ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ସେବା କେନ୍ଦ୍ର ଅଧିକାରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ

ଲଙ୍ଗଳେଶ୍ୱର 05/02( ମନିସ ): ବାଲେଶ୍ୱର ଜିଲ୍ଳା ବାଲିଆପାଳ ବ୍ଲକର ଡଗରା ବେଳାଭୂମି ନିକଟରେ ଥିବା ଲକ୍ଷ୍ମୀପ୍ରିୟା ହୋଟେଲ ପରିସରରେ ମୋ ସେବା କେନ୍ଦ୍ର ପରିବାର ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବାଲେଶ୍ୱର ଜିଲ୍ଳା ମୁଖ୍ୟ ମହମ୍ମଦ ନଜମୁଲ ସମେତ 28ଟି ପଞ୍ଚାୟତର ସମସ୍ତ ମୋ ସେବା କେନ୍ଦ୍ରର ଅଧିକାରୀ ଯୋଗଦେଇଥିଲେ l ବାଲିଆପାଳ ବ୍ଲକର ସମସ୍ତ ପଞ୍ଚାୟତ ବାସୀ କିପରି ନିଜ ପଞ୍ଚାୟତରେ ରହି ସୁଲଭ ମୂଲ୍ୟରେ ବିଭିନ୍ନ ସରକାରୀ ସେବା ଯଥା ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର, କୃଷକ ପଞ୍ଜିକରଣ, ଲେବର କାର୍ଡ ପଞ୍ଜିକରଣ ଏବଂ ନବୀକରଣ, ଆଧାର ସେବା, ବ୍ୟାଙ୍କିଙ୍ଗ ସେବା ଆଦି ପାଇପାରିବେ ଏନେଇ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା l ରାଜକିଶୋର ପାତ୍ର, ମାଧବ ଚନ୍ଦ୍ର ତୋଳା, ଆଶିଷ ପଣ୍ଡା, ଜ୍ୟୋତିଶେଖର ଦାସ, ଚିରଞ୍ଜିବି ଜେନା, ପ୍ରଫୁଲ୍ଲ ଦାସ, ଜୟନ୍ତ ହଟେଇ, ପ୍ରଦୀପ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମର ଦାୟିତ୍ୱ ତୁଲାଇଥିଲେ l

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଏମକେସିଜିରେ ପିଜି ପ୍ରଶ୍ନପତ୍ର ଲିକ୍, ଅଭିଯୋଗ ପରେ ତଦନ୍ତ ଆରମ୍ଭ 

Sunil Chandra Nayak

ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରତା : ଭାରତ ଚ୍ଯାମ୍ବର ଅଫ୍ କମର୍ସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଉତ୍କଳ ଗୋପାଳ ସମାଜ ରାୟଗଡା ଜିଲ୍ଲା ଶାଖାର ବାର୍ଷିକ ବୈଠକ

masiha

Leave a Comment

error: Content is protected !!