ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଅଣ୍ଟାମାଡା ଠାରେ ଅଷ୍ଟପ୍ରହରି ନାମ ଯଜ୍ଞ ଅନୁଷ୍ଠିତ

ବନ୍ଧୁଗାଁ.୦୪।୦୨।୨୩,ମାଘ ପୁର୍ଣ୍ଣିମା ମେଳା ମହସ୍ଛୋବ ଅବସରରେ ଅଖଣ୍ଡ ଅଷ୍ଟ ପ୍ରହରି ନାମ ଯଜ୍ଞ ବନ୍ଧୁଗାଁ ବ୍ଲକ ଜାଗୁଗୁଡା ପଞ୍ଚାୟତର ଅଣ୍ଟାମାଡା ଗ୍ରାମରେ ଅନୁଷ୍ଠିତ ହୋଇ ଜାଇଛି ।ଶୁକ୍ରବାର ଦିନ ଅଧିବାସ କାର୍ଯ୍ୟ ଆରମ୍ଭ କରାଜାଇ ସ୍ଥାନିୟ ମହିଳା ମାନଙ୍କ ଦ୍ଵାରା କଳଶରେ ପାଣି ଆଣି ରଖାଜାଇଥିଲା।ସନିବାର ବାର ଦିନ ନାମ ଯଜ୍ଞ କାର୍ଯ୍ୟ ଆରମ୍ବ ହୋଇଥିଲା।ସକାଳୁ ସକାଳୁ ଝାଞ୍ଜ ମୃଦଙ୍ଗ ସବ୍ଦ ସହ ହରିନାମ ରାମ ନାମରେ ଗ୍ରାମ କମ୍ପି ଉଠିଥିଲା।ଆସନ୍ତାକାଲି ନଗର କିର୍ତନ କରାଜାଇ ନାମ ଯଜ୍ଞ ସମାପନ୍ନ ହେବ ବୋଲି ଗ୍ରାମ କମିଟି ତରଫରୁ ସୁଚନା ମିଳିଛି। ଏଥିରେ ସ୍ଥାନିୟ ବ୍ଲକର ଦୁର୍ଗୀ, କୋମ୍ବୁଗାଣ୍ଡା, ଘୁମୁରା, ବାରିଆଭାଟା,ଘୁଷୁରା ଗୁଡା ଓ ଅଣ୍ଟାମାଡା ଗ୍ରାମର ସଂକିର୍ତନ ଦଳ ଯୋଗ ଦେଇଥିଲା ବେଳେ ସାରା ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ଶୃଷ୍ଟି ହୋଇଥିଲା।ଏଥିରେ ରହିଥିଲେ ବନ୍ଧୁଗାଁ ବ୍ଲକର ଗ୍ରାମ ରୋଜଗାରି ସେବକ ସାରଥୀ ରାଜୁ ସହଯୋଗୀ ଭାବରେ ରହିଥିବା ବେଳେ ଅଷ୍ଟପ୍ରହରୀର ସଭାପତି ବିଶ୍ଵନାଥ ଜାକାକା, ମୁଟେଲୁ ହାରେକା, ଦାମଦର ସାହୁ, ଘୁରୁନାଥ ହା୍ୱାଲୁ, କାରୀକା, ହାରା଼କା, ଓ କାମେୟା ହାତାୱା ପ୍ରମୁଖଙ୍କ ଉପସ୍ଥିତିରେ ୨ ଦିନିଆ ଅଷ୍ଟପ୍ରହରି ହୋଇଅଛି I

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ବ୍ରହ୍ମlକୁମାରୀ ଗୀତା ପାଠଶାଳା ରେ ତ୍ରିମୁର୍ତ୍ତି ଶିବ ଜୟନ୍ତୀ ପାଳିତ

Sunil Chandra Nayak

ବାଲିଆପାଳ ରାଧା ମୋହନ ମନ୍ଦିରରେ ଶ୍ରୀଶ୍ରୀ ଚୈତନ୍ୟ ଦେବଙ୍କ ଜନ୍ମ ଉତ୍ସବ ଓ ହୋଲି ଉତ୍ସବ ପାଳିତ  

Sunil Chandra Nayak

ଖାତିଗୁଡା ଜଗନ୍ନାଥ ମନ୍ଦିର ର ବାର୍ଷିକ ଉତ୍ସବ

Leave a Comment

error: Content is protected !!