ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଡାକ୍ତର ଖାନରେ ଡାଇଲିସିସ ରେ ଘୋ୍ର ଅବ୍ୟବସ୍ଥା । କିମିସ ମେଡ଼ିକାଲ ର ନେଗୀଟିଭ ରିପୋର୍ଟ ଫୁଲବାଣୀ ରେ ପଜିଟିଭ । ରୋଗୀ ଖର୍ଚ୍ଚାନ୍ତ ରେ ପଢୁଛି

କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଡାକ୍ତରଖାନା ସ୍ଥିଥ ଡାଇଲିସିସ ଅବ୍ୟବସ୍ଥା ମଧ୍ୟରେ ଗତିକରୁଛି । ସୂଚନାଯୋଗ୍ୟ ଡାଇଲିସିସ ହେଉଥିବା ରୋଗୀ ବେଳେ ବେଳେ ଏସ ସି ବି ସଂକ୍ରମଣ ହୋଇଥାଏ । ତେବେ ଏହାର ସୁଯୋଗ ନେଇ ଫୁଲବାଣୀ ଡାକ୍ତର ଖାନା ଡାଇଲିସିସ କେନ୍ଦ୍ରର କର୍ମଚାରୀ ମାନେ ନେଗୀଟିଭ ରିପୋର୍ଟ ଥିବା ରୋଗୀ ଙ୍କୁ ପଜିଟିଭ ରିପୋର୍ଟ ବାହାରିଛି ବୋଲି ଡାଇଲିସିସ କରିବାକୁ ମନା କରୁଛନ୍ତି । ଯେଉଁ ଭୁବନେଶ୍ୱର ର ପ୍ରତିଷ୍ଠିତ ମେଡିକାଲ (କିମିସ, ଆପୋଲୋ ) ରୁ ପାଇଥିବା ନେଗେଟିଭ ରିପୋର୍ଟ ମେଡିକାଲ ରେ ପୋଜିଟିଭ ରିପୋର୍ଟ ହେଇଯାଉଛି। ବଡ଼ ବଡ଼ ହସ୍ପିଟାଲ ର ରିପୋର୍ଟ କୁ ଫୁଲବାଣୀ ଡାକ୍ତର ଖାନା ଚେଲେଞ୍ଜ କରିବା ସଦୃଶ୍ୟ ହେଉଛି । ଫଳରେ ରୋଗୀମାନେ ଡାଇଲିସିସ ହେବା ସୁଯୋଗ ପାଉନାହାନ୍ତି। ଭୁବନେଶ୍ୱର ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ।ଗୋଟେ ଡାଇଲିସିସ ଲାଇନ ୪୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ସମ୍ପ୍ରତି ଫୁଲବାଣୀ ଅରବିନ୍ଦ ନଗର ସ୍ଥିତ ରଞ୍ଜନ କୁମାର ମହାପାତ୍ର ନାମକ ଡାଇବେଟିସ ରୋଗୀ ଫୁଲବାଣୀରେ ଡାଇଲିସିସ କରି ନ ପାରି ଜୀବନ ବିକଳରେ ରାତି ରାତି ଭୁବନେଶ୍ୱର ଯାଇ ଦୁଇଟା ରାତି ରେ କିମିସ ରେ ଡାଇଲିସିସ କରାଇଥିଲେ । ରୋଗୀ ମହାପାତ୍ର ଙ୍କୁ ଗତ ମଙ୍ଗଳବାର ଡାଇଲିସିସ ପାଇଁ ଫୋନ କରି ଡାକିଥିଲେ । କିନ୍ତୁ ଏସ ସି ଵି ସଂକ୍ରମଣ ହୋଇଛି ବୋଲି ଫେରାଇ ଦେଇଥିଲେ। ଶ୍ରୀ ମହାପାତ୍ର ଭୁବନଶ୍ୱର କିମିସ ରେ ପୁନର୍ବାର ରକ୍ତ ପରୀକ୍ଷା କରି ଥିଲେ । ଏବଂ ରିପୋର୍ଟ ପୂର୍ବ ଭଳି ନେଗେଟିଭ ବାହାରିଲା ଓ ଡାଇଲିସିସ କରାଇଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଏସ୍‌ସିବି ମେଡ଼ିକାଲ୍‌ – କଟକରେ ଆରମ୍ଭ ହୋଇଛି ଅନଲାଇନ୍ ଆଉଟଡୋର୍ ରୋଗୀ ପଞ୍ଜିକରଣ ସେବା

Sunil Chandra Nayak

ଜେ ଏନ ଭି ଆଲୁମିନି ପକ୍ଷରୁ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

ବେଦାନ୍ତ ଲିମିଟେଡ୍ ପ୍ଲାଣ୍ଟ ହସ୍ପିଟାଲ ପରିସରରେ ମେଗା ରକ୍ତଦାନ ଶିବିର, ରେକର୍ଡସଂଖ୍ୟକ ୨୦୦ ୟୁନିଟ୍ ରକ୍ତ ସଂଗ୍ରୁହୀତ

Sunil Chandra Nayak

Leave a Comment

error: Content is protected !!