ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ବିବିଧ

ଦେଶରେ ପ୍ରଥମ, ଛୁଆ ଜନ୍ମ ଦେଲେ ଗର୍ଭବତୀ ପୁରୁଷ.. କେରଳର ଜଣେ ପୁରୁଷ ୮ ମାସର ଗର୍ଭଧାରଣ କରିଥିଲେ

ସନ୍ତାନ ଜନ୍ମ ପରେ କିନ୍ନର ଦମ୍ପତି ନବଜାତର ଲିଙ୍ଗ ଜଣାଇଲେ ନାହିଁ…

କେରଳର କିନ୍ନର ଦମ୍ପତି ନିକଟରେ ନିଜ ଗର୍ଭବତୀ ଥିବା କଥା ଘୋଷଣା କରିଥିଲେ। ବୁଧବାର ଅର୍ଥାତ ଆଜି ଏକ ସରକାରୀ ଡାକ୍ତରଖାନାରେ କିନ୍ନର ଦମ୍ପତି ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି। କାରଣ ଏମିତି ଘଟଣା ପୂର୍ବରୁ କେବେ ହେଲେ ଘଟି ନାହିଁ। ଏହି ଘଟଣାକୁ ନେଇ କିନ୍ନର ଜିଆ ପାବଲ କହିଛନ୍ତି, ‘ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ସିଜେରିଆନ ଜରିଆରେ ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ସନ୍ତାନର ଜନ୍ମ ହୋଇଛି। ଶିଶୁକୁ ଜନ୍ମ ଦେବା ପରେ ନବଜାତ ଓ ଜାହଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

କିନ୍ନର ଦମ୍ପତି ନବଜାତ ଶିଶୁର ଲିଙ୍ଗ ଝିଅ କି ପୁଅ ଜଣାଇବାକୁ ମନା କରିଦେଇଛନ୍ତି। ସେମାନେ ନିଜ ସନ୍ତାନର ଲିଙ୍ଗକୁ ସାର୍ବଜନୀନ କରିବାକୁ ଚାହୁଁନାହାଁନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଜିଆ ପାବଲ ଇନଷ୍ଟାଗ୍ରାମରେ ଘୋଷଣା କରିଥିଲେ ଯେ, ‘ ଜାହଦ ଆଠ ମାସର ଗର୍ଭବତୀ ଅଛନ୍ତି। ଆମର ବାପା- ମା’ ହେବାର ସ୍ବପ୍ନ ବହୁତଦିନରୁ ଥିଲା। ଯାହାକି ଖୁବଶୀଘ୍ର ପୁରଣ ହେବାକୁ ଯାଉଛି। ଜାହାଦଙ୍କ ସହିତ ମୁଁ ଗତ ତିନିବର୍ଷ ଧରି ଏକାଠି ଅଛି। ଆମେ ଦୁହେଁ ବହୁତ ଖୁସିରେ ଅଛୁ। ଆଉ ହସଖୁସିରେ ଜୀବନ ବିତାଉଛୁ। ଏଭଳି ସମୟରେ ନୂଆ ଅତିଥି ଆସିଯିବା ପରେ ଆମ ଦୁହିଁଙ୍କ ଜୀବନରେ ଆହୁରି ଖୁସି ଭରିଯିବ। ଦିନ କେମିତି କଟିଯିବ ତାହା ଜଣାପଡ଼ିବ ନାହିଁ।

ପାବଲ କହିଛନ୍ତି, ‘କିନ୍ନର ସମୁଦାୟ ସମାଜରେ ନିରନ୍ତର ଭୟରେ ବଞ୍ଚି ଥାଆନ୍ତି। ଆମେ ଚିନ୍ତାରେ ଥିଲୁ କି ସମାଜ କ’ଣ ଭାବିବ। ଏମିତି ଅନେକ କିନ୍ନର ଦମ୍ପତି ଅଛନ୍ତି, ଯେଉଁମାନେ ବାପା-ମା’ ହେବାକୁ ଚାହୁଁଛନ୍ତି, ସେମାନଙ୍କ ଗର୍ଭଧାରଣ ବି ସମ୍ଭବ ରହିଛି, କିନ୍ତୁ ସେମାନେ ସାମ୍ନାକୁ ଆସୁ ନାହାନ୍ତି।

ପୁରୁଷ କେବେ ଗର୍ଭବତୀ ହେବା କଥା ଶୁଣିଛନ୍ତି ? 

ହୁଏତ ନା…. ହେଲେ ଉନ୍ନତ ମାନର ଟେକ୍ନୋଲୋଜି ପାଇଁ ଆଜିକାଲି ସବୁ ହେଉଛି ସମ୍ଭବ। ଏଠି ବି ସେମିତି ଏକ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଟ୍ରାନ୍ସ ଜେଣ୍ଡର ଦମ୍ପତ୍ତି। ଏମାନେ ହେଲେ ୨୧ ବର୍ଷୀୟ ଜିୟା ପାୱଲ ଓ ୨୩ ବର୍ଷୀୟ ଜହାଦ୍‌। କେରଳର କୋଝିକୋଟରେ ରୁହନ୍ତି ଏହି ଟ୍ରାନ୍ସଜେଣ୍ଡର ଦମ୍ପତି।  

