ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ତଥା ଜିଲା ସଂଘଠନ କୁ ନିର୍ବାଚିତ ସଦସ୍ୟ ଙ୍କୁ ସମ୍ବର୍ଦ୍ଧନା

ଚନ୍ଦାହାଣ୍ଡି (ମ ନି ସ )୨୫/୦୧ // ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ପ୍ରେସ କ୍ଳବ ପକ୍ଷରୁ ସଭାପତି ଦିଲୀପ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଆଜି ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଓଡିଶା ସାମ୍ବାଦିକ ସଂଘ ( OUJ ) ରେ ନବ ନିର୍ବାଚିତ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଦିଲୀପ କୁମାର ଦାସ , ରାଜ୍ୟ କାର୍ଯକାରିଣୀ ସଦସ୍ୟ ମନୋଜ କୁମାର ପାଣ୍ଡୀ,ଜିଲ୍ଲା କାର୍ଯକାରିଣୀ ସଦସ୍ୟ ମହମ୍ମଦ ହୁସେନ , ଚନ୍ଦାହାଣ୍ଡି ବ୍ଲକ ସଂଯୋଜକ ମକୁନ୍ଦ ବେଶ୍ରା , ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଏହି ସଭାରେ ପ୍ରଥମେ ମନୋନୀତ ସଦସ୍ୟ ଙ୍କୁ ପୁଷ୍ପ ଗୁଚ୍ଛ ଦେଈ ସମ୍ବର୍ଦ୍ଧିତ କରାଯିବା ପରେ ସଂଘଟନ କୁ ତୃଣମୂଳ ସ୍ତର ରୁ ସୁଦୃଢ କରିବା ସହ ପରସ୍ପର ମଧ୍ୟରେ ସୁସମ୍ପର୍କ ରଖି କାର୍ଯ୍ୟ କରିବା ନେଇ ଆଲୋଚନା କରାଯାଇଥିଲା।ଅନ୍ୟପଟେ ସମସ୍ତ ଖବରଦାତା ସତ୍ୟ ଖବର ସଂଗ୍ରହ କରି ଲୋକଙ୍କ ପାଇଁ ନିଷ୍ଠାର ସହ କାମ କରିବାକୁ ସାମ୍ବାଦିକ ମହମ୍ମଦ ହୁସେନ ପରାମର୍ଶ ଦେଇଥିଲେ। ସାମ୍ବାଦିକ ଙ୍କ ବୀମା ରାଶି କୁ ଦଶଲକ୍ଷ ପର୍ଯ୍ୟନ୍ତ ବଢାଇବାକୁ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଦିଲୀପ ଦାସ କହିଥିଲେ।ଚନ୍ଦାହାଣ୍ଡି ପ୍ରେସ କ୍ଲବ ର ଚାରି ଜଣ ସଦସ୍ୟ ଙ୍କୁ ରାଜ୍ୟ ତଥା ଜିଲା ସ୍ତରକୁ ଚୟନ କରିଥିବାରୁ ଜିଲା ସଂଘଠନ ଓ ରାଜ୍ୟ ସଙ୍ଘ ସଭାପତି ପ୍ରସନ୍ନ ମହାନ୍ତି ଙ୍କୁ ଅନ୍ୟ ସମସ୍ତ ସଦସ୍ୟ ତଥା ବରିଷ୍ଠ ସଦସ୍ୟ ସଂଗ୍ରାମ କେଶରୀ ସାହୁ ଧନ୍ୟବାଦ ଜଣାଇଥିଲେ। ଆଗାମୀ ଦିନରେ ଚନ୍ଦାହାଣ୍ଡି ବ୍ଲକ ଠାରେ ହେବାକୁ ଥିବା ଆନ୍ତରାଜ ସାମ୍ବାଦିକ ସଙ୍ଘ ବୈଠକ କରିବାକୁ ଆଲୋଚନା କରିଯାଇଥିଲା l ଏଥିରେ ରାଜ୍ୟ ଓ ୟୁ ଯେ ସଭାପତି ପ୍ରସନ୍ନ ମହାନ୍ତି ଙ୍କୁ ନିମନ୍ତ୍ରଣ ଶହ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ତଥା ପଡୋଶୀ ଛତିଶଗଡ ରାଜ୍ୟର ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ଆଲୋଚନା ହୋଇଥିଲା I କାର୍ଯ୍ୟକ୍ରମ ରେ ସାମ୍ବାଦିକ ଶ୍ୟାମ ସୁନ୍ଦର ସୁନାନୀ, ବାସୁଦେବ ସୁନା, କାମିନୀ ରଞ୍ଜନ ପାଣ୍ଡେ, ହିମାଂଶୁ ରଞ୍ଜନ ଦାସ, ଦିବ୍ୟ ରଞ୍ଜନ ମହାପାତ୍ର ଙ୍କ ଶହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଗ୍ରାମ ପଞ୍ଚାୟତ ସ୍ତରିୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ବିଦ୍ୟୁତ ସ୍ପର୍ଶରେ ଯୁବକ ମୃତ

Leave a Comment

error: Content is protected !!