (ମ.ନି.ସ.)-ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଚଚରାଗୁଡା ପଞ୍ଚାୟତ ଅଧୀନ କେଲିଆ ଶୈବପୀଠ ରେ ଶିବରାତ୍ରି ପାଳିନ ନେଇ ବୁଧବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହଇଯାଇଛି । ଫେବୃଆରୀ ମାସ ୧୮ ତାରିଖରେ ମହାଶିବରାତ୍ରି ଥିବାରୁ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନବରଙ୍ଗପୁର ଜିଲାର ବିଖ୍ୟାତ ଶୈବପୀଠ କେଲିଆରେ ପ୍ରତିବର୍ଷ ହଜାର ହଜାର ଶୈବ ଭକ୍ତଙ୍କ ଜନସମାଗମ ଦେଖିବାକୁ ମିଳେ । ଏବର୍ଷ କରୋନା କଟକଣା ନଥିବା ଯୋଗୁଁ ମନ୍ଦିର କମିଟି ତରଫରୁ ଭକ୍ତଙ୍କ ସୁରକ୍ଷା କୁ ବିଶେଷ ଭାବରେ ଧ୍ୟାନ ଦିଆଯିବ ବୋଲି ମନ୍ଦିର କମିଟିର ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ । ଏହା ଖାଲି ଶୈବପୀଠ ନୁହେଁ ଓଡ଼ିଶାର ଏକ ପର୍ଯ୍ୟଟନ ସ୍ଥଳି ମଧ୍ୟ । ଏଠାରେ ଦର୍ଶନ ପାଇଁ ଜିଲା ବାହାରୁ ତଥା ପଡୋଶୀ ରାଜ୍ୟ ଛତିଶଗଡ଼ ରୁ ମଧ୍ୟ ଭକ୍ତ ଆସନ୍ତି । ଶିବ ମନ୍ଦିର ଠାରୁ ଜଙ୍ଗଲ ମଧ୍ୟ ଦେଇ ୨ କି.ମି ପାଦଚଲା ରାସ୍ତାରେ ଗଲେ ଏକ ପର୍ବତ ଗୁମ୍ଫାରେ ମାଁ ପାର୍ବତୀଙ୍କ ମନ୍ଦିର ଅବସ୍ଥିତ ଯାହାକି କେଲିଆ ମନ୍ଦିରର ଏକ ମୁଖ୍ୟ ଆକର୍ଷଣ ଅଟେ । ଏହା ଏକ ପଞ୍ଜିକୃତ କମିଟି ଦ୍ୱାର ପରିଚାଳିତ । ଏହି ପ୍ରସ୍ତୁତି ବୈଠକରେ ମନ୍ଦିର କମିଟିର ସଭାପତି ସ୍ଥାନୀୟ ତହସିଲଦାର କୃଷ୍ଣ ଚନ୍ଦ୍ର ଦାସ, ସମ୍ପାଦକ ଦେବରାଜ ପାତ୍ର, ଡାବୁଗାଁ ବ୍ଲକ ଅଧକ୍ଷା ବିଣା ମାଝୀ, ଆଇଆଇସି ସୁନୀଲ କୁମାର ପ୍ରଧାନ, ଅତିରିକ୍ତ ତହସିଲଦାର ସତୀଶ କୁମାର ବୈନି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଏଏସଆଇ ଶିଶିର କୁମାର ଘୋଷ, ସୁରେନ୍ଦ୍ର କୁମାର ମିଶ୍ର, ଚଚରାଗୁଡା ପୂର୍ବତନ ସରପଞ୍ଚ ଧର୍ମାନନ୍ଦ ନାୟକ, ସୂର୍ଯ୍ୟ ସୁବୁଦ୍ଧି, ନବୀନ ପାଢୀ, ଭାଗିରଥି ମାଝି, ପଦ୍ମ ମାଝି, ଭଗବାନ ଖୁଣ୍ଟିଆ ଓ ଅନ୍ୟ ମାନେ ଯୋଗ ଦେଇଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଜ୍ଯ ସରକାର ଙ୍କୁ ଚରମ ପତ୍ର ପ୍ରଦାନ କଲା ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ

ଜୁନାଗଡ଼ ଓ ଧର୍ମଗଡଜିଲ୍ଲା ଦାବୀ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ।୬ଟି ବ୍ଲକ ଓ ୨ ଏନଏସିକୁ ନେଇ କେନ୍ଦ୍ରୀୟ କମିଟି ଗଠନ ନିଷ୍ପତି 

masiha

ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି କୋଷାଗୁମୁଡା ବ୍ଲକ ସଦର ମହକୁମା! ମୋଦି ଜି ଙ୍କ ସ୍ୱଚ୍ଛ ଭାରତ ସ୍ବପ୍ନ ସାକାର ହେବ ବା କେବେ ?

masiha

Leave a Comment

error: Content is protected !!