ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲ୍ୟାଣ ରାୟ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ସମ୍ପନ୍ନ

ରାଉରକେଲା/ ସ୍ଥାନୀୟ ହମିରପୁର ସ୍ଥିତ ସହରର ଜଣାଶୁଣା ଶିକ୍ଷାନୁଷ୍ଠାନ କଲ୍ୟାଣୀ ରାୟ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ସମ୍ପନ୍ନ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ କମଳାକାନ୍ତ ଦାସ କାର୍ଯ୍ୟକ୍ରମରେ ସଭାପତିତ୍ଵ କରି ବିଶ୍ବକପ ହକି ଉପଲକ୍ଷେ ହକିକୁ ପ୍ରୋତ୍ସାହନ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ହକି କ୍ରୀଡା ପ୍ରତି ଆତ୍ମିୟତା ଉଦ୍ରେକ କରିବା ନିମନ୍ତେ ମହାବିଦ୍ୟାଳୟରେ ଏକ ମାସବ୍ଯାପୀ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା, ଶୋଭାଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏତଦବ୍ୟତୀତ ବାର୍ଷିକ କ୍ରୀଡା ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ ପାଠପଢା ସହ କ୍ରୀଡାର ମହତ୍ତ୍ବ ବିଷୟରେ ଆଲୋକପାତ କରିବା ସହ କହିଲେ ଛାତ୍ର ଜୀବନ ହେଉଛି ଘୋର ତପସ୍ୟା ଓ ପ୍ରତିଜ୍ଞାର ସମୟ, ଯେଉଁ ସମୟରେ ବହୁ ପ୍ରକାରର ବିପଥଗାମୀ ହେବାର ସୁଯୋଗ ଆସି ପହଞ୍ଚିଥାଏ । ହେଲେ ନିଜ ଭିତରେ ଆଧ୍ୟାତ୍ମିକତା ସୃଷ୍ଟି କରି ସେସବୁ ଠାରୁ ଦୂରରେ ରହି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ରାଉରକେଲାରେ ୧୫ ମାସ ଭିତରେ ବିଶ୍ବର ସର୍ବଶ୍ରେଷ୍ଠ ହକି ଷ୍ଟାଡିୟମ୍ ନିର୍ମାଣ କରି ଏଠାରେ ବିଶ୍ବକପ ହକି ସଫଳ ଆୟୋଜନ କରିଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଙ୍କୁ ସେ କୃତଜ୍ଞତା ଓ ଧନ୍ଯବାଦ ଜ୍ଞାପନ କରିଥିଲେ । ଏହି ଅବସରରେ ଅଧ୍ୟାପିକା ପ୍ରୀତି କୁମାରୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉତ୍ତମ ଚରିତ୍ର ଗଠନ ତା ଭଳ ମଣିଷ ହୋଇ ଭବିଷ୍ଯତରେ ନିଜକୁ ଦେଶ ଗଠନରେ ନିୟୋଜନ କରିବାକୁ ପରାମର୍ଶ ଦେଇଥିଲେ । ଅଧ୍ୟାପକ ହରିଶଙ୍କର ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ବାର୍ଷିକ କ୍ରୀଡା ଉତ୍ସବ ଉପଲକ୍ଷେ ଆୟୋଜିତ ବିଭିନ୍ନ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ତଥା ଅନ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ । ବାଳକ ବର୍ଗରେ ଦ୍ବିତୀୟ ବର୍ଷର ବିଜ୍ଞାନ ଛାତ୍ରୀ ଅମିୟ କୁମାର ଓରାମ୍ ଚଳିତ ବର୍ଷର ଚମ୍ପିୟାନ ହୋଇଥିବା ବେଳେ ବାଳିକା ବର୍ଗରେ ପ୍ରଥମ ବର୍ଷର କଳା ଛାତ୍ରୀ ସଞ୍ଜନା କ୍ଷେତ୍ରୀ ଚମ୍ପିଆନ୍ ହୋଇ ପୁରସ୍କୃତ ହୋଇଥିଲେ । ଶେଷରେ ଅଧ୍ୟାପିକା ସୁଜାତା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ବରିଷ୍ଠ ଅଧ୍ଯାପିକା ଡଃ ସରିତା ମଲ୍ଲ, ମିନତୀ ଦୀପ, ମିନାକ୍ଷୀ ସାହୁ, ପ୍ରତିଭା ଅଧକାରୀ, ସୁଜାତା କିଣ୍ଡୋ, ଅଭିରାମ ସାଗରିଆ, ସୌମ୍ୟରଞ୍ଜନ ଦାସ, ଫାଲଗୁନୀ ପଣ୍ଡା, ଅନୁପମା ତନ୍ତୀ, ଅଞ୍ଜନ ଦାସ ପ୍ରମୁଖ ମହାବିଦ୍ୟାଳୟର ଅଧ୍ଯାପକ ଓ ଅଧ୍ୟାପିକା, ମହାବିଦ୍ୟାଳୟର କର୍ମଚାରୀ କିରଣ ବାଳା ସ୍ବାଇଁ, ଅରକ୍ଷିତ ସାହାଣୀ, ବ୍ରଜେନ୍ଦ୍ର କର, କାନନ କର ଚୌଧୁରୀ, ମଞ୍ଜୁଲତା ଦାସ, ଦୁଷ୍ମନ୍ତ ବେହେରା, ରମେଶ ଚନ୍ଦ୍ର ସାହୁ, ଅଶୋକ ମିଶ୍ର, ସୁଖନାଥ ତିର୍କୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ବିଶିଷ୍ଟ ଓଡିଶୀ ନୃତ୍ୟ ଶିଳ୍ପୀ ସନ୍ଦିପ ଦାସ ଆକର୍ଷଣୀୟ ମଙ୍ଗଳାଚରଣ ପରିବେଷଣ କରିଥିଲେ 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ତେନ୍ତୁଳିପଡାରେ ଶ୍ରୀରାମ ନବମୀ ସମାରୋହରେ ପାଳିତ

Sunil Chandra Nayak

ସାମ୍ବାଦିକ ଙ୍କ ପିତୃ ବିୟୋଗ

masiha

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଯୋରନ୍ଦା ର ଉଭୟ ଗୋଷ୍ଠୀ ସନ୍ୟାସୀ ମାନଙ୍କ ସହିତ ଆଲୋଚନା 

Sunil Chandra Nayak

Leave a Comment

error: Content is protected !!