ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିତାବାଘ ଆକ୍ରମଣରେ ଯୁବକ ଗୁରୁତର

ନୁଆପଡା ଜିଲ୍ଲା ସିନାପାଲି ଥାନା ହିରାପୁର ଗାଁ ରେ ଚିତାବାଘ ଆକ୍ରମଣ ରେ ଜଣେ ଯୁବକ ଗୁରୁତର ଆହତ ଥିବା ଜଣାପଡିଛି । ଉକ୍ତ ଯୁବକ ଙ୍କ ନାମ ସେନାପତି ମାଝି । ସେନାପତିଙ୍କ ପ୍ରଥମେ ଗୁରୁତର ଅବସ୍ଥାରେ ସିନାପାଲି ଏବଂ ପରେ ଚିକିସ୍ସା ପାଇଁ ନୂଆପଡା ମୁଖ୍ୟ ଚିକିସ୍ସାଲୟ କୁ ଭର୍ତି କରାଯାଇଥିବା ଜଣାପଡିଛି । ମିଲିଥିବା ସୂଚନା ଅନୁସାରେ ସେନାପତି ଶୈାଚ ପାଇଁ ଯାଇଥିବା ସମୟ ରେ ଚିତାବାଘ ଆକ୍ରମଣ କରିଥିଲା । ପରେ ସେନାପତି ଙ୍କ ଚିତ୍କାର ଶୁଣିବା ପରେ ଗାଁ ଲୋକେ ପହଚିଂବା କ୍ଷଣି ବାଘଟି ଛାଡି ପଲାଇ ଯାଇଥିଲା । ତେବେ ବାଘ ଆକ୍ରମଣ ର ଶୀକାର ହେବା ପରେ ହୀରାପୁର ଗାଁ ଲୋକେ ଆତଜିଂତ ହୋଇପଡିଥିବା ବେଳେ ଖବର ପାଇଁ ଵନ ବିଭାଗ ଗାଁ ରେ ପହଚିଂଥିବା ଜଣାପଡିଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ରେ ସମ୍ମାନିତ ହେଲେ କ୍ରୀଡା ଶିକ୍ଷକ

Sunil Chandra Nayak

ଖ୍ରୀଷ୍ଟିଆନ ଆସୋସିଏସନ୍ ର ୪୦ତମ ଖ୍ରୀଷ୍ଟମାସ ମିଳନ

masiha

ରାଧାକୃଷ୍ଣ ବେଶରେ ଦର୍ଶନ ଦେଲେ ଶିଶୁ ମନ୍ଦିର କୁନି କୁନି ଛାତ୍ରଛାତ୍ରୀ

masiha

Leave a Comment

error: Content is protected !!