ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣି ପଞ୍ଚାୟତ ପକ୍ଷ ପାଳିତ ଓ ସଚେତନତା ରଥ ର ଶୁଭାରମ୍ଭ କଲେ ଜଗତସିଂହପୁର ଜିଲ୍ଲା ପ୍ରଶାସନ

ଜଗତସିଂହପୁର :-01/02/23 :// ଚାଷୀମାନଙ୍କୁ ସଠିକ ସମୟରେ ପାଣି ଯୋଗାଇବାକୁ ପାଣି ପଞ୍ଚାୟତ ଗଠନର ଆବଶ୍ୟକତା କୁ ଆଖିଆଗରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପାଣି ପଞ୍ଚାୟତ ପକ୍ଷ ପାଳିତ ଓ ସଚେତନତା ରଥ ର ଶୁଭାରମ୍ଭ କରିଛନ୍ତି ! ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ଆୟୋଜିତ ଏହି ଶୁଭାରମ୍ଭ କାର୍ଯ୍ୟରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଜିଲ୍ଲାପାଳ ପାରୁଲ ପଟୱାରୀ ! ଏହି ପକ୍ଷ ପନ୍ଦର ଦିନ ଧରି ପାଳିତ ହେବ ଏବଂ ଚାଷୀମାନଙ୍କ ଲାଗି ସରକାରୀ ସ୍ତରରେ ଅନେକ ମଙ୍ଗଳ ଦାୟକ ସୁବିଧାକୁ ସମସ୍ତ ଚାଷୀ ଆପଣାନ୍ତୁ ବୋଲି ଶ୍ରୀମତୀ ପଟୱାରୀ କହିଥିଲେ ! ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗଦେଇ କହିଥିଲେ ଯେ ପାଣି ପଞ୍ଚାୟତ ଯୋଜନାରେ ସିଧାସଳଖ ଚାଷୀମାନଙ୍କ ପାଖରେ ପାଣି ପହଂଚି ପାରିବ ! ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଥିଲେ ଯେ ଉପକୂଳ ଅଞ୍ଚଳରେ ବିଶେଷକରି ଧାନ ଚାଷ କରାଯାଉଛି! ସେଥିପାଇଁ ଜଳର ଆବଶ୍ୟକତା ବେଶୀ, ତେଣୁ ଏହି ସମସ୍ୟାକୁ ପାଣି ପଞ୍ଚାୟତ ନିଶ୍ଚୟ ଦୁରକରିପାରିବ !ଜଳସମ୍ପଦ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ କୁମାର ଶତପଥି ଯୋଗଦେଇ କହିଲେକି ଏହି ପ୍ରକଳ୍ପ ମାଧ୍ୟମରେ ଜଳର ସୁଷମ ବଣ୍ଟନ ହୋଇପାରିବ ! କେନାଲ ଗୁଡିକର ରକ୍ଷଣା ବେକ୍ଷଣ ଠିକଭାବେ ହେବ ! ଏହି କାର୍ଯ୍ୟକ୍ରମରେ ମହାନଦୀ ସାଉଥ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ରାଜେଶ ମହାନ୍ତି,ବିଭିନ୍ନ ପାଣି ପଞ୍ଚାୟତର ସଭାପତି, ସମ୍ପାଦକ, କର୍ମୀ, ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିବାର ଦେଖାଯାଇଥିଲା !ପାଣି ପଞ୍ଚାୟତ ରଥକୁ ସମସ୍ତ ଅତିଥି ଉଦ୍ଘାଟନ କରିବା ସହିତ ଏହା ଚାଷୀମାନଙ୍କ ସଚେତନତା ପାଇଁ ଜିଲ୍ଲା ପରିକ୍ରମା କରିବ ବୋଲି ଘୋଷଣା କରିଥିବାର ଜାଣିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ 

masiha

ଶୃଖଂଳିତ ରଥଯାତ୍ରା ପାଇଁ ବିଭିନ୍ନ ବିଭାଗକୁ ନେଇ ସମନ୍ୱୟ ବୈଠକ ଆସନ୍ତା କାଲି ସୁଦ୍ଧା ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ଉପରେ ଗୁରୁତ୍ୱାରୋପ

Sunil Chandra Nayak

ପର୍ଯ୍ୟଟନ ସ୍ଥଳୀ ଡୋକରୀ ଚଞ୍ଚରା ସ୍ଥିତ ମଧୁ ମାଧବ ତୀର୍ଥକ୍ଷେତ୍ର କୁ ଶ୍ରୀରାମ ସେନା ପକ୍ଷରୁ ବାଇକ ଶୋଭାଯାତ୍ରା

masiha

Leave a Comment

error: Content is protected !!