ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ବିବିଧ

ବେଣୁଧର ସୂତାର ଙ୍କ କବିତା l l l ଭିଟାମାଟି l l l

    l l l ଭିଟାମାଟି l l l

     // ବେଣୁଧର ସୂତାର //

ସାତ ପୁରୁଷର ଭିଟାମାଟି ମୋର
ଜୀବନର ତୀର୍ଥଭୂମି
ତା ସ୍ନେହ ମମତା ଭାବ ନିବିଡତା
ବୟସକୁ ଯାଏ ଚୁମି             
ଅସରା ପ୍ରୀତିର ଝର
ଅନୁରାଗ ଭରା ଅନୁକମ୍ପା ଯାର
ମୋ ଜୀବନ ଇସ୍ତାହାର ।।
ତାର ଅନୁଦାନ ଭିନ୍ନ ସମ୍ମୋହନ
ଦିବ୍ୟ ଶାନ୍ତି ମଧୁମୟ
ମମତା ତାହାର ପ୍ରୀତିଫଲ୍ଗୁ ଧାର
ଜୀବନର ବରାଭୟ     
ଶିହରିତ ମୁଗ୍ଧ ମନ
ମୋମାଟି ମୋପାଇଁ ଅମୃତ ଭୁବନ
ସପନ ନନ୍ଦନ ବନ ।।
ଷଠି କଉଡିରୁ ଜୀବନ ଆରମ୍ଭ
ଶୈଶବର ମିଠା ସ୍ମୃତି
ଯୌବନ ମାଦକ ମଦିରା ମହଲେ
ସପନର ଚୋରାପ୍ରୀତି
ମୋ ଭିଟା ମାଟିର ମୋହ
ଅମାପ ପ୍ରେମର ସ୍ନେହ ମମତାର
ପରିପୂର୍ଣ୍ଣ ସମାରୋହ ।।
ଅଭୁଲା ସେ ସ୍ମୃତି ପ୍ରିୟଜନ ପ୍ରୀତି
କେତେ ମାନ ଅଭିମାନ
ଜଗାଏ ବୁକୁରେ ମୁଗ୍ଧ ଶିହରଣ
ଅସରନ୍ତି ଆଲୋଡନ
ସୁଖର ମଧୁର କ୍ଷଣ
ଲୁଟିନେଲା ଅବା ରୂପରୁ ବୟସ
ସନ୍ତାପିତ ହୁଏପ୍ରାଣ
ରହି ପ୍ରବାସରେ ସହରୀ ମାୟରେ
ଭୁଲିଗଲି ସ୍ବାଭିମାନ
ନୀଳ ତୃଷ୍ଣାତୀରେ
                   ଖୋଜୁଛି ଆତୁରେ
ସମୟର ପାଦ ଚିହ୍ନ
ନିରୁପାୟ ଅନ୍ତରାଳେ
ଜୀବନ ଦୀପରେ ମାପୁଛି ଆୟୁଷ
ପ୍ରତୀକ୍ଷାର ବେଦିତଳେ ।।            
ବିଧୁରିତ ଏଇ ବିଦଗ୍ଧ ହୃଦୟେ
ଦୁଃଖ ଦହନର ତାତି
ଶୟନ ସ୍ବପନେ ଜାଗିଉଠେ ମନେ
ମୋ ଭିଟାମାଟିର ସ୍ମୃତି
ଜୀବନ ଅଚିରସ୍ଥାୟୀ
ନୀଳଶୂନ୍ୟତାରେ ଉପହାସ କରେ
କାଳର କରାଳ ଛାଇ ।।

କେଶଦୁରାପାଳ କେନ୍ଦୁଝର

Related posts

ବେଣୁଧର ସୂତାର ଙ୍କ କବିତା//କବିତା ଗୋ ତୁମେ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା l l ଦାଦନର ଦୁଃଖ l l

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା // ସ୍ବପ୍ନମୟୀ ନିଶିଥିନୀ

Sunil Chandra Nayak

Leave a Comment

error: Content is protected !!