ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ପଲସାପଡା ଠାରେ ଶ୍ରମଦାନ ଶିବିର ଅନୁଷ୍ଠିତ 

ରୁପ୍ରା, ୯/୨ (ମନିସ) : ନର୍ଲା ବ୍ଲକ ଭୀମକେଲା ପଞ୍ଚାୟତ ଅଧିନ ପଲସାପଡା ଗ୍ରାମରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ଓ ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନ ପଲସାପଡାର ସହଯୋଗ କ୍ରମେ ଆଜି ଏକ ଶ୍ରମଦାନ ଶିବିର ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ତିନି ଧରି ଚାଲିବ। ଶ୍ରମଦାନ ଶିବିରର ପ୍ରଥମ ଦିନରେ ଗ୍ରାମ ର ନଳକୂପ ଏବଂ ପାଣିଟାଙ୍କି ପରିସର ସଫା କରି ଶ୍ରମଦାନ କରିଥିଲେ। କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ପୂର୍ବତନ ଜାତୀୟ ଯୁବ ସ୍ୱେଚ୍ଛାସେବୀ ମିଲନ ଭୋଇଙ୍କ ତତ୍ୱାବଧାନରେ ଶ୍ରମଦାନ ଶିବିର ଆରମ୍ଭ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନ ପଲସାପଡାର ସମ୍ପାଦକ ନରେଶ ନାଏକ, ସଦସ୍ୟ ଶତିଷ ନାଏକ, ଥକୀତ ନାଏକ, ଅନନ୍ତ ନାଏକ, ପପୁ ନାଏକ, ଦିଗାମ୍ବର ନାଏକ, ମିଲୁ ପଧାନ, କୁବେର ଭୋଇ ଓ ଦିଲ୍ଲୀପ ଭୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

କମଳା ବୈକୁଣ୍ଠ ଫାଉଣ୍ଡେସନ ଦ୍ବାରା ରୋଡ ଶେଫ୍ଟି ମିରର ପ୍ରତିଷ୍ଠା 

masiha

ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ସଚେତନତା 

masiha

Leave a Comment

error: Content is protected !!