ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖଡ଼ିଆଳ ରାମ ସ୍ବାମୀ ମନ୍ଦିର ରୁ ଚୋରୀ , ପୋଲିସ ର ଘଟଣା ସ୍ଥଳ ରେ ତଦନ୍ତ

ନୂଆପଡା, ନୂଆପଡା ଜିଲ୍ଲା ଖଡ଼ିଆଳ ମୁଖ୍ୟ ସହର ମଧ୍ୟରେ ଥିବା ରାମସ୍ବାମୀ ମନ୍ଦିର ପରିସର ମଧ୍ୟରେ ଶନିବାର ଦିନ ଭଗବାନ ପ୍ରତିମୂର୍ତ୍ତି ର ରୂପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହେଉଅଛି। ମନ୍ଦିର ପରିସର ମଧ୍ୟରେ ଥିବା ରାମ ଲକ୍ଷ୍ମଣ, ସୀତା ମାଁ ଙ୍କ ମକୁଟ ଅଳଙ୍କାର ଚୋରି ହୋଇଥିବା ବେଳେ ଦୁର୍ଗା ମାଁ ଙ୍କ ମକୁଟ, ଏବଂ ରାଧା କୃଷ୍ଣ ମନ୍ଦିରର ଦୁଇ ପ୍ରତିମା ଙ୍କ ମକୁଟ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ଦେଉଅଛି। ଟ୍ରଷ୍ଟି ସଦସ୍ୟ ଜଗଦିଶ ତ୍ରିବେଦୀ, ସୁଧୀର ପଟ୍ଟନାୟକ, ଶତପାଳ ସିଂ ଚାଵଡା , ଦିଲୀପ କୁମାର ପଟ୍ଟନାୟକ , ରଶ୍ମି ରଂଜନ ପଟ୍ଟନାୟକ ,ଦୀପକ ବର୍ମା ପ୍ରମୁଖ ଉପସ୍ଥିତ । ଖଡ଼ିଆଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ। ଖଡ଼ିଆଳ ରାମସ୍ବାମୀ ମନ୍ଦିର ପରିସର ମଧ୍ୟରେ ତିନି ଗୋଟି ମନ୍ଦିର ରୁ ୬ ଗୋଟି ରୂପା ମକୁଟ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି । ଶନିବାର ଦିନ ୧ ଘଣ୍ଟା ୩୦ ମିନିଟରୁ ୩ ଘଣ୍ଟା ମଧ୍ୟରେ ଚୋରୀ ହୋଇଥିବା ଅନୁମାନ କରାଯାଏ । ପୁରୋହିତ ନିଦରେ ଶୋଇଥିବା ବେଳେ ମନ୍ଦିର ରୁ ଚୋରି ହୋଇଥିବା ଜଣାପଡିଛି। ରାମ,ଲକ୍ଷ୍ମଣ ଏବଂ ସୀତା ଙ୍କ ମକୁଟ ଚୋରି ହୋଇଥିବା ବେଳେ ରାଧା କୃଷ୍ଣ ମକୁଟ, ବଂଶୀ ଚରି ହୋଇଅଛି। ସେହିପରି ଦୁର୍ଗା ମାଙ୍କ ମକୁଟ ଚୋରୀ ହୋଇଅଛି। ଏହି ମକୁଟ ରୂପା ଅଳଂକାରର ହାରାହାରି ଦେଢ଼ ରୁ ଦୁଇ କିଲୋ ଓଜନ ହୋଇଥିବା ଅନୁମାନ କରାଯାଉଅଛି। ଘଟଣା ସ୍ଥଳକୁ ଖଡ଼ିଆଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନାରାୟଣପାଟଣା ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ ବ୍ୟବସାୟ ଧରି କୋର୍ଟ ଚାଲାଣ 

masiha

ଝିମିରି ଖେଳରୁ ମହାଭାରତ

Sunil Chandra Nayak

ଦାଦନ ସର୍ଦ୍ଧାର ମାଡ଼ ରେ ଲହୁ ଲୁହାଣ ଶ୍ରମିକ …. ଥାନା ରେ ଲିଖିତ ଅଭିଯୋଗ ପରେ 2 ଦଲାଲ ଅଟକ..ମୁଖ୍ୟ ଅଭିଯୁକ୍ତ ଫେରାର

masiha

Leave a Comment

error: Content is protected !!