ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ବ୍ଲକ ଅଧକ୍ଷ ଓ ଉପାଧକ୍ଷାଙ୍କ ନୂତନ କାର୍ଯ୍ୟାଳୟକୁ ପ୍ରବେଶ !!!

ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ଅଧକ୍ଷ ଅମରେନ୍ଦ୍ର ରଣସିଂହ ଓ ଉପାଧକ୍ଷା ରୀନା ଦେଇ ଆଜି ଆନୁଷ୍ଠାନିକ ଭାବରେ ତାଙ୍କର ନିଜ ନିଜ ବ୍ଲକ ପରିଷର ନୃତନ କାର୍ଯ୍ୟାଳୟକୁ ହୋମ ପୂଜାର୍ଚ୍ଚନା କରି ପ୍ରବେଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଚିଲିକା ନିର୍ବାଚନ ମଣ୍ଡଳୀର ଉନ୍ନତିର ସ୍ରଷ୍ଠା, ପ୍ରମୂଖ ବିନ୍ଧାଣୀ ପୂର୍ବତନ ବିଧାୟକ ଡା.ବିଭୁତି ଭୂଷଣ ହରିଚନ୍ଦନ, ଚିଲିକା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ, ସତ୍ୟନାରାୟଣ ପାଲଟାସିଂହ, ବାମନ ଚରଣ ଦାସ, ଦୁଷ୍ମନ୍ତ ହରିଚନ୍ଦନ, ପୂର୍ବତନ ଭେଟେଶ୍ୱର ସରପଞ୍ଚ ଜିତେନ୍ଦ୍ର ଭୋଳ ଙ୍କ ସମେତ ବାଣପୁର ବ୍ଲକର ୧୭ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ,ସଭ୍ୟା ଓ ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ। ବାଣପୁର ବ୍ଲକର ପ୍ରାୟ ୨ହଜାରରୁ ଅଧିକ ଲୋକ ବହୁ ନେତା, କର୍ମୀ ଓ ବୁଧିଜୀବି ଉପସ୍ଥିତ ଥିଲେ।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

Biju Sethu Construction Lags Behind Schedule

masiha

ସ୍କୁଟି–ଟ୍ରକ ମୁହାଁ ମୁହିଁ ଧକ୍କା ଜଣେ ଗୁରୁତ୍ତର 

masiha

ଭୋଟର ତାଲିକା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ -୨୦୨୫ ଅନ୍ତର୍ଗତ ନବରଂଗପୁର ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ 

masiha

Leave a Comment

error: Content is protected !!