ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ୍ୱି – ଦିବସୀୟ କୃଷକ ତାଲିମ ଶିବିର ଅନୁଷ୍ଠିତ 

ରୁପ୍ରା, ୯/୨ (ମନିସ ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ରୁପ୍ରା ଗ୍ରାମ ପଞ୍ଚାୟତ ଅଧିନ ଭାଲୁକଟା ଠାରେ କୃଷି ବିଭାଗ କଳାହାଣ୍ଡି ସୌଜନ୍ୟରେ ଓ SO – IRDMS, Jone – 4 ଆୟୋଜନରେ ଦ୍ୱି – ଦିବସୀୟ କୃଷକ ତାଲିମ ଶିବିର ଆଜି ଅନୁଷ୍ଠିତ ହୋଇଛି। ଏହି ତାଲିମ ଶିବିରରେ ନର୍ଲା ବ୍ଲକ୍ କୃଷି ଅଧିକାରୀ ରଜତ ମିଶ୍ର, ଓଇପକ୍ରା (OIIPCRA) ଜୋନ୍ ୪ ର ମତ୍ସ୍ୟ ଅଧିକାରୀ ଆଲୋକ କୁମାର ଦାସ ମହାପାତ୍ର, ମତ୍ସ୍ୟ ସଂଯୋଜକ ଜନ୍ମେଜୟ ଚନ୍ଦନ, ମହିଳା ସଶକ୍ତିକରଣ ସଂଯୋଜକ ହେମସାଗର ସାହୁ, ଗୋଷ୍ଠୀ ସଂଯୋଜକ ଅମ୍ରେସ୍ ପରିଡା, କୁଶଳୀ ସହାୟକ ରୁପେଶ ସେଠୀ, ଭୀମକେଲା ଓ ରାକ୍ସି ପଞ୍ଚାୟତ ଦାୟିତ୍ବରେ ଥିବା ଗ୍ରାମ୍ଯ କୃଷି କର୍ମଚାରୀ କାଞ୍ଚନ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ହୋଇଥିବା ତାଲିମ ଶିବିରରେ ମୁଖ୍ୟତଃ ଚାଷୀମାନେ କିପରି କମ୍ ଖର୍ଚ୍ଚ କରି ଅଧିକ ଉତ୍ପାଦନ ପାଇ ପାରିବେ ସେବାବଦରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ସେହିପରି ଜମିରେ ଦି ଫାଳ ହୋଇଥିବା ଲଙ୍ଗଳ ବ୍ୟବହାର, ମୃତ୍ତିକା ପରୀକ୍ଷା, ଗୋବର ଖତକୁ କିପରି ରଖିବା ଓ ସବୁଜ ଖତ ପ୍ରସ୍ତୁତି ସହ ଧାନ ରୋଇବା ଜମିରେ ଧନିଚା ଚାଷ ଓ ଛଣ ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ। କମ୍ ଖର୍ଚ୍ଚରେ ଅଧିକ ଅମଳ ହେଉଥିବାରୁ ମାଣ୍ଡିଆ ଚାଷ, ଚିନାବାଦାମ ଓ ସୂର୍ଯ୍ୟମୁଖୀ ଚାଷକରି ଚାଷୀମାନେ ଅଧିକ ଲାଭ ପାଇପାରିବେ ବୋଲି କହିଥିଲେ। ଏହା ବ୍ୟତୀତ ରସୁଣ ଓ କଞ୍ଚାଲଙ୍କା ସହ କିରୋସିନି ମିଶ୍ରଣ କରି କିପରି କୀଟ ନାଶକ ଔଷଧ ତିଆରି ହୋଇପାରିବ ସେବାବଦରେ ଚାଷୀ ମାନଙ୍କୁ ଅବଗତ କରାଇଥିଲେ। ଏହି ତାଲିମ ଶିବିରରେ ଉକ୍ତ ଗ୍ରାମର ଅନେକ ଚାଷୀ ଉପସ୍ଥିତ ରହି କୃଷି ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଶେଷରେ ମତ୍ସ୍ୟ ସଂଯୋଜକ ଜନ୍ମେଜୟ ଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ବନ୍ଧୁଗାଁ ବ୍ଲକରେ ୧୮ଜଣ ଶିକ୍ଷକଙ୍କୁ ଅବସର କାଳୀନ ସମର୍ଦ୍ଧନା ସମାରୋହ ଅନୁଷ୍ଠିତ

Sunil Chandra Nayak

କ୍ଲଷ୍ଟର ସ୍ତରୀୟ ଛବିଳ ମଧୁ ବର୍ଣ୍ଣବୋଧ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ

masiha

ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ  ଗ୍ରାମାଞ୍ଚଳର ବିକାଶ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଉଛି _ ଜିଲ୍ଲାପାଳ 

masiha

Leave a Comment

error: Content is protected !!