ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଣ୍ଡକୁଲ ଠାରେ ମାଛ ଯାଆଁଳା ଉତ୍ପାଦନ କେନ୍ଦ୍ର ଉଦଘାଟିତ 

ଟେମରୀ (ମ ନି ସ):-୫/୨: କଳାହାଣ୍ଡି ଜିଲ୍ଲା ର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପଣ୍ଡକୁଲ ଗ୍ରାମର ଅଜିତ ପଧାନଙ୍କ ପୋଖରିଠାରେ ମାଛ ଯାଆଁଳା ଉତ୍ପାଦନ କେନ୍ଦ୍ର ଉଦଘାଟିତ ହେବା ସହ ଏକ ଦିନିଆ ମତ୍ସ୍ୟ ଚାଷ ବିଷୟରେ ଏହି ଅଞ୍ଚଳର ଚାଷୀ ଓ ସ୍ଵଂୟ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇ ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ କରି ଶୁଭ ଉଦଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥିଭାବରେ ଡିଡିଏଫ୍ ସୁରେନ୍ଦ୍ର କୁମାର ପାତ୍ର ଓ ସିଫାର ବରିଷ୍ଠ ବୈଜ୍ଞାନିକ ଡା. ନାଗେଶ୍ଵର କୁମାର ବାରିକ, ଆତ୍ମା ଅଧ୍ୟକ୍ଷ ଇଂ ଦିନେଶ ରାଉତ ଯୋଗ ଦେଇ ମତ୍ସ୍ୟ ଚାଷ ବିଷୟରେ ଚାଷୀମାନଙ୍କୁ ଅଧିକ ଉତ୍ପାଦନ ଓ ଅମଳ କ୍ଷମ କରିବା ପାଇଁ ନୂତନ ବୈଜ୍ଞାନିକ ପ୍ରଣାଳୀ , ସରକାରଙ୍କ ଦ୍ଵାରା ମିଳୁଥିବା ସହଯୋଗ ସବ୍ ସିଡି ମାଧ୍ୟମରେ ଋଣ ପ୍ରଦାନ କରିବା ବୁଝାଇଥିଲେ। ଚାଷୀମାନଙ୍କୁ ମତ୍ସ୍ୟ ତାଲିମ ଦାତା କିପରି ରୋଗ ପୋକ ନିରାକରଣ କରାଯିବ, ମାଛ ଯାଆଁଳା ଉତ୍ପାଦନ କେନ୍ଦ୍ର ଖୋଲାଯିବାର ଆବଶ୍ୟକତା , ବିଭିନ୍ନ ଉପାୟରେ ମତ୍ସ୍ୟ ଚାଷ ଉତ୍ପାଦନ ଓ ସ୍ଵଂୟ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଜୀବିକା ନିର୍ବାହରେ ଲାଭ ଦାୟକ ଆଦି ପୁଙ୍ଖାନୁପଙ୍ଖ ଭାବରେ ବୁଝାଇଥିଲେ । ଏଥିରେ ବିଭିନ୍ନ ଅଞ୍ଚଳର ଚାଷୀ ଯୋଗଦେଇଥିବା ବେଳେ ଅଜିତ ପଧାନ , ଅକ୍ଷୟ ପଧାନ ସମୀର ପଧାନ, ସରୋଜ ପଧାନ, ପଙ୍କଜ ରାଉତ, ମହେନ୍ଦ୍ର ପଧାନ, ସ୍ଵର୍ଣ୍ଣ ଲତା ଭୋଇ, ରଞ୍ଜନ ସାହୁ, ବେଭାରୀ ସା, ପ୍ରମୁଖ ଯୋଗ ଦେଇଥିଲେ।

ଜଗଜ୍ଜିବନ ସା ଙ୍କ ରିପୋର୍ଟ

Related posts

ଖମାର ହଳଦୀ ବ୍ରିଜ଼ ନିକଟରେ ବାଇକ ରୁ ଖସି ପୋଲିସ ହୋମଗାର୍ଡ ଗୁରୁତର 

masiha

ଅଜ୍ଞାନତା ଆମର ସବୁଠୁ ବଡ ଶତ୍ରୁ :କାର୍ଯ୍ୟ-କାରଣ ସମ୍ପର୍କ ଖୋଜିବା ହିଁ ବିଜ୍ଞାନ : ସତ୍ୟର ପାହାଡ ଉପରେ ଠିଆ ହୋଇଥାଏ ବିଜ୍ଞାନ :ଅନ୍ଧକାରରୁ ଆଲୋକକୁ ନେଇଥାଏ ବିଜ୍ଞାନ:ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ବିଜ୍ଞାନ,ଚିନ୍ତାରେ ବିଜ୍ଞାନ :ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଛାତ୍ରୀ,ଛାତ୍ର ବିଜ୍ଞାନ ସେମିନାର–୨୦୨୬ ସଫଳତାର ସହ ଅନୁଷ୍ଠିତ

Sunil Chandra Nayak

ଘର ଭିତରେ ନିଜ ମାଆଙ୍କୁ ମାରି ପୋଡି ଦେଲା ପୁଅ

masiha

Leave a Comment

error: Content is protected !!