ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଇରପଦର ନିକଟରେ ଥିବା ଦଶ ଘର ସାପୁଆ ପଡ଼ାବାସୀ ଦେଶାନ୍ତର, ତାଙ୍କର ଦୁଃଖ ବୁଝିବ କିଏ

ଗୋଳାମୁଣ୍ଡା ତା ୫/୨/ମସିହା/ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରେ ଦିନକୁ ଦିନ ଅନେକ ପ୍ରକାର ଅଘଟଣ ଦେଖିବାକୁ ମିଳୁଛି, କେତେବେଳେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଶବ ହୋଇ ଫେରୁଛି ତୋ କେତେବେଳେ କାମ ନ ପାଇ ଦେଶାନ୍ତର ଯାଉ ଥିବା ବିଷୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି, ଏଭଳି ଘଟଣା ଦେଖିବାକୁ ମିଳିଛି ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ପଞ୍ଚାୟତର ଖଇର ପଦର ଗ୍ରାମ ନିକଟରେ ଦସଘର ସାପୁଆ ପଡ଼ାବାସୀ ପରିବାର ପ୍ରତିପୋଷଣରେ ଅସୁବିଧା ହେତୁ ଦେଶାନ୍ତର ହୋଇଥିବାରୁ ସେହି ସ୍ଥାନରେ ଖାଁ ଖାଁ ଜଣାପଡିଛି । ବହୁ ବର୍ଷ ଧରି ଦଶ ପରିବାର ସେଠାରେ ବର୍ଷା,ଖରା, ଓ ଶୀତରେ ରହି ଆସୁଥିଲେ । ସରକାରଙ୍କ ଜରିଆରେ କେବଳ ଆଧାର କାର୍ଡ, ଭୋଟ କାର୍ଡ ହୋଇଥିବା ବେଳେ ଖାଉଟି ବିଭାଗ ଜରିଆରେ ଜଣ ପିଛା ଚାଉଳ ୫ କିଗ୍ରା ମିଳୁଥିବା କୁହାଯାଇଛି । ଦଶ ପରିବାର ଚାଲ ନଡା ଛପର କୁଡ଼ିଆରେ ରହି ଜୀବନ ବିତାଉଥିବା ବେଳେ ଭୂମିହୀନ ଅବସ୍ଥାରେ ଏ ଦୁନିଆରେ ବଞ୍ଚିବା କଷ୍ଟ ସାଧ୍ୟ ହୋଇପଡ଼ିଛି,ସାପୁଆ ଙ୍କ ପାଇଁ ସରକାରୀ ସହାୟତା ଯୋଗାଇଦେବାକୁ ଗୋଳାମୁଣ୍ଡା ବ୍ଲକ ଜନକଲ୍ୟାଣ ଗଣମାଧ୍ୟମ ଠାରୁ ଅନେକ ଥର ପ୍ରକାଶ କରିଥିଲେ ମଧ୍ୟ ତାଙ୍କ ପାଇଁ ଘର ଖଣ୍ଡେ ତିଆରି କରିବାକୁ ସରକାରଙ୍କ ପକ୍ଷରୁ ଘର ଡିହ ଖଣ୍ଡେ ନାହିଁ ଏ ନେଇ ସାପୁଆ ପଡ଼ାବାସୀ ଉଦବେଗ ପ୍ରକାଶ କରି ଦେଶାନ୍ତର ହୋଇଥିବା କଥା ପ୍ରକାଶ କରିଛନ୍ତି । ପାନୀୟ ଜଳ ଅଭାବକୁ ଦୃଷ୍ଟିରେ ରଖି ସାପୁଆପଡା ପାଇଁ କିଛି ଦିନ ତଳେ ଫରଙ୍ଗ ପଞ୍ଚାୟତ ଜରିଆରେ ନଳକୂପ ମଧ୍ୟ ଖନନ କରାଯାଇଛି । ବର୍ତ୍ତମାନର ତୁହାକୁ ତୁହା ଦରଦାମ ବୃଦ୍ଧିକୁ ନେଇ ୫ କିଗ୍ରା ଚାଉଳରେ ନିଜ ପରିବାରକୁ ପ୍ରତିପୋଷଣ କରିବା ଅସମର୍ଥ ହେବାରୁ ସାପୁଆ ପଡା ବାସୀ ଦେଶାନ୍ତର ହୋଇଥିବା କହିଛନ୍ତି । ଯେତେବେଳେ ନିଜର ଭିଟାମାଟି ଛାଡି ଦୁଇ ମାସ ହେଲା ଦେଶ ବିଦେଶକୁ ପରିବାରଙ୍କ ସହ ଯାଇଛନ୍ତି ଏହି ସମ୍ପର୍କରେ ସ୍ଥାନୀୟ ଫରଙ୍ଗ ସରପଞ୍ଚ ପ୍ରତିନିଧି ଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଛନ୍ତି ଯେ ସେହି ସାପୁଆ ମାନେ ବାହାରକୁ ଯାଇ କିଛିଦିନ ରହି ପୁଣି ଫେରୁଛନ୍ତି ବୋଲି ଫୋନ ଯୋଗେ କହିଥିଲେ, ହେଲେ ଏହି ବିଷୟରେ ଗୋଳାମୁଣ୍ଡା ବ୍ଲକ ପ୍ରଶାସନ ପକ୍ଷରୁ କି ଭଳି ପଦକ୍ଷେପ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା।

 ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ,ପ୍ରଗତିଶୀଳ ମସିହା

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ଡକ୍ଟର ଚପଳା କୁମାରୀ

masiha

ନବରଙ୍ଗପୁରରେ “ବିକାଶ ର ଧାରା ଓଡିଶା ସାରା” କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ: ଜାତି ଓ ଜନଜାତି ସମ୍ବାଦ କାର୍ଯ୍ୟକ୍ରମ 

Sunil Chandra Nayak

ବାଗେଶ୍ୱର ଧାମ ଶିଷ୍ୟ ମଣ୍ଡଳ ପକ୍ଷରୁ ଭକ୍ତିମୟ କାର୍ଯ୍ୟକ୍ରମ

Leave a Comment

error: Content is protected !!