ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସାବଧାନତା ଯୋଗୁଁ ଛାତରୁ ପଡ଼ି ବ୍ୟକ୍ତି ଙ୍କ ମୃତ୍ୟ 

କାମାକ୍ଷାନଗର (ମନିସ )୦୭/୦୨_ କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ କାନପୁରା ଗ୍ରାମର ଜଣେ ବ୍ୟକ୍ତି ଛାତରୁ ଖସି ପଡି ଗୁରୁତର ଭାବେ ଆହତ ହୋଇ କଟକ ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇ ଥିବା ଜଣାପଡିଛି। କାନପୁରା ଗ୍ରାମର ହିମାଂଶୁ ରାଉତ (୬୩) ଘର ଛାତ ଉପରେ ଠିଆ ହୋଇ ସିମ୍ବ ତୋଳୁଥିଲେ । ଅସାବଧାନତା ଯୋଗୁଁ ଛାତରୁ ତଳକୁ ଖସି ପଡ଼ିଥିଲେ । ଫଳରେ ମୁଣ୍ଡର ପଛ ପାଖ ମାଡ ହୋଇ ଗୁରୁତର ଭାବେ ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରୁ ଡାକ୍ତର କଟକ ସ୍ଥାନାନ୍ତର କରିଥିଲେ । ସେଠାରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ବେଳେ ରବିବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନୂତନ ଥାନା ଅଧିକାରୀଙ୍କୁ ବ୍ଲକ ସ୍ତରୀୟ ବିଜେଡ଼ି ନେତା ଙ୍କ ସାକ୍ଷାତ

Sunil Chandra Nayak

ବଲାଙ୍ଗୀର ଦିନ ଉଦ୍ଦଶ୍ୟରେ ଓଡ଼ିଆ ସାହିତ୍ୟ ସଂସଦ (ପଶ୍ଚିମାଞ୍ଚଳ) ପରିବାର ତରଫରୁ କବିତା ଆସର ଆୟୋଜିତ

masiha

କାଳ ବୈଶାଖୀ ପ୍ରଭାବ ରେ ଘର ଉପରେ ପଡିଲା ଗଛ, ଅଳ୍ପକେ ବର୍ତ୍ତିଲେ 3 ଜଣ 

Leave a Comment

error: Content is protected !!