ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଜିଓ ପକ୍ଷରୁ ତାଳଚେରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ

ପୂର୍ବରୁ ଜିଓ ପକ୍ଷରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର ଓ ଅନୁଗୁଳର ନାଲ୍‌କୋ ଭଳି ୧୨ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିଲା…..

 ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ତାଳଚେର ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯିବା ସହ ରାଜ୍ୟର ୧୩ଟି ସହରରେ ଟ୍ରୁ-୫ଜିର ଲାଭ ପହଂଚିଛି । ପୂର୍ବରୁ ଜିଓ ପକ୍ଷରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର ଓ ଅନୁଗୁଳର ନାଲ୍‌କୋ ଭଳି ୧୨ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିଲା । ଏହି ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ଜିଓ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବେ ୫ଜି ସେବାର ଶୁଭାରମ୍ଭ କରିଛି ।

ଜାତୀୟ ସ୍ତରରେ ୧୦ଟି ଅଧିକ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ବିଷୟରେ ଆଜି ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେଉଁଥିରେ ସାମିଲ ରହିଛି ତାଳଚେର (ଓଡ଼ିଶା), ହିନ୍ଦୁପୁର, ମଦନପଲ୍ଲୀ, ପ୍ରୋଡାତୁର (ଆନ୍ଧ୍ରପ୍ରଦେଶ), ରାୟଗଡ଼ (ଛତିଶଗଡ଼), ପଟିଆଲା (ପଂଜାବ), ଅଲୱର (ରାଜସ୍ଥାନ), ମଂଚେରିଆଲ (ତେଲେଙ୍ଗାନା), ଗୋରଖପୁର (ଉତରପ୍ରଦେଶ) ଓ ରୁର୍‌କି (ଉତରାଖଣ୍ଡ) । ଏଥି ସହିତ ଦେଶରେ ଜିଓ ଟ୍ରୁ-୫ଜି ସେବା ଉପଭୋଗ କରୁଥିବା ମୋଟ ସହର ସଂଖ୍ୟା ୨୩୬ରେ ପହଂଚିଛି ।

ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବେ ଜିଓ ପକ୍ଷରୁ ୫ଜି ସେବାର ଶୁଭରମ୍ଭ କରାଯାଇଛି । ଆଜିଠାରୁ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ପର୍ଯ୍ୟନ୍ତର ଅସୀମିତ ଡାଟା ଅନୁଭୂତି ହାସଲ କରିବା ଲାଗି ଏହି ସହରଗୁଡ଼ିକରେ ଜିଓ ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ ।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଆଠଟି ରାଜ୍ୟର ଏହି ୧୦ଟି ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ । ଏହି ଶୁଭାରମ୍ଭ ସହିତ ୨୩୬ଟି ସହରରେ ଜିଓ ଗ୍ରାହକମାନେ ୨୦୨୩ ନୂଆବର୍ଷରେ ଜିଓ ଟ୍ରୁ-୫ଜିର ରୂପାନ୍ତରିତ ଲାଭକୁ ଉପଭୋଗ କରିପାରିବେ ।’’

ନୂତନ ଭାବେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ସହରଗୁଡ଼ିକ ହେଉଛି ଆମ ଦେଶର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ଓ ବାଣିଜ୍ୟିକ ସ୍ଥଳ ତଥା ପ୍ରମୁଖ ଶିକ୍ଷା ହବ୍ ମଧ୍ୟ । ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବାରୁ ଏହି ଅଂଚଳର ଗ୍ରାହକମାନେ ଶ୍ରେଷ୍ଠ ଟେଲିଯୋଗାଯୋଗ ନେଟ୍‌ୱର୍କ ସମେତ ଇ-ଗଭର୍ଣ୍ଣାସ, ଶିକ୍ଷା, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ, ସ୍ୱାସ୍ଥ୍ୟ ସେବା, କୃଷି, ଆଇଟି ଓ ଏସ୍‌ଏମ୍‌ଇ କ୍ଷେତ୍ରରେ ଅସୀମିତ ଅଭିବୃଦ୍ଧି ସୁଯୋଗ ପାଇବେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

୧୫ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର, ତୃତୀୟଲିଙ୍ଗୀ ସନ୍ତାନଙ୍କୁ ମିଳିବ ପରିବାର ପେନସନ

Sunil Chandra Nayak

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଙ୍କୁ ମିଳିଲା ପଦ୍ମଶ୍ରୀ ପୁରସ୍କାର

Sunil Chandra Nayak

ପ୍ରକାଶ ପାଇଲା +୨ ପ୍ରଥମ କଟ୍‌ଅଫ୍‌ ମାର୍କ , କଳା, ବିଜ୍ଞାନ ଓ ବାଣିଜ୍ୟ କଟ୍‌ଅଫ୍‌ ମାର୍କରେ ରେଭେନ୍ସା ଜୁନିଅର କଲେଜ ଆଗରେ

Leave a Comment

error: Content is protected !!