ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ଡେଇ ଉତ୍ସବ ଅନୁଷ୍ଠିତ

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଭୁଲିଆମୁଡା ସାପ୍ତାହିକ ବଜାର ପ୍ରାଗଂଣରେ ଅନୁଷ୍ଠିତ ମଣ୍ଡେଇ ଉତ୍ସବ ରେ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରିଥିଲେ ବିଜେଡି ବିଧାୟକ ପ୍ରାର୍ଥି ଶ୍ରୀଯୁକ୍ତ ଲମ୍ବୋଦର ନିଆଲ, ଭୁଲିଆମୁଡା ଓ ଦବଡା ଗ୍ରାମର ମିଲିତ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ଏହି ମଣ୍ଡେଇ ଉତ୍ସବ ପାଳନ କରାଯାଇଥିଲା । ବିଭିନ୍ନ ଦେବା ଦେବୀ ପୁଜାର୍ଚନା ସହିତ ଏକ ଜନ ସମ୍ପର୍କ ସଭା ମଧ୍ଯ ଅନୁଷ୍ଠିତ ହୋଇଥିଲା । ଏହି ସଭା କାର୍ଯ୍ୟ ରେ ସମ୍ମାନିତ ଅତିଥି ଭାବରେ ବିଜେଡି ନିର୍ବାଚନ ମଣ୍ଡଳୀର ସଭାପତି ମହେନ୍ଦ୍ର ସୁନାନୀ, ଖଇର ପଦର ପଂଚାୟତ ର ପୁର୍ବତନ ସରପଞ୍ଚ ଜୟରାମ ମାଝି, ବିଜେଡି ଯୁଗ୍ମ ସମ୍ପାଦକ ଦୟା ଥପା ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାଣ୍ଡେ, ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପାଞ୍ଜଳି ଗୁଆଲ, ଗ୍ରାମର ଝାଁକର ଭୁଜବଲ ମାଝି ଓ ଟେକନ ଚିନ୍ଦା ଲୋକ ମାନଙ୍କ ବିଭିନ୍ନ ସମସ୍ୟା ଶୁଣିବା ସହିତ ତାର ସମାଧାନ କିପରି ଅତିଶିଘ୍ର କରାଯାଇପାରିବ ମୁଖ୍ଯ ଅତିଥି ଲମ୍ବୋଦର ନିଆଲଙ୍କ ସହିତ ଆଲୋଚନା କରିଥିଲେ ଓ ଆଗାମୀ ଦିନରେ ସାପ୍ତାହିକ ବଜାର ର ଉନ୍ନତି କରଣ ରେ ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶୁତି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଲନା ରେ ସହଯୋଗ କରିଥିଲେ ବଜାର କମିଟିର ସଭାପତି ଚିନ୍ତାମଣି ମାଝି, ସଦନ ମାଝି, ସମ୍ପାଦକ ରମେଶ ମାଝି, ନିଲାଚଲ ତାଣ୍ଡି, ଟିକଚନ ଜଗତ ପୁସ୍ତମ ରଣା, ରିଖିରାମ ରଣା ଓ କମିଟିର ଅନ୍ୟ ସମସ୍ତ ସଦସ୍ଯ ମାନେ ଯୋଗଦାନ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମୁଷାଵଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

masiha

ଓଡିଶା ଡିପ୍ଲୋମା ଇଂଞ୍ଜିନିୟରର୍ସ ସେବା ସଂଘ ଜିଲା ଶାଖା ବୈଠକ

masiha

ମଣ୍ଡଳ ବିଦେଶୀ ମଦ ଦୋକାନକୁ ଅହେତୁକ ଅନୁକମ୍ପା କାହା ସ୍ୱାର୍ଥରେ ?

masiha

Leave a Comment

error: Content is protected !!