ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ତହସିଲଦାର କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ସାମ୍ବାଦିକ ସଙ୍ଘ 

ଚନ୍ଦାହାଣ୍ଡି 8/2(ମ ନି ସ )- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ପ୍ରେସ କ୍ଳବର ସଭାପତି ଦିଲୀପ କୁମାର ଦାସ ଙ୍କ ନେତୃତ୍ୱ ରେ କ୍ଳବ ର ସମସ୍ତ ସଦସ୍ୟ ଏବଂ କାର୍ଯ୍ୟକର୍ତ୍ତା ମାନେ ନୂତନ ଭାବରେ ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟଳୟ ରେ ଯୋଗଦାନ ଦେଇଥିବା ତହସିଲଦାର ସ୍ନିଗ୍ଧାରାଣୀ ପଳାଇ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ ସମସ୍ତ ସାମ୍ବାଦିକ ପୁଷ୍ପଗୁଛ ଦେଇ ସ୍ୱାଗତ କରିବା ସହ ଚନ୍ଦାହାଣ୍ଡି ଅଞ୍ଚଳ ରେ ରହିଥିବା ବିଭିନ୍ନ ରାଜସ୍ୱ ସମସ୍ୟା କୁ ନେଇ ଆଲୋଚନା କରି ଥିଲେ l ନୂତନ ତହସିଲଦାର ଶ୍ରୀମତୀ ପଳାଇ ସମସ୍ତ ସାମ୍ୱାଦିକ ଙ୍କୁ ସ୍ୱାଗତ କରିବା ସହ ଚନ୍ଦାହାଣ୍ଡି ବ୍ଲକ ରେ ଲାଗି ରହିଥିବା ବିଭିନ୍ନ ରାଜସ୍ୱ ସମସ୍ୟା ଉପରେ ବିଶେଷ ଦୃଷ୍ଟି ଦେବା ସହ ଗରୀବ ଶ୍ରେଣୀ ର ଲୋକମାନେ କିଭଳି ଭାବରେ ଉଚିତ ସେବା ପାଇପାରିବେ ସେଥି ପ୍ରତି ବିଶେଷ ଦୃଷ୍ଟି ଦେବେ ବୋଲି ସେ ସାମ୍ବାଦିକ ଙ୍କୁ ପ୍ରତିଶ୍ରୁତି ଦେଇ ଥିଲେ l ନୂତନ ତହସିଲଦାର ଙ୍କ ସହ ସୌଜନ୍ୟ ସାକ୍ଷାତ ସମୟ ରେ ପ୍ରେସ କ୍ଳବ ର ସମ୍ପାଦକ ମୁକୁନ୍ଦ ବେଶ୍ରା ଉପ ସଭାପତି ବାସୁଦେବ ସୁନା ବରିଷ୍ଠ ସାମ୍ବାଦିକ ମହମ୍ମଦ ହୁସେନ, କୋସାଧ୍ୟକ୍ଷ ସଂଗ୍ରାମ କେଶରୀ ସାହୁ, ବରିଷ୍ଠ ସାମ୍ବାଦିକ ମନୋଜ କୁମାର ପାଣ୍ଡି, ସାମ୍ବାଦିକ ଶ୍ୟାମ ସୁନ୍ଦର ସୁନାନୀ,କାମିନୀ ରଞ୍ଜନ ପାଣ୍ଡେ,ଦିବ୍ୟରଞ୍ଜନ ମହାପାତ୍ର, ହିମାଂଶୁ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ l

   
ଚନ୍ଦାହାଣ୍ଡି ରୁୁ  ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର

masiha

ଯୁଗ ବଦଳୁଛି, ହେଲେ ବଦଳି ପାରୁନି ବିଜରାଦର ଗ୍ରାମବାସୀ ଙ୍କ ଭାଗ୍ୟ 

masiha

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

Leave a Comment

error: Content is protected !!