ଥୁଆମୂଳ ରାମପୁର:ମ.ନି.ସ:– କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର – କଲମପୁର କୁ ସଂଯୁକ୍ତ କରୁଥିବା ସିଙ୍ଗାରୀ ଘାଟି ମୂଖ୍ଯ ରାସ୍ତାରେ ଏକ ମଟର ସାଇକଲ ଦୁର୍ଘଟଣା ଘଟିଥିଲା ଯାହାଫଳରେ ଚାଳକଙ୍କ ମୃତ୍ୟୁବରଣ କରିଥିଲେ।ମୃତ ମଟର ସାଇକେଲ ଚାଳକ ଜଣକ କଲମପୁର ବ୍ଳକ ନିକଟ ସାଗବାରୀ ଗ୍ରାମର ଶ୍ଯାମସୁନ୍ଦର କେତକୀ।ସେ ନିଜ ଗ୍ରାମ ସାଗବାରୀ ଠାରୁ ଥୁଆମୂଳ ରାମପୁର କୁ କୌଣସି କାମ ନେଇ ଆସୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ।ଘଟଣା ସ୍ଥଳରୁ ବାଇକ୍ ଏବଂ ମୃତ ବାଇକ ଚଳକଙ୍କ ପରିଚୟପତ୍ର ମୋବାଇଲ ଉଦ୍ଧାର କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଥିବା ଜଣାପଡିଛି। ଏହି ମାମଲାରେ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ଜଣାପଡିଛି।
ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