ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ମତ୍ସ୍ୟ ଚାଷ ସମ୍ବନ୍ଧୀୟ ସଚେତନତା ଶିବିର

ଡାବୁଗାଁ, ୪/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଚାଷ ସମ୍ବନ୍ଧୀୟ ସଚେତନତା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ ର ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଂଗୀତା ସାମଲ ଚାଷୀ ମାନଙ୍କୁ ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନା ଯଥା:- ମତ୍ସ୍ୟ ପୋଖରୀ ଯୋଜନା, ଜୈବ ପୁଞ୍ଜ ପଦ୍ଧତିରେ ମାଛ ଚାଷ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା, କେନ୍ଦ୍ର ସରକାର ଙ୍କ ଯୋଜନା ମାଧ୍ୟମରେ ଜୈବପୁଞ୍ଜ ପଦ୍ଧତି ରେ ମାଛଚାଷ, ମତ୍ସ୍ୟଜୀବୀ ଉନ୍ନୟନ ଯୋଜନା, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଦ୍ଵାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛଚାଷ, କ୍ଷେତ ପୋଖରୀରେ ମାଛ ଚାଷ, ଯାଆଁଳ ଚାଷ, ନୂତନ ଯାଆଁଳା ପୋଖରୀ ଖନନ, ମତ୍ସ୍ୟଜୀବୀ ଉନ୍ନୟନ ଯୋଜନା ରେ ମାଛ ଧରା ଜାଲ, ମୋଟର ସାଇକେଲ ସହ ବରଫ ବାକ୍ସ, ଅଟୋ ସହିତ ବରଫ ବାକ୍ସ ପ୍ରଦାନ ଆଦି ଯୋଜନା ଗୁଡିକ ଉପରେ ବୁଝାଇଥିଲେ | ଏହି ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ବିଡିଓ ଶରତ ମାଝି, ଭାରପ୍ରାପ୍ତ ବ୍ଲକ ପ୍ରାଣୀ ଚିତ୍ସାଧିକାରୀ ଡା. ସାରସ୍ଵତ ସାହୁ, ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ ଓ ଚାଷୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନିମିନାରେ ସେତୁ ନିର୍ମାଣର ଭିତ୍ତିପ୍ରସ୍ତର କଲେ ବିଧାୟକ ସରୋଜ ପାଢ଼ୀ

Sunil Chandra Nayak

Rayagada News: Odisha Non-Gazetted Forest Service Association Holds 14th Biennial Session

masiha

ସମ୍ବଲପୁରି କଲା ସଂସ୍କୃତି ଅନୁଷ୍ଠାନ ତରଫରୁ ଆଜି ସମ୍ବଲପୁରୀ ଦିନ୍ ପାଳିତ ହୋଇ ଯାଇଛି

Sunil Chandra Nayak

Leave a Comment

error: Content is protected !!