ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର କଲେଜକୁ ସରକାରୀ ଘୋଷଣା ପାଇଁ ଦାବି ଦୋହରାଇଲା ଆଲୁମିନାଇ କମିଟି

ନବରଙ୍ଗପୁର—–(ମସିହା) ନବରଙ୍ଗପୁର କଲେଜକୁ ସରକାରୀ କଲେଜ ଘୋଷଣା କରିବା ପାଇଁ ଆଲୁମିନାଇ କମିଟି ଦାବି ଦୋହରାଇଛି। ଜୟପୁର କଲେଜର ଡ଼ାଇମଣ୍ଡ ଜୁବିଲି କାର୍ଯ୍ୟକ୍ରମ ଉପଲକ୍ଷେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୟପୁର ଗସ୍ତ ପୂର୍ବରୁ ଆଲୁମିନାଇ କମିଟିର ଏକ ପ୍ରତିନିଧି ଦଳ ତାଙ୍କ ଅନୁଗାମୀ ବିଧାୟକ ତଥା ରାଜ୍ୟ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ମହାବିଦ୍ୟାଳୟକୁ ସରକାରୀ କଲେଜ ରୂପେ ଘୋଷଣା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ନବରଙ୍ଗପୁର କଲେଜକୁ ସରକାରୀ ଘୋଷଣା ପୂର୍ବରୁ ଆବଶ୍ୟକୀୟ ଭିତ୍ତିଭୂମି ବିକାଶ ପାଇଁ ଅର୍ଥ ମଞ୍ଜୁର କରାଯିବା ସହ ଅତି ଶୀଘ୍ର ନବରଙ୍ଗପୁର କଲେଜକୁ ସରକାରୀ କଲେଜ ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରିବେ ବୋଲି ବବି ଦାଶ ପ୍ରତିଶ୍ରୁତି ପ୍ରଦାନ କରିଥଲେ। ଏହାସହ ଚଳିତ ଶିକ୍ଷାବର୍ଷ ଠାରୁ ସ୍ନାତକୋତ୍ତର ଶ୍ରେଣୀରେ ଶିକ୍ଷା ଗ୍ରହଣ ଆରମ୍ଭ ହେବାକୁ ଯାଉଥିବା ଜଣାଇଥିଲେ । ଏତଦ୍ ବ୍ୟତୀତ ଅତି ନିକଟ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଥିବା କଥା ସୂଚନା ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦାବି ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା ପାଇଁ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ବବିଦାସ ପ୍ରତିନିଧି ଦଳକୁ ଆମନ୍ତ୍ରଣ କରିଥିଲେ। ଜୟପୁର ସନ୍ଧ୍ୟା ଫଙ୍କସନ ହଲ ଠାରେ ଆଲୋଚନା ଅବସରରେ , ପୂର୍ବତନ ରାଜ୍ୟ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ, ରାଜ୍ୟ ଉଠା ଜଳସେଚନ ବିଭାଗ ଉପଦେଷ୍ଟା ପ୍ରମୋଦ ପାଢ଼ୀ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ, କେସିସି ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଆଲୁମିନାଇ କମିଟିର କୋଷାଧ୍ୟକ୍ଷା ସ୍ଵର୍ଣ୍ଣ ଲତା ପଟ୍ଟନାୟକ, କୋର କମିଟିର ବରିଷ୍ଠ ସଦସ୍ୟ ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର, ଶିବ ଶଙ୍କର ତ୍ରିପାଠୀ, ମିଡ଼ିଆ ସଂଯୋଜକ କିଶୋର ପଟ୍ଟନାୟକ ବିସ୍ତ୍ରୁତ ଆଲୋଚନା କରିଥିଲେ।ଏହି ଆଲୋଚନା ଅବସରରେ ନବରଙ୍ଗପୁର କଲେଜର ଆଲୁମିନାଇ ତଥା ବିଜେଡି ଜିଲ୍ଲା ଉପ ସଭାପତି ରବି ପଟ୍ଟନାୟକ, ସରୋଜ ପାତ୍ର, ଭୀମ ହରିଜନ, ତାପସ ତ୍ରିପାଠୀ, ସୁଶାନ୍ତ ବେହେରା, ଅଖିଳ ଭତ୍ରାଙ୍କ ସମେତ ନବରଙ୍ଗପୁର ଜିଲ୍ଲା ଓ ସହର ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ପାଳିତ 

Sunil Chandra Nayak

ପ୍ରଶାସନ ତା ବାଟରେ, ନେତା ତାଙ୍କ ବାଟରେ  ଉନ୍ନୟନ କାର୍ଯ୍ୟକୁ ନେଇ ବିଜେପିର ଦାବି ପତ୍ର

Sunil Chandra Nayak

ରିଷିଡାରେ ସମ୍ବାଦ-ଆମ ଓଡିଶାର ରକ୍ତଦାନ ଶିବିର, ୨୨ ୟୁନିଟ ରକ୍ତ ସଂଗ୍ରହ

Sunil Chandra Nayak

Leave a Comment

error: Content is protected !!