ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଖାତିଗୁଡା ଦିବ୍ୟ ଜୀବନ ସଂଘ ଶାଖା ର ୪୨ତମ ପ୍ରତିଷ୍ଠା ବାର୍ଷିକ ଉତ୍ସବ

ତେନ୍ତୁଳିଖୁଣ୍ଟି ୦୫/୦୨/୨୩- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ଶ୍ରୀ ଶ୍ରୀ ଗୋପାଳ ଶ୍ରୀକ୍ଷେତ୍ର ପ୍ରାଙ୍ଗଣ କଲ୍ୟାଣ ମଣ୍ଡପ ଠାରେ ୫ତାରିଖ ମାଘ ପୂର୍ଣ୍ଣିମା ଦିନ ଦିବ୍ୟ ଜୀବନ ସଂଘ ଖାତିଗୁଡା ଶାଖା ର ୪୨ତମ ପ୍ରତିଷ୍ଠା ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ଜୟ ଗଣେଶ କୀର୍ତ୍ତନ,ଗୁରୁ ସ୍ତୋତ୍ର ଗାନ, ପାଦୁକା ପୂଜା , ଶାନ୍ତି ପାଠ ସହ ଗୀତା ପାଠ ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ରେ ଦିବ୍ୟ ଜୀବନ ସଂଘ ମୂଖ୍ୟ କାର୍ଯ୍ୟାଳୟ ଋଷିକେଶ ରୁ ଆସିଥିବା ସ୍ୱାମୀ ଆନନ୍ଦ ସ୍ୱରୂପାନନ୍ଦ ଜୀ ଓ ବରଗଡ଼ ରୁ ଆସିଥିବା ସ୍ୱାମୀ ବ୍ରହ୍ମାନନ୍ଦ ଜୀ ଙ୍କୁ ସଂକୀର୍ତ୍ତନ ସହ ସ୍ୱାଗତ କରାଯାଇଥିଲା। ସ୍ୱାମୀ ଆତ୍ମ ସ୍ୱରୂପାନନ୍ଦଜୀ ଜୀବନରେ ମନର ପବିତ୍ରତା ,ଦୟା ଗୁଣ ,ଗୁରୁଜନ ଙ୍କୁ ଭକ୍ତି,କ୍ଷମା ଗୁଣ କ୍ରୋଧ କୁ ଦମନ କରିବା ଦ୍ୱାରା ଭଗବତ ସାନିଧ୍ୟ ପ୍ରାପ୍ତ ହୋଇଥାଏ ବୋଲି ପୌରାଣିକ ବ୍ୟାଖ୍ୟା କୁ ଉଦ୍ଧାର କରି ଉପସ୍ଥିତ ଶ୍ରୋତା ଙ୍କୁ ନିଜ ଆଶ୍ରିବଚନ ଦେଇଥିଲେ। ତତ୍ପରେ ସ୍ୱାମୀ ବ୍ରହ୍ମାନନ୍ଦଜୀ ଉପସ୍ଥିତ ଭକ୍ତ ଙ୍କ ସହ ଭଜନ କରିଥିଲେ। ଏହି ଅବସରରେ ଜଗଦେଵ କେଶରୀ ସାମନ୍ତ ଗୁରୁ ବନ୍ଦନା ଗାନ କରିଥିଲେ। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ଦଶାବତାର ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ର ସଂଯୋଜନା ସଂଜୀବ ସାହୁ କରିଥିଲେ। ପ୍ରତିଷ୍ଠା ଉତ୍ସବ ପାଇଁ ସ୍ଥାନୀୟ ବିଦ୍ୟାଳୟ ଯଥା ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ,ସରସ୍ୱତୀ ଶିଶୁ ବିଦ୍ୟମନ୍ଦିର ,ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଛାତ୍ରୀ ଛାତ୍ର ଙ୍କୁ ନେଇ ହୋଇଥିବା ପ୍ରବନ୍ଧ ,ଓ ବକ୍ତୃତା ଆଦି ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଓ ସମସ୍ତ ଅଂଶଗ୍ରହଣ କାରୀ ଙ୍କୁ ପୁରସ୍କୃତ କରିଥିଲେ ସ୍ୱାମୀ ଆନନ୍ଦ ସ୍ୱରୂପାନନ୍ଦ ଜୀ ଓ ସ୍ୱାମୀ ବ୍ରହ୍ମାନନ୍ଦଜୀ। ସମ୍ପାଦକ ନୃସିଂହ ଚରଣ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।ନାରାୟଣ ସେବା ଓ ପ୍ରସାଦ ସେବନ ସହ ଦ୍ଵିତୀୟ ପର୍ଯ୍ୟ।ୟ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟା ଅଧିବେଶନ ସତସଙ୍ଗ ଓ ସ୍ୱାଧ୍ୟାୟ ପାଠ କରାଯାଇଥିଲା। ଖାତିଗୁଡା ଶାଖା ସଭାପତି ବିଜୟ କୁମାର ପାଣିଗ୍ରାହୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ଦିବ୍ୟଜୀବନ ସଂଘ ଆଶ୍ରିତ ଭକ୍ତମଣ୍ଡଳୀ ବିନୋଦ ପାତ୍ର, କେଳିକୃଷ୍ଣ ପଣ୍ଡା,ହରିବନ୍ଧୁ ପରିଡା, ଅଜିତ କୁମାର ମନ୍ଧ।ତା, ରଞ୍ଜିତ କୁମାର ତ୍ରିପାଠୀ, ସର୍ବେଶ୍ୱର ବେହେରା ,ପ୍ରଭା ଶଙ୍କର ପଣ୍ଡା , ହେମନ୍ତ କୁମାର ନାୟକ ପୃଥି ରାଜ ପାଇକ ରାୟ ପ୍ରମୁଖ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ବାଦ୍ୟଯନ୍ତ୍ର ରେ ପ୍ରଦୀପ ଖୁଣ୍ଟିଆ,ସନ୍ତୋଷ ସାମଲ ଓ ଅଗସ୍ତି ସାମଲ ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରାଇରଙ୍ଗପୁରରେ ପହଣ୍ଡି ବିଜେ ପରେ ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

Sunil Chandra Nayak

ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

Sunil Chandra Nayak

ହିଞ୍ଜିଳିକାଟୁରେ ପବିତ୍ର ସାବିତ୍ରୀ ବ୍ରତ ପାଳିତ 

Leave a Comment

error: Content is protected !!