ଜନ୍ମରୁ ଝିଅ ଥିଲେ ଜହାଦ୍। ପରେ ହେଲେ ପୁଅ। ଆଉ ଏବେ ସେ ଗର୍ଭବତୀ ଜନ୍ମ କଲେ ଛୁଆ। ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣାଟି ସତ। ଜିୟା ଏବଂ ଜହାଦ୍‌ ୩  ବର୍ଷ ହେବ ଏକାଠି ରହୁଛନ୍ତି । ଜିୟା ଜନ୍ମରୁ ପୁଅ ଥିଲେ । କିନ୍ତୁ, ପରେ ଅସ୍ତ୍ରୋପଚାର ଦ୍ୱାରା ସେ ଝିଅ ହୋଇଥିଲେ । ସେହିପରି ଜହାଦ୍‌ ଜଣେ ଝିଅ ରୂପରେ ଜନ୍ମ ନେଇଥିବାବେଳେ ସେ ଏବେ ପୁଅ ହୋଇଛନ୍ତି । ତେବେ ଜହାଦ୍‌ ସମ୍ପୂର୍ଣ୍ଣ ଭାବେ ପୁଅ ହେବା ପୂର୍ବରୁ ଜିୟାଙ୍କ ପିଲାର ମା’ ହୋଇଛନ୍ତି। ଲିଙ୍ଗ ପରିବର୍ତ୍ତନ ଲାଗି ଜହାଦ୍‌ଙ୍କ ଗର୍ଭାଶୟ ଏବଂ ଅନ୍ୟ କିଛି ଅଙ୍ଗକୁ କଢ଼ାଯାଇଥାନ୍ତା । କିନ୍ତୁ, ସେ ଗର୍ଭବତୀ ହେବାପରେ ତାଙ୍କ ଲିଙ୍ଗ ପରିବର୍ତ୍ତନ ପ୍ରକ୍ରିୟାକୁ ରୋକାଯାଇଛି।

ଦମ୍ପତିଙ୍କ ଅନୁସାରେ, ଉଭୟେ ସ୍ୱତନ୍ତ୍ର ଜୀବନ ବଞ୍ଚିବାକୁ ଇଚ୍ଛା କରିଥିଲେ । ଜିୟା ଜଣେ ଶାସ୍ତ୍ରୀୟ ନୃତ୍ୟ ଶିକ୍ଷକ । ସେ ଜନ୍ମରୁ ଝିଅ ନୁହଁନ୍ତି କିମ୍ବା ତାଙ୍କ ଶରୀରର ଗଠନ ମଧ୍ୟ ଝିଅଙ୍କ ଭଳି ନୁହେଁ । କିନ୍ତୁ, ସେ ନିଜକୁ ଜଣେ ମହିଳା ବୋଲି ଭାବନ୍ତି । ଏକାଠି ରହିବା ବେଳେ ଉଭୟେ ଏକ ଶିଶୁ ପାଇଁ ଇଚ୍ଛା କରିଥିଲେ । ମା’ ଡାକ ଶୁଣିବାକୁ ଇଚ୍ଛା ଥିଲା ଜିୟାଙ୍କର । ସେହିପରି ଜହାଦ୍‌ଙ୍କର ମଧ୍ୟ ବାପା ହେବାକୁ ଇଚ୍ଛା ଥିବା ପ୍ରକାଶ କରିଛନ୍ତି ଜିୟା । ପ୍ରସବ ପରେ ଜହାଦ୍‌, ଟ୍ରାନ୍ସ ମ୍ୟାନ୍‌ ବା ପୁରୁଷ ହେବା ପାଇଁ ପୁଣି ଡାକ୍ତରୀ ପ୍ରକ୍ରିୟା ଆରମ୍ଭ କରିବେ ବୋଲି କହିଛନ୍ତି । ଉଭୟ ଭାବିଚିନ୍ତି ଏହି ନିଷ୍ପତ୍ତି ନେଇଥିବା ଜିୟା ପ୍ରକାଶ କରିଛନ୍ତି । ଜିୟା ସୋସିଆଲ୍ ମିଡିଆରେ ଏକଥା  କହିଛନ୍ତି ଯେ, ଟ୍ରାନ୍ସଜେଣ୍ଡର ସମୁଦାୟରେ ଏହି ମାମଲା ପ୍ରଥମ।

ଜିୟା ଆହୁରି କହିଛନ୍ତି ଯେ,  ଟ୍ରାନ୍ସ ପୁରୁଷ ଓ ଟ୍ରାନ୍ସ ମହିଳା  ହେବାରେ ଜାରି ରହିଛି ଆମ ଯାତ୍ରା।  ମୁଁ ମୋ ହର୍ମନ ଉପଚାର ଜାରି ରଖିବି।  ଡେଲିଭରିର ୬ମାସ କିମ୍ବା ଏକ ବର୍ଷ ପରେ ଟ୍ରାନ୍ସ ମ୍ୟାନ୍ ହେବା ଚିକିତ୍ସା ଜାରି ରଖିବି। ’

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବେଣୁଧର ସୂତାର ଙ୍କ କବିତା//କବିତା ଗୋ ତୁମେ

Sunil Chandra Nayak

ଡୁଇଟ ଡେଭିଡ ଫୀଳିପ ଙ୍କ କବିତା// ନୂତନ ବର୍ଷ, ମୃତ୍ୟୁ ଓଢ଼ଣା ଦେଇଛି, ଚେହେରା ପୁରୁଣା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା l l ଦାଦନର ଦୁଃଖ l l

Sunil Chandra Nayak

Leave a Comment

error: Content is protected !!