ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନବରଙ୍ଗପୁର ପୋଲିସ ପ୍ରିମିୟର କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ

ନବରଙ୍ଗପୁର–(ମସିହା) ନବରଙ୍ଗପୁର ପୋଲିସ ପ୍ରିମିୟର କ୍ରିକେଟ ଟୁର୍ଣାମେଣ୍ଟ ର ଉଦଯାପନି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ଯୋଗ ଦେଇ ଖେଳାଳିଙ୍କୁ ପୁରସ୍କାର ଏବଂ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ , ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ,ଜିଲ୍ଲା କ୍ରୀଡ଼ା ସଙ୍ଘ ର ଉପସଭାପତି ଏମ. ଵାଲା କୃଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଉପ ଆରକ୍ଷୀ ଅଧିକ୍ଷକ ଚନ୍ଦ୍ରଶେଖର ହୋତା ,ଯୁଗଳ କିଶୋର ମଲିକ ଏବଂ ସର୍ଜଣ୍ଟ ସାନ୍ତୁନୁ ପ୍ରଧାନୀ ସମେତ ଜିଲ୍ଲାର ସମସ୍ତ ପୋଲିସ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଫାଇନାଲ୍ ମ୍ୟାଚରେ ଆର ଓ କନକୁରାସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ଆଠ ଓ୍ବିକେଟ୍ ବିନିମୟରେ ୧୮୯ କରିଥିଲେ ଏହାର ଜବାବରେ ଏସ ଓ ଜି ପାଂଥର ଦଳ ୧୯ ଓଭର ରେ ସମସ୍ତ ରିକେଟ ଓ୍ବିକେଟ୍ ହରାଇ କେବଳ ୧୨୭ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ। ଆର ଓ କନକୁରାସ ଦଳ ୬୨ରନ ରେ ଏସ ଓ ଜି ପାଂଥର ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଛନ୍ତି। ଫାଇନାଲ ମ୍ୟାଚରେ ଶ୍ରେଷ୍ଠ ଖେଳାଳି ଭାବରେ ଏମ. ଡି. ରାଇସ ଏବଂ ଟୁର୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବରେ ସାନ୍ତୁନୁ ପ୍ରଧାନୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାରେ ପ୍ରଥମ ଥର ପାଇଁ ଏପରି ଏକ ଟୁର୍ଣାମେଣ୍ଟ ସଫଳ ଆୟୋଜନ ହୋଇଥିବାରୁ ସମସ୍ତ ସହଯୋଗୀ ମାନଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ସାଧୁବାଦ ଜଣାଇ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ମା ମୋଟ୍ରାଣୀ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, କ୍ଵାଟରରେ ମହିଚଲା 

Sunil Chandra Nayak

ମାଁ ସକ୍ ତେନ କ୍ରିକେଟ ପ୍ରତିଯୋଗିତାରେ କାନ୍ଦୁଲଡଙ୍ଗରୀ କୁ ହରାଇ ଗ୍ରୀଣ୍ଡୋଲ ଚାମ୍ପିଅନ 

masiha

ଗ୍ରାମାଞ୍ଚଳ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ବିଶ୍ବନାଥପୁରକୁ ହରାଇ ହରିହରପୁର ଚମ୍ପିୟାନ୍

masiha

Leave a Comment

error: Content is protected !!