ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ଯ ସଭାପତି ଙ୍କୁ ନବରଙ୍ଗପୁର ଜିଲ୍ଲାରେ ବିପୁଳ ସମ୍ବର୍ଦ୍ଧନା

ନବରଙ୍ଗପୁର(ମସିହା) ଓଡିଶା ରାଜସ୍ଵ ଅମଲା ସଂଘର ୪ ର୍ଥ ତ୍ରୟୋବାର୍ଷିକ ରାଜ୍ୟ ସମ୍ମିଳନୀ ସହିତ ସଂଘ ର ସାଧାରଣ ନିର୍ବାଚନ ଢେଙ୍କାନାଳ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇ ଥିଲା। ଓଡିଶା ରାଜସ୍ଵ ଅମଲା ସଂଘର ନିର୍ବାଚନ ରେ ନିକଟତମ ପ୍ରତିଦ୍ଵନ୍ଦୀ ଙ୍କୁ ବିପୁଳ ଭୋଟ ବ୍ୟବଧାନ ରେ ପରାଜିତ କରି କ୍ରମାଗତ ଭାବେ ଦ୍ଵିତୀୟ ଥର ତ୍ରିପତି ବାଲାଜୀ ସାହୁ ରାଜ୍ଯ ସଭାପତି ଭାବେ ନିର୍ବାଚିତ ହୋଇ ନିଜ ଜିଲ୍ଲାକୁ ଆସିବା ପରେ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ସହିତ ଆରକ୍ଷୀ ଅଧୀକ୍ଷକା ଏସ ସୁଶ୍ରୀ,ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାଳି ପ୍ରସାଦ ବେହେରା ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ସହିତ ଜିଲ୍ଲା ରାଜସ୍ଵ ଅମଲା ସଂଘର ଜିଲ୍ଲା ଉପଦେଷ୍ଟା କୈଳାଶ ଚନ୍ଦ୍ର ଦାସ,ସଭାପତି ଆଶୁତୋଷ ମହାନ୍ତି,ସମ୍ପାଦକ ତ୍ରିଲୋଚନ ନାୟକ ଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ରାଜସ୍ୱ ଅମଲା ଉପସ୍ଥିତ ଥିଲେ।। ସେହିପରି ସଂଘର ସାଧାରଣ ସମ୍ପାଦକ ଭାବେ ନରେଶ ଚନ୍ଦ୍ର ମହାପାତ୍ର କ୍ରମାଗତ ଭାବେ ତୃତୀୟ ଥର ପାଇଁ କିର୍ତ୍ତୀ ରଞ୍ଜନ ପ୍ରଧାନ ପ୍ରଥମ ଥର ପାଇଁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଅଗଷ୍ଟ 9 ବିଶ୍ବ ଆଦିବାସୀ ଦିବସ ରେ ଗୁଣପୁର ରେ ଆଦିବାସୀ ମେଳି

Sunil Chandra Nayak

ଆଜି ଜାତୀୟ ଆମ୍ବ ଦିବସ।ଜାପାନୀ ପ୍ରଜାତିର ଆମ୍ବ ଫଳାଇ ଚର୍ଚ୍ଚାରେ ରକ୍ଷାକର ଭୋଇ

Sunil Chandra Nayak

ସିକେରକୁପାଠାରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!