ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୁଲାପଡା ଧାନମଣ୍ଡିରୁ ୭୯ ବସ୍ତା ଧାନ ଜବତ

ରୁପ୍ରା, ୪/୨ (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ତୁଲାପଡା ସ୍ଥିତ ଧାନ ମଣ୍ଡି ଯାହାକି ମା’ ମଙ୍ଗଳା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛି, ସେହି ମଣ୍ଡିକୁ ଆଜି ଜିଲ୍ଲା ଯୋଗାଣ ବିଭାଗ ଉପଖଣ୍ଡ ଅଧିକାରୀଙ୍କ ଦଳ ଓ ନର୍ଲା ରାଜସ୍ବ ବିଭାଗ ତରଫରୁ ଚଢାଉ କରାଯାଇଥିଲା। ଉକ୍ତ ଚଢାଉ ସମୟରେ ମା’ ମଙ୍ଗଳା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଚଞ୍ଚଳା ପଧାନଙ୍କ ଉପସ୍ଥିତିରେ ଏସିଏସ୍ଓ ଧୁମାରାମ ମୁର୍ମୁ, ନର୍ଲା ତହସିଲଦାର ଶଙ୍କର ବାଗ, ନର୍ଲା ଏମ୍. ଆଇ ହରି ସାହୁ ଓ ନର୍ଲା ପୁଲିସ୍ କର୍ମଚାରୀ ପ୍ରମୁଖ ବିଭିନ୍ନ ଚାଷୀଙ୍କ ଧାନ ଚେକିଂ କରିଥିଲେ। ଏହି ସମୟରେ ଜଣେ ଚାଷୀଙ୍କ ୭୯ ବସ୍ତା ଧାନ ଥିବାବେଳେ ସେହି ଧାନ ବାବଦରେ ସଠିକ ତଥ୍ୟ ଦେଇନଥିବାରୁ ଅଧିକାରୀ ମାନଙ୍କୁ ସନ୍ଦେହ ହେବାସହ ଉକ୍ତ ୭୯ ବସ୍ତା ଧାନକୁ ଜବତ କରିଥିଲେ, ସେହିପରି ମଣ୍ଡି ପରିସରରେ ଆଉଏକ ସ୍ଥାନରେ ୧୨ ବସ୍ତା ଧାନ ଥିବାବେଳେ ସେହି ଧାନବସ୍ତାର ମାଲିକ କିମ୍ବା କୌଣସି ଚାଷୀ ନଥିଲେ । ଏଣୁ ସେହି ଧାନବସ୍ତା ମଧ୍ୟ ଜବତ କରିଥିଲେ। ଉକ୍ତ ଜବତ ହୋଇଥିବା ଧାନ ନିକଟସ୍ଥ ରାଇସ୍ ମିଲ୍ କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଜଳେଶ୍ୱର ବିଡିଓଙ୍କ କାର୍ଯ୍ୟାଳୟରେ ଗାଳି ଗୁଲଜ କରିବା ଓ ଧମକ୍ ଦେବା ଅଭିଯୋଗରେ ୩ ଜଣକ ନାମରେ ଥାନାରେ ମାମଲା ରୁଜୁ

ଓଡ଼ିଆ ପକ୍ଷ ପାଳନ ଅବସରରେ ” “ବନ୍ଦନୀୟ ବରପୁତ୍ର” କାର୍ଯ୍ୟକ୍ରମ 

masiha

ତଲକପୋଖରୀ ଉଚ୍ଚ ବିଦ୍ୟାଳୟରେ ମେରି ମିଟି ମେରାଦେଶ କାର୍ଯ୍ଯକ୍ରମ

masiha

Leave a Comment

error: Content is protected !!