ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ଟାଟା ପାୱାର ର ଗ୍ରାହକ ସେବା ଓ ବିଜୁଳି ଦେୟ ସଂଗ୍ରହ କେନ୍ଦ୍ର ଲୋକାର୍ପିତ

 ମୟୂରଭଞ୍ଜ: ୮/୨/୨୩ (ମସିହା) ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ରେ TPNODL ର ଗ୍ରାହକ ସେବା ଓ ବିଜୁଳି ଦେୟ ସଂଗ୍ରହ କେନ୍ଦ୍ର ଉଦ୍ଘାଟିତ ହୋଇ ଯାଇଛି। ରାଇରଙ୍ଗପୁର PCM କଲ୍ୟାଣ ମଣ୍ଡପ ସମ୍ମୁଖରେ ହୋଇଥିବା ଗ୍ରାହକ ସେବାକେନ୍ଦ୍ର କୁ TPNODL ର CEO ଭାସ୍କର ସରକାର ଫିତାକାଟି ଲୋକାର୍ପିତ କରିଛନ୍ତି।ଗ୍ରାହକଙ୍କ ସୁବିଧା ପାଈଁ ହୋଇଥିବା ଏହି ଗ୍ରାହକ ସେବାକେନ୍ଦ୍ର ରେ,ବହୁ ଦିନରୁ ବକେୟା ଥିବା ବିଦ୍ୟୁତ ଦେୟ ଉପରେ ଏଲଟି ଉପଭୋକ୍ତା ଙ୍କ ପାଇଁ ଶତକଡା ୩୦ପର୍ଯ୍ଯନ୍ତ ଏକ କାଳୀନ ନାହାଂତି ଏବଂ ବିଳମ୍ବିତ ଦେୟ ଉପରେ ଲାଗିଥିବା ସୁଧ ଉପରେ ଶତକଡା ୮୦ ଭାଗ ଅତିରିକ୍ତ ରିହାତି ଏକ କାଳୀନ ସମାଧାନ ଯୋଜନା, ବିଜୁଳିଦେୟ ପଇଠ କରିବା ସହିତ ବିଜୁଳି ଵିଲ ଠାରୁ ଆରମ୍ଭ କରି ନୂତନ ସଂଯୋଗ,ମିଟର ସମ୍ବନ୍ଧୀୟ ଅଭିଯୋଗ, ପ୍ରଭୁତି ସମସ୍ୟାର ସମାଧାନ କରିବା ପରି ସୁବିଧା ପାଇ ପାରିବେ।ଫୋନ କଲ ମାଧ୍ୟମରେ ସମସ୍ୟା ବିଷୟରେ ଅବଗତ ମଧ୍ୟ କରି ପାରିବେ।ଏପରି ଗ୍ରାହକ ସେବା କେନ୍ଦ୍ର ସମସ୍ତ ଉପଖଣ୍ଡ ରେ ଖୋଲା ଯିବାର କାର୍ଯ୍ୟକ୍ରମ ଚାଲିଥିବା ଅଧିକାରୀ ସୂଚନା ଦେଇଛନ୍ତି।ଏହି ଅବସର ରେ ଗ୍ରାହକ ସେବା ମୁଖ୍ୟ ବିନୋଦ କୁମାର,ବାରିପଦା ସର୍କଲ ର ହରିଶ କୁମାର ପଣ୍ଡା,ରାଇରଙ୍ଗପୁର ନିର୍ବାହୀ ଯନ୍ତ୍ରୀ ଚିନ୍ମୟ ବେହେରା,ରାଜେନ୍ଦ୍ର ମହାନ୍ତି,ରୋଜାଲିନ ନାହାକ,ବିମଳ ମହାନ୍ତି ଙ୍କ ସମେତ ବିଭିନ୍ନ ସର୍କଲ ର ଅଧିକାରୀ ଓ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଅକ୍ଷୟ ବିଶ୍ବାଳ,ସୁଜିତ ପଟନାୟକ , ମେଘନାଦ ହେମ୍ବ୍ରମ,ସତ୍ୟ ରଂଜନ ପାଲ ଉପସ୍ଥିତ ଥିଲେ।ଟିପିଏନଓଡିଏଲ ରେ ସମ୍ପର୍କ ପାଇଁ କଲ ସେଣ୍ଟର ୧୮୦୦-୩୪୫–୬୭୧୮/୧୯୧୨ ,ଗ୍ରାହକ ସେବାଧିକାରୀଙ୍କ ଓ୍ବାଟସଆପ ନମ୍ବର ୭୭୭୭୦୦୪୭୫୯,ମିସଡ କଲେ ନମ୍ବର ୬୭୪୭୧୩୩୮୮୮ ରେ ଯୋଗାଯୋଗ କରିବା ପାଇଁ ଗ୍ରାହକଙ୍କୁ ଅନୁରୋଧ । ରାଇରଙ୍ଗପୁରର ବିଦ୍ୟୁତ ଗ୍ରାହକ,ସମସ୍ୟା ନେଇ ଏହା ଲୋକଙ୍କୁ ସବୁବେଳେ ଉତ୍ତମ ସେବା ଯୋଗାଇ ଦିଆଯିବ ବୋଲି ସିଇଓ ଭାସ୍କର ସରକାର ଗଣମାଧ୍ୟମକୁ ସୂଚନା ଦେଇଥିଲେ । ରାଇରଙ୍ଗପୁରରେ ଏହି ଶାଖା ଖୋଲା ହୋଇଥିବାରୁ ଆସିଥିବା ଗ୍ରାମ କ ମାନେ ୩/୪ ଟା ଅଫିସର ଯାଇ ଏହି ସିଙ୍ଗଲ ଉଇଣ୍ଡୋରୁ ସୁବିଧା ପାଇଁ ପାରିବେ ବୋଲି ସନ୍ତୋଷ ପ୍ରକାଶ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା

masiha

ଖଡିଆଳ ତିଖାଲି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ

masiha

ନର୍ଲା ବ୍ଲକ୍ ଚିତ୍ର ଶିଳ୍ପୀ କଳାକାର୍ ସଂଘ ର ନୂତନ କର୍ମକର୍ତ୍ତା ଚୟନ 

masiha

Leave a Comment

error: Content is protected !!