ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ଜିଲ୍ଲା ରାଜ୍ୟ ପ୍ରାଚୀନ କଳା ଓ ସଂସ୍କୃତି ପୁନଃରୁଦ୍ଧାର ପରିଷଦ ପକ୍ଷରୁ ୧୫ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

ରାୟଗଡ଼ା, ତା ୦୮/୦୨/୨୩ //  ରାଜ୍ୟ ପ୍ରାଚୀନ କଳା ଓ ସଂସ୍କୃତି ପୁନଃରୁଦ୍ଧାର ପରିଷଦ ଓଡ଼ିଶା ରାଜ୍ୟ ସଭାପତି ଶ୍ରୀଯୁକ୍ତ ତ୍ରିମନ୍ ମାଝୀ ଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ୩୦ ଟି ଜିଲ୍ଲାରେ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ କଳାକାର ଙ୍କ ବିଭିନ୍ନ ସମସ୍ୟା କୁ ନେଇ ୧୫ ଦଫା ଦାବି ଦେବା ଅବସରରେ ରାୟଗଡ଼ା ଜିଲ୍ଲା ରାଜ୍ୟ ପ୍ରାଚୀନ କଳା ଓ ସଂସ୍କୃତି ପୁନଃରୁଦ୍ଧାର ପରିଷଦ ର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ତାଣ୍ଡି ସଂଯୋଜକ ଶ୍ରୀଯୁକ୍ତ ସନ୍ତୋଷ କୁମାର ବଛା ସମ୍ପାଦିକା କୁମାରୀ ତନ୍ୱି ଅଗ୍ରୱାଲ ଙ୍କ ନେତୃତ୍ୱରେ ଶତାଧିକ କଳାକାର ମାନେ ଏକତ୍ରିତ ହୋଇ ସ୍ଥାନୀୟ ଆଇ ବି ବଙ୍ଗଳା ଠାରୁ ପଦଯାତ୍ରାରେ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଯାଇ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ଦାବୀପତ୍ର ଟିକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମନାଥ ପ୍ରଧାନ ଗ୍ରହଣ କରିଛନ୍ତି ଏହି ସମୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରି ଉପସ୍ଥିତ ରହିଥିଲେ । ମୁଖ୍ୟତଃ ଏହି ସବୁ ଦାବୀ ମଧ୍ୟରେ କଳାକାର ଭତ୍ତା ୧୨୦୦ ପରିବର୍ତ୍ତେ ୩୦୦୦ ଟଙ୍କା କରିବା,ଜନ ସଚେତନ କାର୍ଯ୍ୟ ପାଇଁ ପ୍ରତି ବର୍ଷ ସ୍ଵତ୍ୱନ୍ତ୍ର ୨୦୦ ରୁ ୩୦୦ କୋଟି ଟଙ୍କାର ପ୍ୟକେଜ୍ ଘୋଷଣା କରିବା, କଳାର ବିକାଶ ପାଇଁ ୟୁନିସେଫ୍ କୁ ପୁନର୍ବାର କାର୍ଯ୍ୟକାରୀ କରିବା, ସରକାରୀ ସ୍ତରରେ କଳାକାର ମାନଙ୍କୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପ୍ରେରଣ କରୁଥିବା ସମୟରେ ଦୁର୍ଘଟଣା କିମ୍ବା କ୍ଷତିଗ୍ରସ୍ତ ହେଇଥିବା ପରିବାର ଲୋକ କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହ ବୀମା ସୁବିଧା ଯୋଗେଇବା, କଳାକାର ଙ୍କ ପରିବାର ର ପିଲା ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ସ୍ୱତ୍ୱନ୍ତ୍ର ସରକାରୀ ବ୍ୟବସ୍ଥା କରିବା, କଳାକାର ର ମୃତ୍ୟବରଣ ହେଲେ ଦଶାହ କାର୍ଯ୍ୟ ପାଇଁ ସ୍ୱତ୍ୱନ୍ତ୍ର ପ୍ୟାକେଜ୍ ଘୋଷଣା କରିବା, ଭତ୍ତା ପାଉଥିବା କଳାକାର ଙ୍କ ଆକସ୍ମିତ ମୃତ୍ୟ ପରେ ତାଙ୍କ ସ୍ତ୍ରୀ କିମ୍ବା ସ୍ବାମୀ ଙ୍କୁ ଭତ୍ତା ପ୍ରଦାନ କରିବା, କଳାକାରଙ୍କୁ ଟ୍ରେନ ରେ ଯିବା ଆସିବା ପାଇଁ ପାସ୍ ବ୍ୟବସ୍ଥା