ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଗୋତୋମୁଣ୍ଡା ଠାରେ ମା ସର୍ଵ ମଙ୍ଗଳାଙ୍କ ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

କୋକସରା,୦୮/୦୨- କଳାହାଣ୍ଡି ଜିଲ୍ଲାର ଶେଷ ସୀମାରେ ରହିଥିବା କୋକସରା ବ୍ଲକର ଆଦିବାସୀ ବହୁଳ ଗୋତୋମୁଣ୍ଡା ଗ୍ରାମରେ ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳରେ ବସବାସ କରୁଥିବା ଗ୍ରାମବାସୀଙ୍କ ସୁଖ ଶାନ୍ତି ସମୃଦ୍ଧି ଚାଷବାସ ଭଲ ପାଇଁ ପୂର୍ବପୁରୁଷରୁ ଏହି ମଣ୍ଡେଇ ଯାତ୍ରା ମାଘ ମାସ ପୂର୍ଣ୍ଣିମା ପରେ ପଡୁଥିବା ମଙ୍ଗଳବାର ଦିନ ପାଳିତ ହୋଇଆସୁଛି। ଗ୍ରାମର ଆରାଧ୍ୟ ଦେବୀ ମା ସର୍ଵ ମଙ୍ଗଳାଙ୍କ ମାଘ ମଣ୍ଡେଇ ଯାତ୍ରା ପାଇଁ ଉତ୍ସବ ମୁଖର ହୋଇପଡିଛି ଏହି ଅଞ୍ଚଳ। ପିଢ଼ି ପିଢ଼ି ଧରି ମାଘ ମଣ୍ଡେଇ ଯାତ୍ରାକୁ ଅଞ୍ଚଳର ଆଦିବାସୀ ଜନଜାତି ସମେତ ଜନସାଧାରଣ ଲୋକମାନେ ପାଳନ କରି ଆସୁଛନ୍ତି। ମାଘ ମଣ୍ଡେଇ ଯାତ୍ରାରେ ନିମନ୍ତ୍ରଣ ରକ୍ଷା କରି କନକପୁର, ପିପଲ ଝାପର, ଚୋରନି ଦୁଆର, ଆମ୍ବଗୁଡା, ବାଞ୍ଜିକୋଟ ପୋଡ଼ାଗୁଡା, କୁଳେରଗୁଡା ଗ୍ରାମର ଦେବାଦେବୀଙ୍କ ଲାଠିକୁର୍ସି ଆସି ସର୍ଵ ମଙ୍ଗଳା ଦେବୀଙ୍କ ପୀଠରେ ପହଞ୍ଚିବା ପରେ ଗ୍ରାମର ପୁଝାରି ମନହର ପୁଝାରି ପୂଜାର୍ଚ୍ଚନା କରିବା ସହ ଦେବାଦେବୀଙ୍କ ଆବାହନ କରିଥାନ୍ତି। ପରେ ସମସ୍ତ ଦେବାଦେବୀଙ୍କ ଲାଠିକୁର୍ଚ୍ଚି ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରି ଦେବାଦେବୀଙ୍କ କାଲିସି ମାନେ ପରିକ୍ରମା କରିବା ସମୟରେ କାଳିସୀ ମାନେ ହାତରେ ଧରିଥିବା ବିନ୍ତିକୁ ଭକ୍ଷଣ କରିବା ପାଇଁ କହି ଆଶୀର୍ବାଦ ଦେଇଥିବା ଦେଖିବାକୁ ମିଳିଥିଲା l ଗ୍ରାମ ପରିକ୍ରମା କରି ପୁଣିଥରେ ଦେବୀଙ୍କ ପୀଠଙ୍କୁ ଲାଠିକୁର୍ସି ପହଞ୍ଚିବା ପରେ ମାନସିକ ଧାରୀ ଶ୍ରଦ୍ଧାଳୁ ମାନେ ଶୁକ୍ଳ ଭୋଗ ସହ କୁକଡ଼ା, ବୋଦା ବଳି ଦେଇ ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ମାଘ ମଣ୍ଡେଇ ଯାତ୍ରାକୁ ଗ୍ରାମ କମିଟିର ହେମନ୍ତ ମାଝୀ, ପାର୍ଥବ ମାଝୀ, ରତନ ମାଝୀ, ପୂର୍ଣ୍ଣଚନ୍ଦ୍ର ନାଏକ, ବଳରାମ ମାଝୀ, ରୋମାଂଚଳ ପୁଝାରି ତ୍ରିଲୋଚନ ହଂସ, କ୍ଷମା ମାଝୀ, ଗଣନାଥ ପୁଝାରି, ସୁନିଲ ପୁଝାରି, ଭରତ ଚନ୍ଦ୍ର ପୁଝାରି ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।।

ମସିହା ନିଉଜ ସର୍ଭିସ୍ 

Related posts

ସାରସଗୁଡାଠାରେ ଷୋହଳ ପ୍ରହର ନାମ ଯଜ୍ଞ ଆୟୋଜିତ

Sunil Chandra Nayak

ଡାବୁଗାଁରେ ଶ୍ରୀ ହନୁମାନ ଜୟନ୍ତୀ ପାଳିତ 

masiha

SNANA YATRA AND RATH YATRA OF LORD JAGANNATH: RITUAL, THEOLOGY AND CULTURAL SIGNIFICANCE IN THE JAGANNATH TRADITION OF ODISHA.

Leave a Comment

error: Content is protected !!