ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ଲ୍ୟାମ୍ପସରେ ମାଣ୍ଡିଆ ମଣ୍ଡି ଉଦଘାଟିତ 

ମୟୂରଭଞ୍ଜ-୮/୨/୨୩ (ମସିହା)ମାଣ୍ଡିଆ ଚାଷ ପାଇଁ ରାଜ୍ୟ ସରକାର ଚାଷୀମାନଙ୍କୁ ବହୁ ଯୋଜନା ପ୍ରଣୟନ କରି ଉତ୍ସାହିତ କରୁଛନ୍ତି ।ରାଜ୍ୟ ସରକାରଙ୍କ ମାଣ୍ଡିଆ ଚାଷ ଯୋଜନା ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ଯ ପ୍ରଶଂସା କରିଛନ୍ତି ।ହାଣ୍ଡିରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଆଇଟମ ବରା,ଚକୁଳି,ଚା,ଆଳୁଚପ୍,ସିଙ୍ଗଡା,ଚାପ ବହୁ ସ୍ବାଦିଷ୍ଟ ।ଚାଷୀମାନଙ୍କୁ ସାର,ବିହନ ଯୋଗାଇବା ସହ ଏବଂ କ୍ରୟ କରିବା ପାଇଁ ମଧ୍ୟ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ବିଜାତଳା ଲ୍ୟାମ୍ପସରେ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି ।ବିଜାତଳା ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ ରାଣୀ ମୁର୍ମୁ ଫିତାକାଟି ମାଣ୍ଡିଆ ମଣ୍ଡିର ଉଦ୍ଘାଟନ କରିଥିଲେ। ଲ୍ୟାମ୍ପସ ପରିଚାଳନା ନିର୍ଦେଶକ ଅନିରୁଦ୍ଧ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଣୀ ମୁର୍ମୁ, ସମ୍ମାନୀୟ ଅତିଥି ଲ୍ୟାମ୍ପସ ପରିଚାଳନା ସଭାପତି ରାମଚନ୍ଦ୍ର ବେଶ୍ରା,ଏଆରସିଏସ ରାମଚନ୍ଦ୍ର ବିଶ୍ୱାଳ, ବିଏଓ ନିହାରିକା ଦଳେଇ, ଏଏଓ ଅଜୟ କୁମାର ମହାନ୍ତି, ଟି ଡିସିସି ଡିମ ଅରୁଣ କୁମାର ଦାସଅଧିକାରୀ ଓ ଦୁଲାଲ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ | ପ୍ରଥମ ଦିନରେ ୨୧ ଜଣ ଚାଷୀଙ୍କଠାରୁ ନବେ କୁଇଂଟାଲ ମାଣ୍ଡିଆ କ୍ରୟ କରାଯାଇଥିଲା | ଲ୍ୟାମ୍ପସ କର୍ମଚାରୀ ସଞ୍ଜୟ କୁମାର ବେହେରା, ଭାଗିରଥି ମୁର୍ମୁ, ନିରୋଜ କୁମାର ଗିରି, କ୍ଷୀରୋଦ ଧଳ, ଶଙ୍କର ମୁର୍ମୁ, ରାମଜିତ ବେଶ୍ରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଶେଷରେ ନିର୍ଦ୍ଦେଶକ ପାରାଉ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ରୁ  ଅକ୍ଷୟ ଵିଶ୍ବାଳଙ୍କ ରିପୋର୍ଟ

Related posts

ଗ୍ରାମପଥ ର କବି ବିନୋଦ ଚନ୍ଦ୍ର ନାୟକଙ୍କ ଜୟନ୍ତୀ ପାଳନ

Sunil Chandra Nayak

ଭୁବନ ଉପ ଡାକଘରେ ମାସେ ହେଲା କମ୍ପ୍ୟୁଟର ଅଚଳ

Sunil Chandra Nayak

ଜିଲ୍ଲାପାଳ ଙ୍କ ପି ଇ ଓ ତଥା ଏମ ଆଇ ଙ୍କ ଠୁଁ ଭରଣା କରିବା ନିର୍ଦେଶ ପରେ କଣ୍ଟାଗାଁ ପଞ୍ଚାୟତ ବାସୀ ପାଇଲେ ଜୁନ ମାସର ଚାଉଳ

Sunil Chandra Nayak

Leave a Comment

error: Content is protected !!