ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ବିଜେପି ର ବ୍ଲକ୍ ଘେରାଉ

  ଚନ୍ଦାହାଣ୍ଡି -(ମ ନି ସ ) -04/02-ଚଳିତ ବର୍ଷର ପ୍ରଧାନ ମନ୍ତ୍ରୀ ଆବାସ ହିତାଧିକାରୀ ଙ୍କ ନାମ ସାମ୍ବ୍ୟାବ ତାଲିକାରୁ ବାଦ ପଡ଼ିବାନେଇ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ବିଜେପି ତରଫରୁ ମଣ୍ଡଳ ସଭାପତି ପ୍ରତାପ ବାଘ ଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ତାରିଣୀ ପେଟ୍ରୋଲ ପମ୍ପ ଠାରୁ ଏକ ଶୋଭାଯାତ୍ରା ରେ ଯାଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ପ୍ରସଙ୍ଗରେ ଏକ ଦାବିପତ୍ର ସହ ହିତାଧିକାରୀ ତାଲିକା ଚନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ଙ୍କୁ ପ୍ରଦାନ କରିଛନ୍ତି। ପୂର୍ବରୁ ଚନ୍ଦାହାଣ୍ଡି ବ୍ଲକ୍ ରେ ଶହ ଶହ ଆବାସ ଗୃହ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଥିବା ବେଳେ ଏକାଧିକ ଘର ନିମ୍ନ ମାନର ତିଆରି ହୋଇଥିବା କହିଛନ୍ତି। ବର୍ତ୍ତମାନ ବ୍ଲକ୍ ରେ ହଜାର ହଜାର ଯୋଗ୍ୟ ହିତାଧିକାରୀ ସାମ୍ଭ୍ୟାବ ତାଲିକାରୁ ବାଦ୍ ପଡିଥିବାବେଳେ ଯାହାର ଆବାସ ଗୃହ ପୂର୍ବରୁ ମିଳିସାରିଛି ସେହି ପରିବାର ହିତାଧିକାରୀ ନୂଆ ତାଲିକାରେ ନାମ ପ୍ରକାଶ ପାଇଥିବା ନେଇ ବ୍ଲକ୍ ବିଜେପି ପ୍ରଶାସନ ମାଧ୍ୟମରେ ଏହାର ଚୂଡାନ୍ତ ତାଲିକା ପ୍ରସ୍ତୁତ କରି ଆଗାମୀ ସାତଦିନ ମଧ୍ୟରେ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇଦେବାକୁ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ସରକାରଙ୍କ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ ହିତାଧିକାରୀ ଙ୍କୁ ଶାସକ ଦଳର ଚାପରେ ଏଥିରୁ ଉଦ୍ଦେଶ୍ୟ ମୂଳକ ଭାବେ ହିତାଧିକାରୀ ଙ୍କୁ ବଞ୍ଚିତ କରାଯାଉଥିବା ଅଭିଯୋଗ ଆଣିଛନ୍ତି l ବ୍ଲକ୍ ର ଦଳୀୟ କର୍ମୀ ପ୍ରମୁଖ ଦଳବଦ୍ଧ ଭାବେ ଦାବିପତ୍ର ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ କୁମାର ଜୈନ, ଜିଲ୍ଲା କାର୍ଯକାରିଣୀ ସଦସ୍ୟ ଦିଲୀପ ଦାସ, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଶ୍ୟାମସୁନ୍ଦର ମାଝୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ହେମଲତା ବାଘ, ବରିଷ୍ଠ ବିଜେପି ନେତା ବସନ୍ତ ମାଝୀ,ନରସିଂହ ଭତ୍ରା, ଫିରୋଜ ଷଡ଼ଙ୍ଗୀ, ଯୁବମୋର୍ଚା ସଭାପତି ଯାଦବ ବଗର୍ତି, ଭୋଦେବ ବାଘ, ଭରତ ବାଘ,ପ୍ରଭାତ ସୁନା,ମୁରଲୀ ପୋଡ଼, କୁଞ୍ଜ ଭଇସାଲ, ଗୁଞ୍ଚୁ ପୂଜାରୀ, ଲୋଚନ କଟା, ଡମ୍ବରୁ ନାୟକ, ପଦ୍ମନ ପୋଡ଼, ଭୀମ ହଂସ କେଦାର ପୂଜାରୀ ପ୍ରମୁଖ ଯୋଗ ଦେଇଥିଲେ l

 ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ମହାମିଶ୍ରଣ ଚିକିଟି ନିର୍ବାଚନ ମଣ୍ଡଳୀ ରେ ବି ଜେ ଡି,କଂଗ୍ରେସ ଦଳ ତ୍ୟାଗ କରି ଶହ ଶହ ଯୁବକ,ଛାତ୍ର,ଜନସାଧାରଣ ବି ଜେ ପି ରେ ଯୋଗ ଦେଲେ

Sunil Chandra Nayak

ନିର୍ବାଚନି ସ୍ଥରୀୟ ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା  ଦିବସ ପାଳନ

Sunil Chandra Nayak

ଅଞ୍ଚଳର ବିକାଶ ଓ ସମସ୍ୟାର ସମାଧାନ ଆମର ମୂଳ ମନ୍ତ୍ର – ବିଧାୟକ ଦୁର୍ଗା ଚରଣ ତନ୍ତୀ 

masiha

Leave a Comment

error: Content is protected !!