ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘ସ୍ମୃତି ସାନ୍ତ୍ଵନା ପତ୍ରିକା’ର ସାରସ୍ଵତ ସମାରୋହ ଓ ପ୍ରଫେସର ରମେଶ ଚନ୍ଦ୍ର ବେହେରାଙ୍କ ସ୍ମୃତି ସଭା

ରାଉରକେଲା/ଭୁବନେଶ୍ୱରରୁ ପ୍ରକାଶ ପାଉଥିବା ସଂଭ୍ରାନ୍ତ ସାହିତ୍ୟ ପତ୍ରିକା- ‘ସ୍ମୃତି ସାନ୍ତ୍ଵନା’ର ଏକ ସ୍ବତନ୍ତ୍ର ସାରସ୍ବତ ସମାରୋହ ରାଉରକେଲା, ଛେଣ୍ଡ୍ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ପାଳିତ ହୋଇ ଯାଇଛି।ଏନ୍.ଆଇ.ଟି., ରାଉରକେଲାର ଦିବଂଗତ ପ୍ରଫେସର ରମେଶ ଚନ୍ଦ୍ର ବେହେରାଙ୍କ ଦ୍ବାରା ପ୍ରତିଷ୍ଠିତ ଉକ୍ତ ପତ୍ରିକାର ସଂପାଦିକା ସବିତା ରାଣୀ ବେହେରାଙ୍କ ଆବାହକତ୍ବରେ ଏବଂ ହୃଷିକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଭବେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସାରସ୍ଵତ ସମାରୋହରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି, ସମ୍ମାନିତ ଅତିଥି ଡାକ୍ତର କୃପାସିନ୍ଧୁ ନାୟକ ଏବଂ କବି ବଳରାମ ରାଉଳ ଯୋଗ ଦେଇ ପ୍ରଫେସର ବେହେରାଙ୍କ ପ୍ରଚଣ୍ଡ ପ୍ରତିଭା ଏବଂ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ବେ ସେ କିପରି ଜଣେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ଶିକ୍ଷାବିତ୍ ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ ତାହା ନିଜ ଅଭିଜ୍ଞତାରୁ ବର୍ଣ୍ଣନା କରିଥିଲେ । ଏହି ଅବସରରେ ସବିତା ରାଣୀ ବେହେରାଙ୍କ ଦ୍ବାରା ଲିଖିତ ପ୍ରବନ୍ଧ ପୁସ୍ତକ ‘ବିମୁଗ୍ଧ ଚିନ୍ତନ’ ଅତିଥି ମାନଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା, ଯାହାକୁ ସମୀକ୍ଷା କରିଥିଲେ ବିଶିଷ୍ଟ କବି ତଥା ନାଟ୍ୟକାର ରାଜୀବ ପାଣି । ଏହି ଅବସରରେ ପ୍ରଫେସର ବେହେରାଙ୍କ ସ୍ମୃତିରେ ପ୍ରଥମ ‘ସୃଜନ ଦମ୍ପତି ସମ୍ମାନ’ ମହେନ୍ଦ୍ର କୁମାର ପଟ୍ଟନାୟକ ଏବଂ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା। କବି କନକଲତା ମିଶ୍ର ମାନପତ୍ର ପାଠ କରିଥିଲେ। ସଭା ପ୍ରାରମ୍ଭରେ ଅତିଥି ମାନେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସହ ଶ୍ରୀଜଗନ୍ନାଥ ଏବଂ ରମେଶ ଚନ୍ଦ୍ର ବେହେରାଙ୍କ ତୈଳ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ନମିତା ଦାସ ମନ୍ତ୍ର ଉଚ୍ଚାରଣ କରିଥିଲେ। ରଶ୍ମିବାଳା ମିଶ୍ର ସ୍ବାଗତ ସଂଗୀତ ଗାନ କରିଥିବା ବେଳେ ସ୍ନେହଲତା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଲକ୍ଷ୍ମଣ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସଭାର ଦ୍ବିତୀୟ ପର୍ଯ୍ୟାୟରେ କବି ଇଂ.ଅଶୋକ କୁମାର ପଟ୍ଟନାୟକ ଏବଂ କବୀ ସ୍ନେହଲତା ପଟ୍ଟନାୟକଙ୍କ ସଂଯୋଜନାରେ କବିତା ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ କବି ଅତୁଲ୍ୟ କୁମାର ମହାଖୁଡ଼, ମୀନକେତନ ପଶାୟତ, ବ୍ରହ୍ମାନନ୍ଦ ପାଢ଼ୀ, ସୁଶ୍ରୀ ସଙ୍ଗୀତା, ଡଲିରାଣୀ ବ୍ରହ୍ମା, ଚିତ୍ତରଞ୍ଜନ ବ୍ରହ୍ମା, ଜ୍ୟୋସ୍ନା କୁମାରୀ ନାୟକ, ଅଜୟ କୁମାର ମହାନ୍ତି, ବଳରାମ ରାଉଳ, ସୁଶାନ୍ତ କୁମାର ନାୟକ, ବିନିତା ମହନ୍ତ, ବିଜୟଲକ୍ଷ୍ମୀ ପଟ୍ଟନାୟକ,ମଂଜୁଳା ରଥ, ରାଜକୁମାର ମହାନ୍ତି, ଜ୍ୟୋସ୍ନା ରାଣୀ ପାତ୍ର, ରାଜୀବ ପାଣି, ନମିତା ଦାସ, ଚନ୍ଦ୍ରକାନ୍ତି ଦାସ, ଏବଂ ସଂଯୋଜକ ଦ୍ବୟ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନବ ବର୍ଷ ଉପଲକ୍ଷେ ଡାଲଗୁମା ଠାରେ ଘୁମୁରା ପ୍ରତିଯୋଗିତା

Sunil Chandra Nayak

ବିବାହ ର ପ୍ରତିଶ୍ରୁତି ଦେବା ପଡ଼ିଲା ମହଙ୍ଗା .. ବଳାତ୍କାରୀକୁ ୧୦ ବର୍ଷ କାରାଦଣ୍ଡ …

masiha

ପକ୍କା ରାସ୍ତା ନିର୍ମାଣ ନହେଲେ ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ

Sunil Chandra Nayak

Leave a Comment

error: Content is protected !!