ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ନାର୍କୋ ଓ ପଲିଗ୍ରାଫ ଟେଷ୍ଟ୍ କିଭଳି କରାଯାଏ ? 

ଗୋପାଳର ହେବ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ୍ । ତେବେ , ନାର୍କୋ ପଲିଗ୍ରାଫ ଟେଷ୍ଟ୍ କ’ଣ ? ଏହି ଟେଷ୍ଟ୍ କେମିତି କରାଯାଏ ? 
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ପ୍ରଥମେ ପଲିଗ୍ରାଫ ଟେଷ୍ଟ କରାଯିବ। ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ତା’ ପରେ ନାର୍କୋ ଟେଷ୍ଟ କରାଯିବ। ଗୋପାଳକୁ ଗୁଜରାଟ ନେଇଥିବା କ୍ରାଇମବ୍ରାଞ୍ଚ ଏହି ଯୋଜନା ରଖିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ନାର୍କୋ ଟେଷ୍ଟ ପୂର୍ବରୁ ଅଭିଯୁକ୍ତ ଗୋପାଳର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ। ଯେହେତୁ ବାଇପୋଲାର ରୋଗ ନେଇ ଗୋପାଳ ପୂର୍ବରୁ ଚିକିତ୍ସିତ ହେଉଥିବା କଥା ସାମନାକୁ ଆସିଥିଲା, ତେଣୁ ନାର୍କୋ ଟେଷ୍ଟ ପୂର୍ବରୁ ଡାକ୍ତରଙ୍କ ଉପଦେଶ ମୁତାବକ ସମସ୍ତ ମେଡିକାଲ ଯାଞ୍ଚ କରାଯିବ। ‌ଯାଞ୍ଚ ରପୋର୍ଟ ଆସିବା ପରେ ନାର୍କୋ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି

ନାର୍କୋ ଟେଷ୍ଟ କ’ଣ ?

ନାର୍କୋ ଟେଷ୍ଟ ହେଉଛି ନାର୍କୋ ଆନାଲିସିସ ଟେଷ୍ଟ,ଯେଉଁ ବ୍ୟକ୍ତିଙ୍କର ଏହି ପରୀକ୍ଷା କରାଯିବ, ତାଙ୍କ ଶରୀରକୁ ସୋଡିୟମ ପେଂଟୋଥାଲ ନାମକ ଏକ ଡ୍ରଗ୍ ଛଡ଼ାଯାଏ, ଇଞ୍ଜେକସନ ମାଧ୍ୟମରେ ଏହି ଡ୍ରଗସ୍ ଅଭିଯୁକ୍ତ ଶରୀରରେ ଦିଆଯାଏ,ଅଭିଯୁକ୍ତ ଜଣକ ହିପ୍ନୋଟିକ ଅବସ୍ଥା ବା ସମ୍ମୋହିତ ସ୍ଥିତିକୁ ଆସି ଯାଆନ୍ତି,ଏହି ଅବସ୍ଥାରେ ଜଣେ ବ୍ୟକ୍ତି କିଛି କାଳ୍ପନିକ କଥା ଭାବିବାକୁ ସମର୍ଥ ରହିନଥାଏ,ଫଳରେ ମିଛ କହିପାରେ ନାହିଁ,ନାର୍କୋ ଟେଷ୍ଟ ବେଳେ ଅଭିଯୁକ୍ତକୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚରାଯାଏ,ନାର୍କୋ ଟେଷ୍ଟ ବେଳେ ଦେଉଥିବା ଉତ୍ତରକୁ, ସତ ବୋଲି ବିଶ୍ୱାସ କରାଯାଏ,ବିଭିନ୍ନ ଜଟିଳ କେସରେ ତଥ୍ୟ ପ୍ରମାଣ ପାଇଁ ତଦନ୍ତକାରୀ ସଂସ୍ଥା ଏହି ପ୍ରକ୍ରିୟା ଆପଣେଇଥାନ୍ତି, ନାର୍କୋ ଟେଷ୍ଟରୁ ମିଳିଥିବା ତଥ୍ୟକୁ କୋର୍ଟରେ ପ୍ରମାଣ ହିସାବରେ ରଖାଯାଇ ପାରିବ ନାହିଁ,ଏଥିରୁ ମିଳିଥିବା ତଥ୍ୟକୁ ଆଧାର କରି ଯାଂଚ ଟିମ୍ ଯେଉଁ ପ୍ରମାଣ ଯୋଗାଡ଼ କରିବ, ତାକୁ କୋର୍ଟରେ ଦାଖଲ କରାଯାଇପାରିବ।

ପଲିଗ୍ରାଫ ଟେଷ୍ଟ କ’ଣ ଓ ଏହି ଟେଷ୍ଟ କେମିତି କରାଯାଏ ?

ପଲିଗ୍ରାଫ ଟେଷ୍ଟକୁ ଲାଇ-ଡିଟେକସନ ଟେଷ୍ଟ ମଧ୍ୟ କୁହାଯାଏ,ଗୋଟିଏ ମେସିନ ସାହାଯ୍ୟରେ ଏହି ପରୀକ୍ଷା କରାଯାଏ,ଏହି ଟେଷ୍ଟରୁ ଜଣାପଡେ ଯେ ବ୍ୟକ୍ତି ଜଣକ ସତ କହୁଛନ୍ତି ନା ମିଛ,ଟେଷ୍ଟ ସମୟରେ ଶରୀରରେ ହେଉଥିବା ପରିବର୍ତ୍ତନ ଏହି ମେସିନ ଦ୍ୱାରା ଜାଣିହୁଏ,ହୃଦସ୍ପଦନ, ରକ୍ତଚାପ, ଝାଳ ବୋହିବା, ନିଶ୍ୱାସପ୍ରଶ୍ୱାସରେ ପରିବର୍ତ୍ତନ ଜଣାପଡେ,ଅପରାଧୀଙ୍କ ଠାରୁ ସତ ବାହାର କରିବା ପାଇଁ ପଲିଗ୍ରାଫ ଟେଷ୍ଟ କରାଯାଏ,ମିଛ କହିଲେ, ହୃଦସ୍ପଦନ ଓ ରକ୍ତଚାପରେ ପରିବର୍ତ୍ତନ ଦେଖାଯାଏ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଜ୍ଞାନ ଓ ବାଣିଜ୍ୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବଡ଼ ଖବର – ମେ ୨୮ରେ +୨ ରେଜଲ୍ଟ ତାରିଖ ଘୋଷଣା, ପ୍ରଥମେ ପ୍ରକାଶ ପାଇବ ବିଜ୍ଞାନ ଓ ବାଣିଜ୍ୟର ଫଳ

ଆଜି ଓଡିଶାରେ ଚାଲିଛି ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍, ହାୱଡାରୁ ଭୁବନେଶ୍ୱର ଅଭିମୁଖେ ବାହାରିଲା ଟ୍ରେନ୍

Sunil Chandra Nayak

ଫେବୃଆରୀ ୩ରୁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

masiha

Leave a Comment

error: Content is protected !!