ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଢ଼େଙ୍କାନାଳ ଜିଲ୍ଲା ଜରଡା ଗାଁ ର ନିଆରା ପରମ୍ପରା : ବିନା ଦିଆସିଲ ଏବଂ ତେଲ ରେ ଜଳେ ନିଆଁ

ଢ଼େଙ୍କାନାଳ (ମସୀହା )୦୫/୦୨_କଙ୍କଡ଼ାହାଡ଼ ବ୍ଲକ ଗଡପଳାଶୁଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜରଡା ଗ୍ରାମ ରେ ଥିବା ମା କଣାବିରା ମହାପାଟ ଓ ରାଧକୃଷ୍ଣଙ୍କ ମହୋତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହେଉଅଛି। କାହିଁ କେଉଁ କାଳରୁ ଲୋକଙ୍କର ବିଶ୍ଵାସ ରହିଛି କି ପ୍ରତ୍ୟକ୍ଷ ଠାକୁରାଣୀ ମା କଣାବିରା ମହାପାଟ ଙ୍କ ପୀଠ ରେ ପ୍ରତି ବର୍ଷ ମାଘ ମାସ ଚତୁର୍ଥୀ ଦିନ ମହୋତ୍ସବ ପାଳନ କରାଯାଏ। ସୂଚନା ଥାଉ କି ପ୍ରଥମ ଦିନ ଭୋର ସକାଳୁ ଗ୍ରାମର ପୂଜକ ଭଗବତ୍ ଗାଦି ରେ ପୂଜା କରିସାରିଲା ପରେ ଗ୍ରାମ ର ଆରାଧ୍ୟ ଦେବୀ କଣାବୀରା ମହାପାଟ ଙ୍କ ବିଜେସ୍ଥଳୀ କୁ ଯାଇ ମାଙ୍କ ଠାରୁ ଆଜ୍ଞା ପାଇଲା ପରେ ବିଶ୍ଵାସ ରହିଛି l ମା ଙ୍କ ନିର୍ଦ୍ଧେଶ କ୍ରମେ ଏକ ତୁଳସୀ ଗଛ କୁ ନେଇ ମହୋତ୍ସବ ହେବା ସ୍ଥାନରେ ରୋପଣକରି ବିଧିପୂର୍ବକ ପୂଜାର୍ଚ୍ଚନା କରାଯାଏ। ଏବଂ ସନ୍ଧ୍ୟା ସମୟରେ ଆଖ ପାଖ ଅଞ୍ଚଳରୁ ବିଭିନ୍ନ ଗ୍ରାମ ରୁ କୀର୍ତ୍ତନ ମଣ୍ଡଳୀ ଆସି ମା ଙ୍କ ନିକଟରେ ନାମ ଯଜ୍ଞ କରନ୍ତି। ତାପରେ ପୂଜାର୍ଚ୍ଚନା କରିବା ପରେ ବହୁ ପୁରାତନ ପୂର୍ବ ପୁରୁଷ ରୁ ପ୍ରଚଳିତ ବିଶ୍ଵାସ ରହିଛି କି ଠାକୁର ଙ୍କ ପାଖରେ ଯେଉଁ ଭୋଗ ବା ଅନ୍ନ ପ୍ରସାଦ ରୋଷେଇ ହୁଏ ତାହା ଦିଆସିଲ୍ କିମ୍ୱା କୌଣସି ରାସାୟନିକ ଦ୍ରବ୍ଯ ରେ ନିଆଁ ଲଗା ଯାଏ ନାହିଁ। ଯେ ପର୍ଯ୍ୟନ୍ତ କାଠ କୁ କାଠ ଘର୍ଷଣ ପରେ ନିଆଁ ନ ଲାଗିଛି ସେ ପର୍ଯ୍ୟନ୍ତ ରୋଷେଇ ହୁଏ ନାହିଁ। ସେଥିପାଇଁ ତାହା ସ୍ଵତନ୍ତ୍ର ମା ଙ୍କ ଆଜ୍ଞା ଅନୁଯାଇ ମୁତ୍ରି ନାମକ ଏକ ଛୋଟ କାଠ ଜଙ୍ଗଲ ରୋ ଅଣାଯାଏ ଓ ତାପରେ ଦୁଇଟି ମୁତ୍ରୀ କାଠ କୁ ଘର୍ଷଣ କରି ଯେଉଁ ନିଆଁ ଉତ୍ପନ୍ନ ହୁଏ ସେହି ନିଆଁ କୁ ଲଗାଇ ଅନ୍ନ ପ୍ରସାଦ ରୋଷେଇ କରାଯାଏ। ଶେଷରେ ସେହି ପ୍ରସାଦ କୁ ସମସ୍ତ ଭକ୍ତ ସେବନ କରିବା ସହ ଆଶୀର୍ବାଦ ଲାଭ କରନ୍ତି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

କଳାହାଣ୍ଡି ଜିଲ୍ଲା ରେ ନୂଆଖାଇ ର ଭିନ୍ନ ପରମ୍ପରା…. ଜୟନ୍ତପୁର ମହିମା ମଠରେ ମହିମା ଧର୍ମାବଲମ୍ବୀଙ୍କ ନବାନ୍ନ ଭକ୍ଷଣ

Sunil Chandra Nayak

ଶ୍ରାବଣ ଦ୍ୱିତୀୟ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ : ସମଗ୍ର ଶୈବ ପୀଠ ଚଳ ଚଞ୍ଚଳ 

Sunil Chandra Nayak

ରାଜ୍ୟ ସଭା ସାଂସଦ ମମତା ମହାନ୍ତଙ୍କ ଦ୍ବାରା ବିଶୋଇରେ ଜଗନ୍ନାଥ ମନ୍ଦିର ଭୂମି ପୂଜନ

Sunil Chandra Nayak

Leave a Comment

error: Content is protected !!