ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସାବଧାନତା ଯୋଗୁଁ ଛାତରୁ ପଡ଼ି ବ୍ୟକ୍ତି ଙ୍କ ମୃତ୍ୟ 

କାମାକ୍ଷାନଗର (ମନିସ )୦୭/୦୨_ କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ କାନପୁରା ଗ୍ରାମର ଜଣେ ବ୍ୟକ୍ତି ଛାତରୁ ଖସି ପଡି ଗୁରୁତର ଭାବେ ଆହତ ହୋଇ କଟକ ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇ ଥିବା ଜଣାପଡିଛି। କାନପୁରା ଗ୍ରାମର ହିମାଂଶୁ ରାଉତ (୬୩) ଘର ଛାତ ଉପରେ ଠିଆ ହୋଇ ସିମ୍ବ ତୋଳୁଥିଲେ । ଅସାବଧାନତା ଯୋଗୁଁ ଛାତରୁ ତଳକୁ ଖସି ପଡ଼ିଥିଲେ । ଫଳରେ ମୁଣ୍ଡର ପଛ ପାଖ ମାଡ ହୋଇ ଗୁରୁତର ଭାବେ ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରୁ ଡାକ୍ତର କଟକ ସ୍ଥାନାନ୍ତର କରିଥିଲେ । ସେଠାରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ବେଳେ ରବିବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବୌଦ୍ଧ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ NPS ର ନବବର୍ଷ 2023 ଅଭିନନ୍ଦନ ଓ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ବାଲୁଗାଁ କଲେଜ ଛାତ୍ରୀ ଦୀପ୍ତି : ଅନେକ କଳା ପଦର୍ଶନ କରି ପାଇଛନ୍ତି ପ୍ରଥମ ସ୍ଥାନ !!!

Sunil Chandra Nayak

ରାଉରକେଲା ର ବିଭିନ୍ନ ସ୍ଥାନରେ ବିଶ୍ୱ ଯୋଗ ଦିବସ ପାଳିତ 

masiha

Leave a Comment

error: Content is protected !!