ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଇଥିବା ସୁନାଗହଣା ଫେରେଇଲେ ଦମ୍ପତି , ଗଁଦିଆ ବ୍ଲକ ରେ କିଛି ସଚୋଟ ଙ୍କ ମହାନତା

ଆଜିର ସମାଜରେ ଭଲମଣିଷ ତିଷ୍ଠି ରହିଛନ୍ତି, ଏହା ଶୁଣିଲେ ବହୁତ ଖୁସି ଲାଗୁଛି, ଲକ୍ଷାଧିକର ଟଙ୍କାର ସୁନାଗହଣା ପାଇକରି ମଧ୍ୟ ମନରେ ଲୋଭ ନ ରଖି ତାହାକୁ ସଠିକ ବ୍ୟକ୍ତିଙ୍କୁ ଫେରାଇ ନିଜର ମହାନତା ଦେଖାଇ ଗଁଦିଆ ବ୍ଲକରେ ଆଦର୍ଶ ହୋଇ ଯାଇଛନ୍ତି ଏକ ଦମ୍ଫତି, ସୂଚନା ଅନୁଯାୟୀ ପାଞ୍ଚ ତାରିଖ ଦିନ ଏକ ମୋଟର ବାଇକ ରେ ଗଁଦିଆ ଥାନା ଅନ୍ତର୍ଗତ ଷଡ଼ଙ୍ଗୀ ଗ୍ରାମର ସୁଜିତ ମହାରଣା ସପତ୍ନୀ ନିଜର ଗ୍ରାମରୁ ଭୁବନ ଅଞ୍ଚଳକୁ ଯାଉଥିଲେ , ତାଙ୍କର ଗାଡ଼ିରେ ଏକ ବ୍ୟାଗ ଥିଲା ସେଥିରେ ଦୁଇ ଲକ୍ଷ ଟଙ୍କାର ସୁନା ଗହଣା ଦୁଇଟି ନେକଲସ ଓ ଗୋଟିଏ ଚେନ ଥିଲା ତାଙ୍କର ଅଜଣାତରେ ଉକ୍ତ ବ୍ୟାଗଟି ମନ୍ଦାର ଠାରେ ଖସି ପଡିଥିଲା ।

ଉକ୍ତ ବ୍ୟାଗ କୁ ସେହିଗ୍ରାମର ଦିନ ମଜୁରିଆ ଭାବରେ କାମ କରୁଥିବା ଗଗନ ଦେହୁରୀ ଓ ତାର ପତ୍ନୀ ମାଳତି ଦେହୁରୀ ରାସ୍ତାରୁ ପାଇଥିଲେ, ଉକ୍ତ ହଜିବା ସମ୍ପର୍କରେ ଅନୁସନ୍ଧ୍ୟାନ ଜାରି ରଖିଥିବା ବେଳେ ଉକ୍ତ ଡମ୍ଫତି ପାଇଥିବା ସୁନା ଗହଣା ଫେରସ୍ତ ନିମନ୍ତେ ପୋଲିସକୁ ଯୋଗାଯୋଗ କରିଥିଲେ, ଆଜି ଗଁଦିଆ ଥାନା ଅଧିକାରୀ ଙ୍କର ଉପସ୍ଥିତ ରେ ସୁଜିତ ଙ୍କୁ ତାଙ୍କର ସୁନା ଗହଣା ସହିତ ବ୍ୟାଗ ହସ୍ତାନ୍ତର କରା ଯଇଥିଲା, ସେଥିରେ ଗୋଟିଏ ମୋବାଇଲ ସେଟଥିଲା ଉକ୍ତ ଡମ୍ଫତି ଦିନ ମଜୁରିଆ ହୋଇ ସୁଦ୍ଧା ମନରେ ଲୋଭ ନକରି ଯେପରି ଭାବରେ ନିଜର ସାଧୁତା ର ପରିଚୟ ପତ୍ର ସୃଷ୍ଠି କଲେ ତାହା ଗଁଦିଆ ବ୍ଲକରେ ସମସ୍ତ ଙ୍କ ପାଇଁ ଏକ ଉଦାହରଣ ସୃଷ୍ଠି କରିଛି ।

ଢେଙ୍କାନାଳ ଗଁଦିଆ ରୁ ତାପସ ଦାସ ଙ୍କ ରିପୋର୍ଟ

Related posts

ମହାବୀର ସମ୍ମାନରେ ସମ୍ମାନୀତ ହେବେ ଜୟନ୍ତ କୁମାର ବେହେରା

masiha

ବରିଷ୍ଠ ଆଇନଜୀବି ଜଗନ୍ନାଥ ମୁଣ୍ଡ ଙ୍କ ପରଲୋକ ଧର୍ମଗଡ ଓକିଲ ସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ….

masiha

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

masiha

Leave a Comment

error: Content is protected !!