ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି; ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ଜୁଲାଇ ପହିଲା ୨୦୨୨ ରୁ ଏହା ପିଛିଲା ଭାବେ ଲାଗୁ ହେବ

ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ରାଜ୍ୟ ସରକାର। ସେମାନଙ୍କ ମହଙ୍ଗା ଭତ୍ତା ବଢ଼ାଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟର ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି। ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରାଯାଇଛି।

ଏହି ମହଙ୍ଗା ଭତ୍ତା ବଢ଼ିବା ଯୋଗୁ ଉଭୟ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ। ତେବେ ଗତ ୨୦୨୨ ଜୁଲାଇ ପହିଲାରୁ ପିଛିଲା ଭାବେ ଏହି ମହଙ୍ଗା ଭତ୍ତା ଲାଗୁ ହେବ। ଏହି ୪ ପ୍ରତିଶତକୁ ମିଶାଇଲେ ବର୍ତ୍ତମାନ ମହଙ୍ଗା ଭତ୍ତା ପରିମାଣ ୩୮ ପ୍ରତିଶତରେ ପହଞ୍ଚିଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଗତ ଦଶହରା ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩%ବୃଦ୍ଧି କରିଥିଲେ। ଏସଂକ୍ରାନ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିଲେ। ଏହାଦ୍ବାରା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧%ରୁ ୩୪%କୁ ବୃଦ୍ଧି ପାଇଥିଲା। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ୧.୧.୨୦୨୨ରୁ ପିଛିଲା ଭାବରେ ଲାଗୁ କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସାରାରାଜ୍ୟରେ ହକି ଫିଭର: ରାଜ୍ୟବାସୀ ଦେଖିଲେ ହକି ବିଶ୍ୱକପ୍ ଉଦଘାଟନୀ

Sunil Chandra Nayak

ନବୀନ ପଟ୍ଟନାୟକଙ୍କ ଐତିହାସିକ ନିଷ୍ପତ୍ତି , ରାଜ୍ୟର ୫୦ ଅଣସଂଗଠିତ ବର୍ଗର ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ମିଳିବ ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା

Sunil Chandra Nayak

ଆଜି ଓଡିଶାରେ ଚାଲିଛି ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍, ହାୱଡାରୁ ଭୁବନେଶ୍ୱର ଅଭିମୁଖେ ବାହାରିଲା ଟ୍ରେନ୍

Sunil Chandra Nayak

Leave a Comment

error: Content is protected !!