କରିବା, ଜିଲ୍ଲା, ବ୍ଲକ ଓ ନଗର କଳା ଓ ସଂସ୍କୃତି ସଂଘ ଉପ ସଭାପତି ମାନଙ୍କ ସରକାରୀ କାର୍ଯ୍ୟକ୍ରମ ଗ୍ରସ୍ତ ସମୟରେ ରେ ଟିଏଡିଏ ର ବ୍ୟବସ୍ଥା କରିବା, ସରକାରଙ୍କ ନୀତି ନିୟମ ଭିତରେ ଆସୁଥିବା କଳାକାର ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ପ୍ରଦାନ କରିବା , ଜିଲ୍ଲା, ବ୍ଲକ୍ ଓ ନଗର କଳା ଓ ସଂସ୍କୃତି ସଂଘ ର ଉପସଭାପତି ମାନଙ୍କୁ ସରକାରୀ କାର୍ଯ୍ୟାଳୟରେ ଉଚିତ୍ ମର୍ଯ୍ୟାଦା ସହ ସମ୍ମାନ ଦେବା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ 5T ସଚିବ ଙ୍କ ଧ୍ୟାନ ଆକର୍ଷଣ କରି ଏହାକୁ ସୁପରିଚାଳନା ବ୍ୟବସ୍ଥା କରିବା, ପଞ୍ଜିକୃତ ହୋଇଥିବା ଦଳ ମାନଙ୍କୁ ପୋଷାକ ବାଦ୍ୟ ଯନ୍ତ୍ର କିଣିବା ନିମନ୍ତେ ଦଳର ସଦସ୍ୟ ସଂଖ୍ୟା ଅନୁଯାୟୀ ଅନ୍ତତଃ ବାର୍ଷିକ ୨୦ ହଜାର ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିବା । ମୁଖ୍ୟମନ୍ତ୍ରୀ କଳା ସହାୟତା ଯୋଜନା ରେ କଳାକାର ଭତ୍ତା ଚୟନ ପାଇଁ ୫୦ ହଜାର ଟଙ୍କା ବାର୍ଷିକ ଆୟ ପ୍ରମାଣ ପତ୍ର ନିୟମ କୁ ୬୦ ହଜାର ଟଙ୍କା ବୃଦ୍ଧି କରିବା, ବର୍ଷ ମଧ୍ୟରେ ୧୦୦ ରୁ ୧୫୦ ଦିନ କାମ ଯୋଗେଇ ଦେବା, ଜିଲ୍ଲା,ବ୍ଲକ ଓ ନଗର କଳା ଓ ସଂସ୍କୃତି ସଂଘ ଉପ ସଭାପତି ମାନଙ୍କ ପାଇ କାର୍ଯ୍ୟାଳୟ ବ୍ୟବସ୍ଥା କରିବା, ପ୍ରତି ଜିଲ୍ଲା ଓ ବ୍ଲକ ରେ ସାଂସ୍କୃତିକ ଭବନ ନିର୍ମାଣ କରିବା ଏହି ଦାବୀପତ୍ର ରେ ଉଲ୍ଲେଖ ରହିଛି। ଏହି ୧୫ ଦଫା ଦାବୀପତ୍ର ଦେବା ପରେ ଉକ୍ତ ସମସ୍ୟା ଗୁଡ଼ିକର ସମାଧାନ ନ ହେଲେ ଓଡ଼ିଶା ର ହଜାର ହଜାର କଳାକାର ଏକତ୍ରିତ ହୋଇ ବିଧାନସଭା ଘେରାଉ କରିବା ସହ ଧାରଣାରେ ବସିବା ପାଇଁ ମଧ୍ୟ ଏହି ଦାବୀପତ୍ର ରେ ଉଲ୍ଲେଖ ରହିଛି ଏହି ଦାବୀପତ୍ର ଦେବା ସମୟରେ ଗୁଡ଼ାରି ବ୍ଲକ ଉପ ସଭାପତି ଶ୍ରୀ ମାଝୀ କୁମ୍ଭାର , ପଦ୍ମପୁର ବ୍ଲକ ଉପ ସଭାପତି ଶ୍ରୀ ଶ୍ୟାମ କୁମାର ସାହୁ ବିଷମକଟକ ବ୍ଲକ ଉପ ସଭାପତି ଶ୍ରୀ ମଧୁସୂଦନ ମହାପାତ୍ର, ମୁନିଗୁଡ଼ା ବ୍ଲକର ନାଟ୍ୟ ସଙ୍କୀର୍ତ୍ତନ ଗୁରୁ ଲକ୍ଷ୍ମୀକାନ୍ତ ନାୟକ ଙ୍କ ସମେତ ଶତାଧିକ କଳାକାର ମାନେ ଯୋଗ ଦେଇଥିଲେ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ସ୍ବର୍ଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଉଦେଶ୍ୟରେ ଶୋକ ସଭା, ଅର୍ଦ୍ଧ ନମିତ ହେଲା ଶହୀଦ ମିନାର ତ୍ରିରଙ୍ଗା 

Sunil Chandra Nayak

ସହିଦ୍ ଙ୍କୁ ମିଳୁନି ସମ୍ମାନ, କୋଷାଗୁମୁଡ଼ା ବିଡ଼ିଓ ଙ୍କ ପ୍ରକୋଷ୍ଠ ଅଳିଆଗଦା ରେ ସହିଦ୍ ଙ୍କ ଫଟୋ ର ଅସମ୍ମାନ

masiha

ଆଞ୍ଚଳିକ ବ୍ରାହ୍ମଣ ସମିତିର ୧୮୫ତହ ଅଧିବେଶନ ଅନୁଷ୍ଠିତ

masiha

Leave a Comment

error: Content is protected !!