ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନସିକ ରୋଗୀ ସୁସ୍ଥ ହୋଇ ଘର ଫେରିଲେ

ନୂଆପଡା // ନୂଆପଡ଼ା ଜିଲ୍ଳା ଖଡ଼ିଆଳ ବ୍ଲକ ଭୂଳିଆସିକୁଆଁ ଗ୍ରାମର ଗରିବ ଅସହାୟ ହିରାଧର ମେହେର ସ୍ତ୍ରୀ ଯୌତି ମେହେର ଓ ତାଙ୍କର ତିନି ପୁଅଙ୍କୁ ନେଇ ପରିବାର ଠିକ ଚାଲୁଥିବା ବେଳେ ବିଗତ କିଛି ବର୍ଷ ହେବ ସ୍ତ୍ରୀ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ ହେଲେ ଅର୍ଥ ଅଭାବରୁ ହୀରାଧର ସ୍ତ୍ରୀଙ୍କ ଚିକିତ୍ସା କରି ପାରି ନଥିଲେ ଫଳରେ ସ୍ତ୍ରୀ ଜ୍ୟୋତି ଗ୍ରାମ ଗ୍ରାମ ବୁଲୁଥିଲେ । ଏହି ପରିବାର ଗୋଟିଏ ଗରିବ ଶ୍ରେଣୀର ହୋଇଥିବା ବେଳେ ମାନସିକ ରୋଗୀ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜି ଥିଲା । ତାଙ୍କର ତିନି ପୁଅଙ୍କ ଲାଳନ ପାଳନ ଠିକ୍ ଭାବରେ କରିପାରୁ ନଥିବାବେଳେ ଏକ ଭଙ୍ଗା ଦଦରା କୁଡିଆ ଘରରେ ପାଞ୍ଚ ପରିବାରର ଜୀବନ ବିତୁଥିଲା । ଏନେଇ ହିରାଧରଙ୍କ କରୁଣ କାହାଣୀ ବିଭିନ୍ନ ଖବର କାଗରେ ପ୍ରକାଶ ହେଲା ପରେ ଖଡ଼ିଆଳର ଦୁଇ ସମାଜ ସେବୀ ଭଜମନ ତାଣ୍ଡି ଓ ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ଉଦ୍ୟମରେ ହିରାଙ୍କ ତିନି ପୁଅଙ୍କୁ ଖଡ଼ିଆଳ ସ୍ଥିତ କାରୁଣ୍ୟ ବାଲ ନିକେତନରେ ପାଠ ପଢ଼ାଇବା ପାଇଁ ତିନି ପୁଅକୁ ଜିଲ୍ଲା ପ୍ରଶାସନ ତରଫରୁ ରଖା ଯାଇଥିଲା । ଏହା ସହିତ ତିନି ପୁଅଙ୍କୁ ଶୀତ ବସ୍ତ୍ର, ଜୋତା ଓ କମ୍ବଳ କିଣି ଦେଇଥିଲେ । ଏହାର ଦିନକ ପରେ ସହଯୋଗର ହାତ ବଢ଼ାଇଥିଲା ଜିଲ୍ଲା ପ୍ରଶାସନ । ମାନସିକ ରୋଗରେ ଆକ୍ରାନ୍ତ ହୋଇ ଅର୍ଥ ଅଭାବରୁ ଚିକିତ୍ସା ହୋଇ ନପାରି ଅସହାୟ ଅବସ୍ଥାରେ ପଡ଼ି ରହିଥିବା ଯୌତିଙ୍କୁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରି ଯୌତିଙ୍କୁ ଖଡ଼ିଆଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଡ୍ ଅନ୍ନଦା ଶଙ୍କର ଦାସ ତତ୍ୱବାଧାନରେ ଭର୍ତି କରି ଚିକିତ୍ସା କରିଥିଲେ । ହେଲେ ଜ୍ୟୋତିଙ୍କ ଅଧିକ ଚିକିତ୍ସା ପାଇଁ ଖଡ଼ିଆଳ ଉପ ଖଣ୍ଡ ଚିକିତ୍ସା ଅଧିକାରୀ ରଞ୍ଜିତ ରାଉତଙ୍କ ନିର୍ଦ୍ଦେଶ କ୍ରମେ ସୁନ୍ଦରଗଡ ଠାରେ ଥିବା ସ୍ବଧାର ଗୃହକୁ ଡାକ୍ତର ଅନ୍ନଦା ଶଙ୍କର ଦାସଙ୍କ ନେତୃତ୍ୱରେ ସ୍ଥାନତର କରିଥିଲେ । ନୂଆପଡ଼ା ଜିଲ୍ଲା ପାଲ ହେମକାନ୍ତ ସାଏ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଖଡ଼ିଆଳ ବିଡିଓ ନାରାୟଣ ସାହୁ, ଖଡ଼ିଆଳ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଫୁଲ୍ଲ ନାୟକ ପ୍ରମୁଖ ଆର୍ଥିକ ସହଯୋଗ କରି ସୁନ୍ଦରଗଡ ପଠାଇଥିଲେ । ସେଠାରେ ଜ୍ୟୋତି ଦୁଇ ମାସ ଚିକିତ୍ସା ପରେ ଭଲ ହୋଇ ନିଜ ଘରକୁ ଫେରିଛନ୍ତି । ଘରକୁ ଫେରିଲା ପରେ ସ୍ଵାମୀ ହିରାଧରଙ୍କ ସହିତ ଯାଇ ଆଶ୍ରମକୁ ଯାଇ କର୍ତ୍ତୃପକ୍ଷଙ୍କ ସହିତ କଥା ହେବା ସହିତ ତିନି ପୁଅଙ୍କୁ ସାକ୍ଷାତ କରି ଖୁସି ହୋଇଥିଲେ । ହୀରାଧର ନିଜ ସ୍ତ୍ରୀ ଓ ପୁଅଙ୍କୁ ନେଇ କିପରି ସେ ନିଜସ୍ଵ ଘରେ ରହିବେ ସେ ନେଇ ଚିନ୍ତିତ ଅଛନ୍ତି । ସୂଚନା ଥାଉକି ହିରାଧରଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଆବାସ ଯୋଜନା ମିଳି ପାରି ନାହିଁ ଯାହା ଫଳରେ ସେ ଏକ ଚାଲ ଛପର ଭଙ୍ଗା ଘରେ ପଲିଥିନ ଢାଙ୍କି ରହୁଥବ ପ୍ରକାଶ କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ହିରାଧରଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇ ଦେବାକୁ ହିରାଧର ଅନୁରୋଧ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଓଡ଼ିଆ ଅଧ୍ୟାପକ ଡଃ ଅରବିନ୍ଦ ଦାସଙ୍କ ପତ୍ନୀଙ୍କ ଅକାଳ ବିୟୋଗ

masiha

ରାଉରକେଲା ର ବିଭିନ୍ନ ସ୍ଥାନରେ ବିଶ୍ୱ ଯୋଗ ଦିବସ ପାଳିତ 

masiha

420 ଶିକ୍ଷୟତ୍ରୀ ଶିକ୍ଷକ ଡ୍ରେସ କୋଡ଼ ବର୍ଜନ କଲେ

Sunil Chandra Nayak

Leave a Comment

error: Content is protected !!