ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ତିର୍ତୋଲ ବ୍ଲକ ପରିସରରେ ବଜରଙ୍ଗ ଵାଲୀଙ୍କ ମନ୍ଦିର ପ୍ରତିଷ୍ଠାର ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମ 

ତିର୍ତ୍ତୋଲ : – 01/02/23 – ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ପରିସରରେ ଗତ ମଙ୍ଗଳବାର ଠାରୁ ଆସନ୍ତା ଫେବୃଆରୀ ଦୁଇତାରିଖ ପର୍ଯ୍ୟନ୍ତ ଶ୍ରୀଶ୍ରୀ ବଜରଙ୍ଗବାଲି ହନୁମାନଜୀଉ ଙ୍କ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲୁ ରହିଥିବାବେଳେ ଆଜି ଦ୍ଵିତୀୟ ଦିବସରେ ପହଞ୍ଚିଛି ! ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଆକର୍ଷଣ ଥିଲେ କୁଜଙ୍ଗ ବ୍ଲକ ଅଧୀନ ଢ଼ିଙ୍କିଆ ନୂଆଗାଁ ହନୁମାନ ବାଟିକାର ବାବା ଶ୍ରୀ ଶ୍ରୀ ରାଜୀବ ଲୋଚନ ଦାସ (ରାଜୁ ବାବା) ! ଅତୀବ ସରଳ ସାବଲୀଳ ଭାଷାରେ ବାବାଙ୍କର ଆଧ୍ୟାତ୍ମିକ ପ୍ରବଚନକୁ ମନ୍ତ୍ରମୁଗ୍ଧ ଭଳି ଶ୍ରବଣ କରୁଥିଲେ ଉପସ୍ଥିତ ଭକ୍ତବୃନ୍ଦ ! ବ୍ଲକ ଉନ୍ନୟନ ଅଧିକାରୀ ଅଟଳବିହାରୀ ସ୍ୱାଇଁ, ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ଓ ବ୍ଲକର ସମସ୍ତ ପଦାଧିକାରୀ ଙ୍କ ଉପସ୍ଥିତିରେ ହନୁମାନଜୀ ଙ୍କ ଚାଳିଶା ପ୍ରବଚନ ଆଦି ଅନୁଷ୍ଠିତ ହୋଇ ଥିଲା ! ପଣ୍ଡିତ ଚିତ୍ତରଞ୍ଜନ ରଥଙ୍କ ପୌରାହିତ୍ୟ ରେ ଯଜ୍ଞକାର୍ଯ୍ୟ ଚାଲୁ ରହିଥିବା ବେଳେ ଏହା ଆସନ୍ତାକାଲି ପୂର୍ଣ୍ଣାହୁତି ସହ ସମାପନ କରାଯିବାର ଅଛି ବୋଲି ଜାଣିବାକୁ ମିଳିଥିଲା !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ସୁନାବେଶରେ ଝଲସିଲେ ଚତୁର୍ଦ୍ଧାମୂର୍ତ୍ତି 

Sunil Chandra Nayak

ଖଇରମାଲ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ବାଲିଗୁଡ଼ା ବନଖଣ୍ଡ ରୁ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରା ରେ ରଥ ନିର୍ମାଣ ପାଇଁ କାଠ ଗଲା

Sunil Chandra Nayak

Leave a Comment

error: Content is protected !!