ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ୍ୱି – ଦିବସୀୟ କୃଷକ ତାଲିମ ଶିବିର ଅନୁଷ୍ଠିତ 

ରୁପ୍ରା, ୯/୨ (ମନିସ ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ରୁପ୍ରା ଗ୍ରାମ ପଞ୍ଚାୟତ ଅଧିନ ଭାଲୁକଟା ଠାରେ କୃଷି ବିଭାଗ କଳାହାଣ୍ଡି ସୌଜନ୍ୟରେ ଓ SO – IRDMS, Jone – 4 ଆୟୋଜନରେ ଦ୍ୱି – ଦିବସୀୟ କୃଷକ ତାଲିମ ଶିବିର ଆଜି ଅନୁଷ୍ଠିତ ହୋଇଛି। ଏହି ତାଲିମ ଶିବିରରେ ନର୍ଲା ବ୍ଲକ୍ କୃଷି ଅଧିକାରୀ ରଜତ ମିଶ୍ର, ଓଇପକ୍ରା (OIIPCRA) ଜୋନ୍ ୪ ର ମତ୍ସ୍ୟ ଅଧିକାରୀ ଆଲୋକ କୁମାର ଦାସ ମହାପାତ୍ର, ମତ୍ସ୍ୟ ସଂଯୋଜକ ଜନ୍ମେଜୟ ଚନ୍ଦନ, ମହିଳା ସଶକ୍ତିକରଣ ସଂଯୋଜକ ହେମସାଗର ସାହୁ, ଗୋଷ୍ଠୀ ସଂଯୋଜକ ଅମ୍ରେସ୍ ପରିଡା, କୁଶଳୀ ସହାୟକ ରୁପେଶ ସେଠୀ, ଭୀମକେଲା ଓ ରାକ୍ସି ପଞ୍ଚାୟତ ଦାୟିତ୍ବରେ ଥିବା ଗ୍ରାମ୍ଯ କୃଷି କର୍ମଚାରୀ କାଞ୍ଚନ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ହୋଇଥିବା ତାଲିମ ଶିବିରରେ ମୁଖ୍ୟତଃ ଚାଷୀମାନେ କିପରି କମ୍ ଖର୍ଚ୍ଚ କରି ଅଧିକ ଉତ୍ପାଦନ ପାଇ ପାରିବେ ସେବାବଦରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ସେହିପରି ଜମିରେ ଦି ଫାଳ ହୋଇଥିବା ଲଙ୍ଗଳ ବ୍ୟବହାର, ମୃତ୍ତିକା ପରୀକ୍ଷା, ଗୋବର ଖତକୁ କିପରି ରଖିବା ଓ ସବୁଜ ଖତ ପ୍ରସ୍ତୁତି ସହ ଧାନ ରୋଇବା ଜମିରେ ଧନିଚା ଚାଷ ଓ ଛଣ ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ। କମ୍ ଖର୍ଚ୍ଚରେ ଅଧିକ ଅମଳ ହେଉଥିବାରୁ ମାଣ୍ଡିଆ ଚାଷ, ଚିନାବାଦାମ ଓ ସୂର୍ଯ୍ୟମୁଖୀ ଚାଷକରି ଚାଷୀମାନେ ଅଧିକ ଲାଭ ପାଇପାରିବେ ବୋଲି କହିଥିଲେ। ଏହା ବ୍ୟତୀତ ରସୁଣ ଓ କଞ୍ଚାଲଙ୍କା ସହ କିରୋସିନି ମିଶ୍ରଣ କରି କିପରି କୀଟ ନାଶକ ଔଷଧ ତିଆରି ହୋଇପାରିବ ସେବାବଦରେ ଚାଷୀ ମାନଙ୍କୁ ଅବଗତ କରାଇଥିଲେ। ଏହି ତାଲିମ ଶିବିରରେ ଉକ୍ତ ଗ୍ରାମର ଅନେକ ଚାଷୀ ଉପସ୍ଥିତ ରହି କୃଷି ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଶେଷରେ ମତ୍ସ୍ୟ ସଂଯୋଜକ ଜନ୍ମେଜୟ ଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଇଷ୍ଟର୍ଣ ପ୍ରେସ ଏଜେନ୍ସି ର ରୌପ୍ୟ ଜୟନ୍ତୀ ସମାରୋହରେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ ସମ୍ବର୍ଦ୍ଧିତ

masiha

କଳାହାଣ୍ଡି: ଗ୍ରାମୀଣ ଡାକସେବକ ମାନଙ୍କର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଯୋଗୁଁ ଜିଲ୍ଲା ବ୍ୟାପୀ ଡାକସେବା ବିପର୍ଯ୍ୟସ୍ତ

masiha

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଲିଙ୍ଗଗତ ସାମ୍ୟତା ସମ୍ପର୍କିତ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ 

masiha

Leave a Comment

error: Content is protected !!