ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିସ୍ଥାପିତ ଦାବିରେ ଲଛୁଗୁଡା ଗ୍ରାମବାସୀ ଙ୍କର ଧାରଣା

କାଶୀପୁର,୨/୨ ରାୟଗଡା ଜିଲ୍ଲା ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା କମ୍ପାନୀ ର ପ୍ରଦ୍ୟୁଷଣ ଏବଂ ମେରୀ ରାୟ ଶାସନ ରେ ଅତିଷ୍ଠ ହେଇ କିଛିଦିନ ହେବ ଲଗାତାର ପାରିପାର୍ଶ୍ବିକ ଗାଁ ମାନଙ୍କ ରେ  ଜନ ଅସନ୍ତୋଷ ତୀବ୍ରତର ହେଉଥିବାବେଳେ ଗତ ଦୁଇ ଦିନ ଧରି ଲାଛୁଗୁଡା ଗ୍ରାମ ର ଶତାଧିକ ମହିଳା ପୁରୁଷ ଏବେ ବିସ୍ଥାପିତ ଦାବିରେ ଉତ୍କଳ ଆଲୁମିନାର ଖଣି ପରିବହନ ର ମୁଖ୍ୟ ରାସ୍ତା କୁ ଏବେ ଅବରୋଧ କରିଥିବା ଦେଖିବାକୁ ମିଳିଛି । 

ଗ୍ରାମବାସୀ ଙ୍କର ଅଭିଯୋଗ ପ୍ରକାରେ ଦୀର୍ଘବର୍ଷ ଧରି ଦୋରାଗୁଡା ରେ ଗଡି ଉଠିଥିବା ଏସିଆ ବୃହତ୍ତମ ଉତ୍କଳ ଆଲୁମିନା କମ୍ପାନୀ ନିଜର ଲାଭ ପାଇଁ ଏକାଧିକ ଗାଁ ର ଶତାଧିକ ଲୋକଙ୍କ ଧନ ଜୀବନ କୁ ବିପଦ ମୁହଁକୁ ଠେଲି ଦେଇଛି । ଫଳରେ କମ୍ପାନୀ ପାରିପାର୍ଶ୍ବିକ ଗ୍ରାମ ଗୁଡିକରେ ପ୍ରଦ୍ୟୁଷଣ ବ୍ୟାପି ଲୋକେ ଅନେକ ରୋଗ ରେ ପୀଡିତ ହେଉଥିବାବେଳେ ଚାଷ କାମ ସମ୍ପୂର୍ଣ୍ଣ ଠପ ହେଇଯାଇଛି । ପ୍ରକାଶ ଥାଉକି ଉକ୍ତ ଅଭିଯୋଗ ନେଇ ପ୍ରତିବର୍ଷ ସ୍ଥାନୀୟ ଜନସାଧାରଣ ଧାରଣା/ବିକ୍ଷୋଭ ସେହିପରି ପ୍ରଶାସନ ପୁଣି କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି କର୍ଣପାତ କରୁନାହାନ୍ତି । ଶେଷରେ ଲୋକେ ଅତିଷ୍ଠ ହେଇ ଉଚ୍ଚତମ ନ୍ୟାୟାଳୟ ର ଦ୍ୱାରସ୍ତ ହେଇଥିଲେ । ନ୍ୟାୟାଳୟ ଉକ୍ତ ଅଭିଯୋଗ ପ୍ରତି ଗୁରୁତର ଭାବେ ସଂଜ୍ଞାନ ରେ ନେଇ ଆରଡିସି ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଗତବର୍ଷ ଡିସେମ୍ବର ରେ ଉକ୍ତ ନିର୍ଦ୍ଧେଶ କ୍ରମେ ୩ ଥର ଜିଲ୍ଲା ପ୍ରଶାସନ ସହିତ ରାଜ୍ୟ ପ୍ରଦ୍ୟୁଷଣ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ବ କରିଥିଲେ । କିନ୍ତୁ ତଦନ୍ତ ସମୟରେ ଉଭୟ ତଦନ୍ତ ସଂସ୍ଥା କୁ ଦିଗହରା କରିବାକୁ ଯାଇ କମ୍ପାନୀ କର୍ତ୍ତୃପକ୍ଷ ପ୍ରଦ୍ୟୁଷଣ ନିର୍ଗତ ହେଉଥିବା  ଯନ୍ତ୍ରାଂଶ   ସହିତ ପରିବହନ ଯୁକ୍ତ ଗାଡି ଗୁଡିକୁ କିଛିଦିନ ପାଇଁ ବନ୍ଦ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ହେଲେ ଦିନ ବ୍ୟବଧାନ ପରେ ପୁନର୍ବାର କମ୍ପାନୀ ଖଣି ପରିବହନ ବଳବତ୍ତର ଜାରିରଖିଛି । ବର୍ତ୍ତମାନ ବିରାଟ ବଡ଼ ବଡ଼ ଡମ୍ପର ଓ କନଭେଏର ବେଲ୍ଟ ରେ ଖଣିରୁ କଞ୍ଚାମାଲ ଲଚୁଗୁଡା ଗାଁ ର ୫୦ ମିଟର ମଧ୍ୟରେ ୨୪ ଘଣ୍ଟା ଧରି ପରିବହନ ବ୍ୟବସ୍ଥା ଚାଲୁରଖିଥିବା ଫଳରେ ଧୂଳି, ମାଟି ,ଶବ୍ଦ ପ୍ରଦ୍ୟୁଷଣ ରେ ଗ୍ରାମ ବାସୀ ରୋଗଗ୍ରସ୍ତ ହେଉଥିବାବେଳେ କଞ୍ଚାମାଲ ର ଧୂଳିରେ ଗାଁ ସମ୍ପୂର୍ଣ୍ଣ ଆବରୀ ରହୁଛି । ଏଣୁ ଉକ୍ତ ପରିବହନ କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ନଚେତ ଗ୍ରାମବାସୀ ଙ୍କୁ ସମ୍ପୁର୍ଣ୍ଣ ଭାବେ ବିସ୍ଥାପିତ କରାଯାଉ ବୋଲି ଦାବିରେ ଗତ ଦୁଇଦିନ ହେବ ଦାବି ପୂରଣ ନିମନ୍ତେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଉକ୍ତ ରାସ୍ତା କୁ ଅବରାଧ କରିବା ସହିତ ଶତାଧିକ ଗ୍ରାମବାସୀ ଧାରଣା ରେ ବସିଛନ୍ତି ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ମୁର୍ଛନା ରାଉରକେଲା ର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ 

masiha

ଏକତ୍ର ରାଉରକେଲା ର ସଦସ୍ୟ ସମାରୋହ ଓ ସ୍ବତନ୍ତ୍ର ଅଧିବେଶନ

masiha

ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ 1977 ମାଟ୍ରିକ ବ୍ୟାଚ ବିଦ୍ୟାର୍ଥୀ ଙ୍କ ବନ୍ଧୁ ମିଳନ 

masiha

Leave a Comment

error: Content is protected !!