ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ଗ୍ରୀନ ଆର୍ମି କମାଣ୍ଡେଣ୍ଟ ଏଓ୍ବାର୍ଡ ପାଇଲେ ନିଶୀଗନ୍ଧା ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବଳରାମ ତରାଇ

 ଭୁବନେଶ୍ବର  :୦୮/୦୨ – ବୃକ୍ଷ କୁ ଭଲପାଉଥିବା ପରିବେଶ ସୁରକ୍ଷା କୁ ଅଗ୍ରାଧିକାର ଦେଇ ସବୁଜ କରି ଗଢିତୋଳିବା ଓ ଜଳବାୟୁ ପରିବର୍ତ୍ତନ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଅଧିକ ଧ୍ଯାନ ଦେଇ ଚିନ୍ତିତ ଓ ନିସ୍ବାର୍ଥ ପର ଭାବରେ କାମ କରୁଥିବା ଜଣେ ମଣିଷ ସେ ହେଉଛନ୍ତି  ନିଷିଗନ୍ଧା ଫାଉଣ୍ଡେସନ ର  ପ୍ରତିଷ୍ଠାତା  ଶ୍ରୀଯୁକ୍ତ ବଳରାମ ତରାଇ। ସେ ପ୍ରେରଣା ଆନ୍ତର୍ଜାତୀୟ ଗ୍ରୀନ ଆର୍ମି କମାଣ୍ଡେଣ୍ଟ ଏଓ୍ବାର୍ଡ ପାଇବା ପାଇଁ ଯୋଗ୍ଯ ବିବେଚିତ ହୋଇଥିଲେ। ଗତ ତା ୦୬/୦୨/୨୦୨୩ ରିଖ ଦିନ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ପ୍ରେରଣା ଇଣ୍ଟରନେସନାଲ ଗ୍ରୀନ୍ ଆର୍ମି ପକ୍ଷରୁ ଡା,ଦିଲ୍ଲୀପ ଶ୍ରୀଚନ୍ଦନ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ରାଜ୍ଯ ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଣ୍ତପଡା ବିଧାୟକ ତଥା ସମ୍ବାଦର ସମ୍ପାଦକ ଶ୍ରୀ ସୌମ୍ଯରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଅରୁପ ପଟ୍ଟନାୟକ ଯୋଗଦେଇ ଶ୍ରୀଯୁକ୍ତ ବଳରାମ ତରାଇଙ୍କୁ ପ୍ରେରଣା ଗ୍ରୀନ ଆର୍ମି କମାଣ୍ଡେଣ୍ଟ ଏଓ୍ବାର୍ଡ ରେ ସମ୍ମାନିତ କରାଯାଇଥିଲା। ପରିବେଶ କୁ ନେଇ ତାଙ୍କର ଏହି ଅତୁଳନୀୟ ଅବଦାନ କୁ ପ୍ରଶଂସା କରି ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ଅନେକ ଗୁଡିଏ କଥା ପଚାରିବା ସହିତ ବଳରାମ ତରାଇଙ୍କୁ ଆଲିଙ୍ଗନ କରିଥିବାରୁ ବଳରାମ ତରାଇ ନିଜକୁ ଧନ୍ଯମନେ କରି ବହୁତ ଖୁସି ହୋଇଥିଲେ। ଏହା ସହିତ ଏହି ଉତ୍ସବରେ ଯୋଗଦେବା ପାଇଁ ଶ୍ରୀଯୁକ୍ତ ବଳରାମ ତରାଇଙ୍କୁ ନିମନ୍ତ୍ରଣ କରିଥିବାରୁ ତାଙ୍କୁ ଅନେକ ଧନ୍ଯବାଦ ଜଣାଇଥିଲେ। ଆଗକୁ ଶ୍ରୀଯୁକ୍ତ ବଳରାମ ତରାଇ ନିଜ କାର୍ଯ୍ଯଦକ୍ଷତା ଉପରେ ବିଶ୍ବାସ ରଖି ନିଷ୍ଠାପର ଭାବରେ ବଜାୟ ରଖିବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି। ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରି ଜଳବାୟୁ ପରିବର୍ତ୍ତନ ଓ ଉଷ୍ମତା ହ୍ରାସ କ୍ଷେତ୍ରରେ ଏହି ପୁରସ୍କାର ଅନ୍ଯମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ତରାଇ କହିଥିଲେ। ଏଠାରେ ସ୍ମରଣ ଯୋଗ୍ୟ ଯେ , ଶ୍ରୀ ତରାଇ ଜଣେ ଦକ୍ଷ ସଂଗଠକ , ସମାଜ ସେବୀ ,  ଓଡ଼ିଆ ସାହିତ୍ୟ ଓ କବି , ଲେଖକ ମାନଙ୍କୁ  ପ୍ରୋତ୍ସାହନ ଦେବା ଓ ସେମାନଙ୍କୁ ସଠିକ୍ ପ୍ଲାଟଫର୍ମ ଯୋଗାଇବା କୁ ନେଇ ମଧ୍ୟ ଅନେକ ସମ୍ମାନ ପତ୍ର , ଆୱାର୍ଡ଼ ପାଇ ସାରି ଛନ୍ତି । ଏହି ଉତ୍ସବରେ ଅନ୍ଯାନ୍ଯ ଅତିଥି ମାନଙ୍କ ମଧ୍ୟରେ ପାଇକ ଆଖଡା ମହାସଂଘର ସଭାପତି ପ୍ରକାଶ ଶ୍ରୀ ଚନ୍ଦନ, ଚାର୍ଟାଡ ଆକାଉଣ୍ଟାଣ୍ଟ ସଞ୍ଜୟ ବେଉରା, ରୋଟାରି ଗଭର୍ଣ୍ଣର ଯଜ୍ଞଶିଷ ମହାପାତ୍ର, ପ୍ରେରଣା କମାଣ୍ଡେଣ୍ଟ ଦିଲ୍ଲୀପ ଶ୍ରୀଚନ୍ଦନ, ସୁଶାନ୍ତ ପଟ୍ଟନାୟକ, ସମାଜସେବୀ ସୁଜାତା ପଶାୟତ, ପ୍ରଧ୍ଯାପିକା ମଧୁସ୍ମିତା ଦାସ, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ,ଓ ପ୍ରକାଶ ବିନ୍ଧାଣୀ ପ୍ରମୁଖ ଯୋଗଦେଇ ଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ସର୍ପାଘାତରେ ଜଣେ ମୃତ

Sunil Chandra Nayak

ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ବାଗତ ଉତ୍ସବ ‘ନବପଲ୍ଲବ’ 

Sunil Chandra Nayak

ନବରଙ୍ଗପୂର୍ ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ପାଳିତ 

masiha

Leave a Comment

error: Content is protected !!