ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁସ୍ତକ ମେଳା ର ଅଷ୍ଟମ ସଂଧ୍ୟା

ରାଉରକେଲା/ ଆଦର୍ଶ ପାଠାଗାର ଆୟୋଜିତ ୨୮ତମ ପୁସ୍ତକ ମେଳା ର ଅଷ୍ଟମ ଦିନ ଇସ୍ପାତ ସାହିତ୍ୟ ସଂସଦ ତରଫରୁ ସାହିତ୍ୟ ସଭା ଓ ପୁସ୍ତକ ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶ ଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ବାଳ ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲେଖକ ଓ ପାଠକ ସଂପର୍କରେ ଆଲୋଚନା କରିବା ସହ ଲେଖକଙ୍କ ସର୍ଜନା ଯଦି ପାଠକକୁ ଆକର୍ଷିତ କରିପାରିବ ତେବେ ପୁସ୍ତକ ବିକ୍ରୀ ବୃଦ୍ଧି ହେବ। ଏଥିପାଇଁ କବି ଓ ସାହିତ୍ୟିକ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଚାଟାର୍ଜୀ ମତ ରଖିଥିଲେ । ଏହି ଅବସରରେ ସୁସ୍ମିତା ମହାପାତ୍ର ଙ୍କ ପୁସ୍ତକ ‘ ଅନାବରଣ’ କୁ ଉନ୍ମୋଚନ କରାଯାଇଥିଲା । ମୋନାଲିସା ମିଶ୍ର ପୁସ୍ତକକୁ ସମୀକ୍ଷା କରିଥିବା ବେଳେ ଉପସଭାପତି ରଶ୍ମିବାଳା ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ ରେ ତାରିଣୀ ଚରଣ ସାହୁ ସଭାପତିତ୍ବ କରିଥିବା ବେଳେ ମଞ୍ଜୁଳା ରଥ, କବି କନକଲତା ମିଶ୍ର ତଥା ଶିବପ୍ରସାଦ ବେହେରା ଙ୍କ ମଂଚ ସଂଯୋଜନାରେ ସହରର ବହୁ କବି ସ୍ବରଚିତ କବିତା ପାଠ କରିଥିଲେ । ବିଶିଷ୍ଚ ବ୍ୟକ୍ତି ଙ୍କ ମଧ୍ୟରେ ଜଳଧର ପ୍ରଧାନ, ହରମୋହନ ମିଶ୍ର, ପ୍ରଶାନ୍ତ କୁମାର ପତି, ବିଷ୍ଣୁ ମହାନ୍ତି,ଚନ୍ଦ୍ରମଣୀ ଭୂୟାଁ, ନିତ୍ୟାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ ଗୌତମ ଦାସ, ଉପେନ୍ଦ୍ର ବସ୍ତିଆ, ରଙ୍କନିଧି ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ ଉଦଯାପିତ 

masiha

ମହିଳା ଓ ଶିଶୁ ବିକାଶ ଗୃହ କମିଟିର ସମୀକ୍ଷା ବୈଠକ

masiha

ଯୁବକ ସଂଘ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!