ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଚେତନ ନାଗରିକ ମଞ୍ଚର ଦିଲ୍ଲୀପ ରାୟଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ରାଉରକେଲା/ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ରାଉରକେଲା ର ସାଧାରଣ ସଂପାଦକ ପି ପି ରାୟଙ୍କ ନେତୃତ୍ବରେ କର୍ମକର୍ତ୍ତାମାନେ ମଂଚର ପ୍ରତିଷ୍ଠାତା ତଥା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଙ୍କ ସହ କଲ୍ୟାଣୀ ଠାରେ ଏକ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରି ଆଗାମୀ ମାର୍ଚ୍ଚ ୧୬ ତାରିଖ ଦିନ ମଂଚର ହେବାକୁ ଥିବା ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର ପାଇଁ ଆଲୋଚନା କରିଥିଲେ । ଶ୍ରୀ ରାୟଙ୍କ ସହ ସାକ୍ଷାତ ବେଳେ ଚଳିତ ବର୍ଷ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଓ ଓଡ଼ିଶାର ରାଜ୍ୟପାଳ ଦ୍ବୟ ଅତିଥି ହେବା ସହ ରାଜ୍ୟର ବହୁ ପୁରାତନ ଓ ନୂତନ ବ୍ୟକ୍ତିତ୍ବ ଯୋଗଦେଇ କାର୍ଯ୍ୟକ୍ରମର ଗରିମା ବଢାଇବା ତଥା ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯିବା ପାଇଁ ସ୍ଥିର କରାଯାଇଛି ବୋଲି ଅବଗତ କରାଯାଇଥିଲା । ଏଥିପାଇଁ ଆଗାମୀ ୧୨ତାରିଖ ଦିନ ଅପରାହ୍ନ ୪ଘଟିକା ସମୟରେ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୩ ସ୍ଥିତ ଖଡ୍ଗ ଭବନରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ରାୟ ସୂଚନା ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ଶ୍ରୀ ରାୟଙ୍କ ବ୍ୟତୀତ ଅଭୟ କୁମାର ଦାସ, ପ୍ରଫେସର ଭବେଶ ଚନ୍ଦ୍ର ସାହୁ , ଗୋପୀନାଥ ପଟ୍ଟନାୟକ, ଉପେନ୍ଦ୍ର ନାୟକ, ଶଶଧର ପାତ୍ର,ଚନ୍ଦ୍ରଶେଖର ଶତପଥୀ, ରାଧାକାନ୍ତ ମିଶ୍ର, ରମେଶ ଚନ୍ଦ୍ର ସେଠୀ, ଜଟାଧାରୀ ମାଝୀ, କୁଞ୍ଜବିହାରୀ ରାଉତ, ରାମଚନ୍ଦ୍ର ସାହୁ, ଭଗବାନ ମହାପାତ୍ର, ଜଗନ୍ନାଥ ରାଉତ, ସୁବ୍ରତ ମଲ୍ଲିକ,ଶମ୍ବୁନାଥ ପରିଡା,ଭଜହରି ଦାସ, ପ୍ରଭାସ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିଦାୟୀ ଶିକ୍ଷକଙ୍କୁ ଭାଵ ବିହ୍ଵଳିତ ସମ୍ବର୍ଦ୍ଧନା କଲେ ଏକ୍ସ କେଡର ଶିକ୍ଷକ ସଂଘ

ସଂଗୀତ ତରଙ୍ଗ ମ୍ୟୁଜିକ କ୍ଲବର ବାର୍ଷିକ ଉତ୍ସବ 

masiha

ଡୁଡୁକେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୯ ତମ ସ୍ବାଧିନତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!