ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ଜିଲ୍ଲା ଖଣିଜ ପାଣ୍ଠି ର ୯ତମ ଟ୍ରଷ୍ଟ ବୈଠକ ଅନୁଷ୍ଠିତ 

ରାୟଗଡ଼ ଜିଲ୍ଲା ଖଣିଜ ପାଣ୍ଠି ର ୯ତମ ଟ୍ରଷ୍ଟ ବୈଠକ ଅନୁଷ୍ଠିତ 

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ଖଣିଜ ପାଣ୍ଠିର ଅଧ୍ୟକ୍ଷ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଭା.ପ୍ର. ସେ. ଙ୍କ ଅଧ୍ୟକ୍ଷତlରେ ୯ତମ ଜିଲ୍ଲା ଖଣିଜ ପାଣ୍ଠିର ଟ୍ରଷ୍ଟ ବୋର୍ଡର ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମାନ୍ୟବର କୋରାପୁଟ ଲୋକସଭା ସାଂସଦ, ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲ୍ଲକା, ମାନ୍ୟବର ରାୟଗଡ଼ ବିଧାୟକ ଶ୍ରୀଯୁକ୍ତ ଅପ୍ପଲା ସ୍ୱାମୀ କାଡ୍ରାକl, ଜିଲ୍ଲା ମୁଖ୍ୟ ଉନ୍ନୟନ, ଜିଲ୍ଲା ପରିଷଦ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ଖଣିଜ ପାଣ୍ଠି, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଙ୍କ ସମେତ ଜିଲ୍ଲା ବନଖଣ୍ଡ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ରାୟଗଡ଼, ଅଧିକ୍ଷଣ ଯନ୍ତ୍ରୀ ରାସ୍ତା ଓ ଗୃହ, ରାୟଗଡ଼ ଓ ଗୁଣୁପୁର, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ରାୟଗଡ଼ ଓ ଗୁଣୁପୁର, ଖଣୀ ଉପ-ନିର୍ଦ୍ଦେଶକ କୋରାପୁଟ ଙ୍କ ସହ ଅନ୍ୟ ସମସ୍ତ ସଦସ୍ୟ, ସଦସ୍ୟା ଏବଂ ଜିଲ୍ଲା ଖଣିଜ ପାଣ୍ଠି ଟ୍ରଷ୍ଟ ସଦସ୍ୟ ପିଲକୁ ମାଝୀ, ସଦସ୍ୟା ରୁଆଦେଇ ମାଝୀ, ସୁରେନ୍ଦ୍ରୀ ମାଝୀ, ଅମି ମାଝୀ ଆଦି ଯୋଗଦେଇ ଥିଲେ । ଏଥିରେ ବିସ୍ତୃତ ଭାବେ ଓଡିଶା ଖଣିଜ ପାଣ୍ଠି (ସଂଶୋଧିତ) ଆଇନ, ୨୦୨୪ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ଏବଂ ସମସ୍ତ ସଦସ୍ୟଙ୍କୁ ଏଥି ବିଷୟରେ ଅବଗତ କରଯାଇଥିଲା । ଏହି ସଂଶୋଧିତ ଆଇନ ର ପ୍ରାବଧାନ ଅନୁଯାୟୀ ଯେଉଁ ଗ୍ରାମ ଗୁଡିକ ସିଧାସଳଖ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଖଣିଜ ସମ୍ପଦ ଦ୍ଵାରା ପ୍ରଭାବିତ ହେଉଛନ୍ତି ତାହାର ୫ କିମି, ୧୫ କିମି ଓ ୨୫ କିମି ପରିଧି ମଧ୍ୟରେ ଥିବା ଗ୍ରାମ ଗୁଡିକର ତାଲିକା ବୈଠକରେ ଉପସ୍ଥାପନା କରଯାଇଥିଲା । ବିଶେଷ ଭାବରେ ଏହି ଗ୍ରାମ ଗୁଡିକରେ ଯେଉଁ ବିଭାଗ ଗୁଡିକ ଦ୍ଵାରା ପରିଚାଳିତ ବିଭିନ୍ନ ଯୋଜନାରେ ଜଣ ସାଧାରଣ ଯେଉଁ ସବୁ ସୁବିଧା ସୁଯୋଗ ପାଉଛନ୍ତି ଏବଂ ଯେଉଁ ଜାଗା ରେ ଯୋଜନା ଗୁଡିକର ସୁଫଳ ନିମନ୍ତେ ଆଉ କିଛି ଅର୍ଥ ଓ ଭିତିଭୂମି ର ଆବଶ୍ୟକତା ରହିଅଛି ତାହାର “Gap Analysis” କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ଉଚ୍ଚ ପ୍ରାଥମିକତା କ୍ଷେତ୍ର ରେ ପ୍ରଭାବିତ ହେଉଥିବା ଗ୍ରାମ ଗୁଡିକରେ ବିଶୁଦ୍ଧ ପାଣି, ସ୍ୱାସ୍ଥ୍ୟ ସେବା, ଶିକ୍ଷା, ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ କଲ୍ୟାଣ, ମହିଳା ଓ ଶିଶୁଙ୍କ କଲ୍ୟାଣ , ଦକ୍ଷତା ବିକାଶ ଓ ଜୀବନ ଜୀବିକା ଇତ୍ୟାଦି ଯୋଜନା କିଭଳି ଭାବରେ ଲୋକଙ୍କ ପାଖରେ ପହଞ୍ଚା ଯାଇ ପାରିବ ତାହାର ଏକ ଦୀର୍ଘ ମିଆଦି ଯୋଜନା ଏକ ବର୍ଷ ଓ ପାଞ୍ଚ ବର୍ଷ ପାଇଁ ପ୍ରସ୍ତୁତ କରିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ଏଥିରେ ଟ୍ରଷ୍ଟ ର ଅଧ୍ୟକ୍ଷ ଜିଲ୍ଲାପାଳ, ରାୟଗଡ଼ କାର୍ଯ୍ୟକ୍ଷମ ହେବାକୁ ଥିବା ସମସ୍ତ ଯୋଜନାର ସୁଫଳ କିଭଳି ଭାବରେ ପ୍ରଭାବିତ ହେଉଥିବା ଜନ ସାଧାରଣ ଙ୍କ ପାଖରେ ପହଞ୍ଚିବ ଏଥିପାଇଁ ସମସ୍ତ ବିଭାଗୀୟ କର୍ତ୍ତୁପକ୍ଷ ଠିକ ସମୟ ଭିତରେ ସେମାନଙ୍କର “Gap Analysis” କୁ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ସାଂସଦ କୋରାପୁଟ, ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲ୍ଲକା, ଖଣି ପ୍ରଭାବିତ ଜନ ସାଧାରଣ ଙ୍କ ମୌଳିକ ସମସ୍ୟା କିଭଳି ଭାବେ ଜିଲ୍ଲା ଖଣିଜ ପାଣ୍ଠି ଦ୍ଵାରା ଦୂରୀକରଣ କରାଯାଇପାରିବ ତାହା ଉପରେ ଗୁରୁତ୍ଵାରୋପ କରିଥିଲେ । ଏଥିରେ ରାୟଗଡ଼ ବିଧାୟକ ଶ୍ରୀଯୁକ୍ତ ଅପ୍ପଲା ସ୍ୱାମୀ କାଡ୍ରାକl, ମିଳିଥିବା ଜିଲ୍ଲା ଖଣିଜ ପାଣ୍ଠି ର ସମସ୍ତ ଅର୍ଥକୁ ଠିକ ଭାବରେ ଆକଳନ କରାଯାଇ ଖଣି ପ୍ରଭାବିତ ଗ୍ରାମ ଗୁଡିକରେ ବିନିଯୋଗ କରିବା ସହ ଲୋକଙ୍କ ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଇତ୍ୟାଦି ଭଳି ଗୁରୁତ୍ଵପୂର୍ଣ୍ଣ ଓ ଆବଶ୍ୟକୀୟ ସୁବିଧାକୁ ଲୋକଙ୍କ ପାଖରେ ପହଞ୍ଚା ଯାଇପାରିବ ତାହା ଉପରେ ବିଭିନ୍ନ ପ୍ରସ୍ତାବ ରଖିଥିଲେ । ଶେଷରେ ଜିଲ୍ଲାପାଳ ସଦସ୍ୟ ମାନଙ୍କ ଦ୍ଵାରା ଆଲୋଚିତ ପ୍ରସ୍ତାବ ଗୁଡିକୁ ଆଗାମୀ ଦିନରେ ସଂଯୋଜନା କରି ବିସ୍ତୃତ ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ଖଣିଜ ପାଣ୍ଠି ର ମୁଖ୍ୟ ନିର୍ବାହୀ ଅଧିକାରୀ ଙ୍କ ପାଖରେ ପ୍ରସ୍ତାବ ଆଗତ କରିବା ପାଇଁ ପରାମର୍ଶ ଦେଇଥିଲେ । ପରିଶେଷରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ଖଣିଜ ପାଣ୍ଠି, ରାୟଗଡ଼ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଟ୍ରଷ୍ଟ ର ଅଧ୍ୟକ୍ଷ ଓ ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୋଲ୍ହାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ଆକସ୍ମିକ ବିୟୋଗରେ ମେଘାଚ୍ଛନ୍ନ ସାହିତ୍ୟ ସଂସଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

masiha

ବନ୍ଧୁଗାଁ ବ୍ଲକର ଚାଷୀ ହାଇବ୍ରିଡ଼ ମକା ଚାଷକରି ସ୍ୱାଭଲମ୍ଭି ହୋଉଛନ୍ତି 

Sunil Chandra Nayak

ଧରାକୋଟ ରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା 

Sunil Chandra Nayak

Leave a Comment

error: Content is protected !!