ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡ଼ି ଧକ୍କାରେ ପରିବା ବିକାଳି ମୃତ

ମୟୂରଭଞ୍ଜ ୬/୨/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର ଭାଲୁବସା ଛକ ପାଖରେ ରବିବାର ୭.୩୦ ଟା ପାଖାପାଖି ସମୟରେ ଅଜଣା ଗାଡ଼ି ଧକ୍କାରେ ଜଣେ ପରିବା ବିକାଳିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଆଜି ରାଇରଙ୍ଗପୁରସହର ସନ୍ନିକଟ ଭାଲୁଵସା ଗ୍ରାମରେ ଗ୍ରାମୀଣ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ପୁରୁଣିଆ ଗ୍ରାମର ଦୀନ ଗରିବ ଚାଷୀ ତଥା ପରିବା ବିକାଳି ରାମ ଦାସ ସୋରେନ‌(୫୫/୬୦) ନିଜର ପରିବାର ପ୍ରତିପୋଷଣ ପାଇଁ ଏହି ଗ୍ରାମକୁ ପରିବା ବିକି ଫେରୁଥିବା ସମୟରେ ଭାଲୁଵସା ଛକରେ ରାଇରଙ୍ଗପୁର ରୁ ଯଶିପୁର ଯାଉଥିବା ଅଜଣା ବୋଲେରୋ ଗାଡ଼ି ଧକ୍କା ଦେଇ ଦୃତ ଗତିରେ ଆସି ପଳାଇଥିଲା ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚେତା ହରାଇ ପଡ଼ି ରହିଥିଲେ । ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଦୁଇ ଘଣ୍ଟା ଧରି ରାସ୍ତା ଜମି କରିଥିଲେ ।ଖବର ପାଇ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀଣୀ ସ୍ବର୍ଣଲତା ମିଞ୍ଜ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କଲାପରେ ଲୋକେ ରାସ୍ତାରୁ ହଟିଥିଲେ ।ପୋଲିସ ଶବକୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ ହେବ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଶିଳ୍ପୀ ଗତି କୃଷ୍ଣ ନାଏକ ପାଇଲେ ଶରତ କୁମାର ରଥ ମେମୋରିଆଲ ପୁରସ୍କାର 2023

Sunil Chandra Nayak

ତେରେସିଂହା କଲେଜରେ ବିଶ୍ଵ ଏଡ୍‌ସ ଦିବସ ପାଳିତ

Sunil Chandra Nayak

ଢଉଗାଁ ରେ ବିଶ୍ୱଶାନ୍ତି ମହାଯଜ୍ଞ 

Leave a Comment

error: Content is protected !!