ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋହନଗିରୀ ଧବଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ମ.ରାମପୁର,୭/୨,(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରୀସ୍ଥିତ ଧବଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହେଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୂ ପୟର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବରେ ନର୍ଲା ବିଧାୟକ ଭୂପିନ୍ଦର ସିଂହ, ମୁଖ୍ୟବକ୍ତା ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ସମ୍ମାନୀତ ବକ୍ତା ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଣୟ ଆନନ୍ଦ ତ୍ରିପାଠୀ,ସମ୍ମାନୀତ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ଭୋଇ,ସରପଂଚ ମୋହନଗିରୀ ସୁରେନ୍ଦ୍ର ଧରୁଆ, ସରପଂଚ ସିଂହପୁର ଉଚ୍ଛବ ପଧାନ , ପରିଚାଳନା କମିଟୀ ର କାର୍ଯ୍ୟକାରୀ ସଭାପତି ଗୋକୁଳାନନ୍ଦ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ପରିଚାଳନା କମିଟୀର ସଂପାଦକ ଶୁକଦେବ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଇତିହାସ ବିଭାଗ ଅଧ୍ୟାପକ ରୋହିତ ସୁନା ମଞ୍ଚ ପରିଚାଳନା କରିଥିଲେ l ଅଧ୍ୟାପକ ଲକ୍ଷ୍ମୀକାନ୍ତ ବେହେରା ଧନ୍ୟବାଦାର୍ପଣ କରିଥିଲେ । ପରେ ବିଭିନ୍ନ ପ୍ରତିଯୋଗୀତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ୱାରାସାଂ ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସହଯୋଗ କରିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଜୁକନଣ୍ଡି ନିକଟରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ସ୍କୁଟି ଚାଳକ ଗୁରୁତର

masiha

ବିଧାନସଭା ଷ୍ଟାଣ୍ଡିଂ କମିଟିର ଜଟିଆଗୁଡା ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ

Sunil Chandra Nayak

ଜନ୍ମମାଟିରେ ମହାମହିମ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Sunil Chandra Nayak

Leave a Comment

error: Content is protected !!