ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକ ବ୍ରାହ୍ମଣ ସମିତିର ୧୪ତମ ପ୍ରତିଷ୍ଠା ଦିବସ ପାଳିତ

ବାଲେଶ୍ଵର,୦୧/୦୨/୨୩- ବାଲେଶ୍ଵର ଜିଲ୍ଲା ଖଇରା ଆଞ୍ଚଳିକ ବ୍ରାହ୍ମଣ ସମିତିର ୧୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ନୟାଖଣ୍ଡି ଗ୍ରାମ ସାମିଲ ବିଦ୍ଯାଧରପୁର ଶାସନରେ ସଭାପତି ପଣ୍ଡିତ ଜଳଧର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଜିଲ୍ଲା ଉପ-ସଭାପତି ପଣ୍ଡିତ ଶକ୍ତିପଦ ପଣ୍ଡା, ମୁଖ୍ୟବକ୍ତା ରାଜ୍ୟ ମହାସଭା ଉତ୍ତର ପୂର୍ବ ଉପ-ସଭାପତି ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ, ସମ୍ମାନିତ ଅତିଥି ଭାବେ ସୋର ବ୍ଲକ ସଭାପତି ପଣ୍ଡିତ ସଚ୍ଚିଦାନନ୍ଦ ଦ୍ବିବେଦୀ, ଔପଦା ସମ୍ପାଦକ ପଣ୍ଡିତ ଦୈତାରୀ ପାଢୀ, ଉପଦେଷ୍ଟା ଭାବେ ପଣ୍ଡିତ ଗୌର ଚନ୍ଦ୍ର ପାଠୀ, ରେମୁଣା ସମ୍ପାଦକ ପଣ୍ଡିତ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଓ ପଣ୍ଡିତ ମୁକ୍ତିକାନ୍ତ ଶତପଥୀ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏଥିସହିତ ବ୍ଲକର ସମସ୍ତ ଜୋନର କର୍ମକର୍ତ୍ତା ତଥା ପଞ୍ଚାୟତ କର୍ମକର୍ତ୍ତା ଯଥା- ପଣ୍ଡିତ ବିଷ୍ଣୁ ମୋହନ ଶତପଥୀ, ପଣ୍ଡିତ ବାସୁଦେବ ପଣ୍ଡା, ପଣ୍ଡିତ ରାମଚନ୍ଦ୍ର ପଣ୍ଡା, ପଣ୍ଡିତ ମଧୁସୂଦନ ଆଚାର୍ଯ୍ୟ, ପଣ୍ଡିତ ଯଦୁନାଥ ନନ୍ଦ, ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ପଣ୍ଡିତ କୃଷ୍ଣ ଚନ୍ଦ୍ର ଦାଶ, ପଣ୍ଡିତ ଅର୍ଜୁନ ଚରଣ ଶତପଥୀ, ପଣ୍ଡିତ ନାରାୟଣ ପଣ୍ଡା, ପଣ୍ଡିତ ବିଶ୍ବନାଥ ଦାଶ, ପଣ୍ଡିତ ହରେକୃଷ୍ଣ ପାଢ଼ୀ, ପଣ୍ଡିତ ବିଭୂତି ଭୂଷଣ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ମଞ୍ଚ ପରିଚାଳନା କରିଥିଲେ ପଣ୍ଡିତ ବୁଦ୍ଧିରାମ ପାଣିଗ୍ରାହୀ, କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ପଣ୍ଡିତ ଉଦୟ ନାରାୟଣ ଶତପଥୀ ଓ ପଣ୍ଡିତ ଅମଧୁସୂଦନ ଦାଶ । ସ୍ବର୍ଗତ ପଣ୍ଡିତ ଶ୍ଯାମସୁନ୍ଦର ଶତପଥୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରଦୀପ ପ୍ରଜ୍ଜ୍ବଳନ ଓ ବେଦପାଠ କରିଥିଲେ ପଣ୍ଡିତ ଅନାମାନନ୍ଦ ଦାଶ, ଗୀତା ପାଠ କରିଥିଲେ ପଣ୍ଡିତ ଦ୍ବାରିକା ନାଥ ଶତପଥୀ, ଭାଗବତ ପାଠ କରିଥିଲେ ପଣ୍ଡିତ ଆକାଶ କୁମାର ପଣ୍ଡା । ସମ୍ପାକୀୟ ପାଠ କରିଥିଲେ ପଣ୍ଡିତ ରମାକାନ୍ତ ଶତପଥୀ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପଣ୍ଡିତ ଦ୍ବାରିକା ନାଥ ଶତପଥୀ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଝାରକଟା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପିତୃ ବିୟୋଗ 

masiha

ବସ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ଆହତ, କୋକସରା ଡାକ୍ତରଖାନାରେ ଭର୍ତ୍ତି

Sunil Chandra Nayak

କଲ୍ୟାଣସିଂହପୁର ପ୍ରେସ୍ କ୍ଳବ ର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!