ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଣ୍ଡାର ବଜାର ଦର ବୃଦ୍ଧି କୁ ନେଇ ପ୍ରଶାସନ ନିକଟରେ ଦାବୀପତ୍ର ଓ ଆଲୋଚନା

କାମାକ୍ଷାନଗର(ମ ନି ସ)୦୧/୦୨_ଅଙ୍ଗନଓ୍ବାଡି କେନ୍ଦ୍ରରେ ଅଣ୍ଡାଯୋଗାଣ  ଓ ଅଣ୍ଡାର ଦର ବୃଦ୍ଧି ଯୋଗୁଁ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଏହାର ସମାଧାନ ପାଇଁ ଉପଜିଲ୍ଲାପାଳ ଙ୍କୁ ଦାବୀପତ୍ର ଓ ସିଡିପିଓ ଙ୍କସହ ଆଲୋଚନା ହୋଇଛି lପୂର୍ବରୁ ଅଙ୍ଗନୱାଡ଼ି କର୍ମୀ ମାନେଏକ ଦାବୀପତ୍ର ପ୍ରଦାନ କରିଥିଲେ,ପ୍ରଶାସନ ତରଫରୁ କିଛି ସୁଫଳ ହୋଇ ନଥିବା ବିଳମ୍ବ ହେବାରୁ ପୁନଃଅଣ୍ଡାଦରର ସଂଶୋଧନ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ lଏ ସଂପର୍କରେ ଉପଜିଲ୍ଲାପାଳ ଅନୁପସ୍ଥିତ ଥିବାରେ ସହ ଜିଲ୍ଲାପାଳ ମଦନ ମୋହନ ଜେନା ଙ୍କୁ ଦାବୀପତ୍ର ପ୍ରଦାନ ହୋଇଥିଲା।  ଅଲ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ଓ୍ବାକର୍ସ ଆସୋସିଏସନ୍ ର କାମାକ୍ଷାନଗର ଶାଖା ର କର୍ମୀ ର ସଭାନେତ୍ରୀ ହରପ୍ରିୟା ଓଝା ,ଉପ ସଭାନେତ୍ରୀ ମଞ୍ଜୁବାଳା ପୃଷ୍ଟି, ସଂପାଦିକା ଅରୁଣା ପୃଷ୍ଟିିି ଙ୍କ ସହ ଉପଦେଷ୍ଟା ଆଇନଜିବୀ ବିମଳ ବିଶ୍ୱାଳ,ଅକ୍ଷୟ କୁମାର ନନ୍ଦ ସମେତ ଅନ୍ୟ କର୍ମୀ ମାନେ ସିଡିପିଓ ସୌରେନ୍ଦ୍ରୀ ପଟେଲ୍ ଙ୍କୁ ସାକ୍ଷାତ ଆଲୋଚନା ହେବାପରେ ସଂଶୋଧନ କରିବା ଓ କରାଯିବା ପାଇଁ ପ୍ରସ୍ତାବ ଦେଈଥିଲେ। ବଜାରରେ ଅଣ୍ଡାରଦର ଅଧିକ ଥିବା ବେଳେ କାଯ୍ୟାଳୟ ତରଫରୁ କମ୍ ମୂଲ୍ୟ ମିଳୁଥିବା ସୂଚନା ମିଳିଛି।ଫଳରେv ହିତାଧିକାରୀ , ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ବଣ୍ଟନ କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଛି।

ଉପଖଣ୍ଡ ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

କରମ ପରବ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ  ୩୦ ଅଗଷ୍ଟରେ ସତନ୍ତ୍ର ଅତିଥି ଭାବେ ଜୟରାମ୍ ମାହାତୋ ଯୋଗଦେବେ

Sunil Chandra Nayak

ପାଞ୍ଚଟି ସନ୍ତାନ କୁ ଛାଡି ମା ଘରଛାଡି ପଳାଇଛନ୍ତି,ମା କୁ ଝୁରି ହେଉଛନ୍ତି ପିଲାମାନେ

Sunil Chandra Nayak

ଜିଲ୍ଲାପାଳ ତଥା କଳାହାଣ୍ଡି ଉତ୍ସବ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଲା ମଶାଲ କମିଟି 

masiha

Leave a Comment

error: Content is protected !!