ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋରିଗାଁ ରେ ଦୀର୍ଘବର୍ଷ ପରେ ବାଲିଯାତ୍ରା ହେଲା ଉଦଘାଟନ

  ଡାବୁଗାଁ, ୧୦/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବୋରିଗାଁ ଗ୍ରାମ ପଞ୍ଚାୟତ ସଦର ମହକୁମାରେ ଆଜି ଦୀର୍ଘ ବର୍ଷ ପରେ ବାଲିଯାତ୍ରା ମାନ୍ୟବର ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ ଓ ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ ଙ୍କ ଦ୍ଵାରା ଉଦଘାଟନ ହୋଇଯାଇଛି । ଏହି ଅବସରରେ ଆଜି ମଧ୍ୟାହ୍ନ ସମୟରେ ବିଧାୟକ, ଜିଲ୍ଲା ପରିଷଦ ଅଧକ୍ଷ,ଡାବୁଗାଁ ବ୍ଲକ ଅଧକ୍ଷା, ସାଂସଦ ପ୍ରତିନିଧି ଏମ. ଆପ୍ପା ରାଓ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ପି. ନାଗା ରାଓ, ଗେଦୁ ପଟ୍ଟନାୟକ ପ୍ରମୁଖ ଙ୍କୁ ପୁଷ୍ପମାଲ୍ୟ ଦେଇ ବାଲିଯାତ୍ରା ହେବା ସ୍ଥାନକୁ ପାଛୋଟି ନେଇ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ଫିତା କାଟି ଉଦଘାଟନ କରିଥିଲେ । ତାପରେ ସମସ୍ତ ଗ୍ରାମବାସୀଙ୍କ ସମବେତରେ ଏକ ବୈଠକ ହୋଇଥିଲା । ପ୍ରିୟ ବିଧାୟକଙ୍କୁ ଗ୍ରାମବାସୀଙ୍କ ତରଫରୁ ଲକ୍ଷ୍ମଣ ପନକା ବାଲିଯାତ୍ରା ପାଇଁ ଏକ ମଣ୍ଡପ ନିର୍ମାଣ ନିମନ୍ତେ ଗୁହାରୀ କରିବା କ୍ଷଣି ବିଧାୟକ ବ୍ଲକ ସଭାପତି ମିଶ୍ରଙ୍କୁ ଶୁଭଦିନ ବାର ଠିକ କର, ମଣ୍ଡପର ଶୁଭ ଦେବା । ଉକ୍ତ ବାଲିଯାତ୍ରା ଆଜି ଠାରୁ ୩ ମାସ ପର୍ଯ୍ୟନ୍ତ ଚାଲୁ ରହିବ। ବାଲିଯାତ୍ରାର ନିମନ୍ତେ ମହାପଟୁଆରରେ କଳସରେ ଜଳ ଆଣିବା ପାଇଁ ବାଲି ବଡନା ନଦୀକୁ ଯାଇ ସୁକାଲୁ ପୁଝାରୀଙ୍କ ଘର ପଛପଟରେ ହୋଇ ଥିବା ମଣ୍ଡପ ପାଖକୁ ଆଣିଥିଲେ । ଆଜି ପୁଜାର୍ଚ୍ଚନା ହେବାପରେ ଦେବା ଦେବୀଙ୍କ ପ୍ରତୀକ ଲାଠି, କୁର୍ଚି, ସେହି ମଣ୍ଡପରେ ରଖାଯାଇ ପୁଜା ପାଇବେ । ପୁଜାରୀମାନଙ୍କ ମଧ୍ୟରେ ମୁଠା ପୁଜାରୀ ସୁକାଲୁ, ଅମନିତ ଡୁମା ପୁଜାରୀ ସୁକମନ, ମାଟି ପୁଜାରୀ ଜଗା, ମା ପେଣ୍ଡ୍ରାଣୀ ପୁଜାରୀ ସୁନାଧର, ମହମା ପୁଜାରୀ ମହାଦେବ, ରାଜେନ, ଧନୁର୍ଜୟ, ମୋତିରାମ, ସଦନ, ଶିରାମାନେ ଫଗୁନୁ, ସୋମନାଥ, ସନସାଇ, ଗୋବିନ୍ଦ, କେତନ, ଦୁର୍ଗା, ଶୁକ୍ରୁ ଓ ଅନନ୍ତରାମ ପ୍ରମୁଖ ଯୋଦେଇ ଥିବା ବେଳେ ଗ୍ରାମର ଦଶମୁ କଲାର, ଡମୁ ପୁଜାରୀ, ଇଶ୍ଵର ଭତ୍ରା, କ୍ରୁଷ ପନକା, ଅମୁଲ୍ୟ ନାୟକ, ଚନ୍ଦ୍ର ପନକା, ଧନସିଂ ପନକା, ସୋନୁ ଗୁପ୍ତା, ଟିନୁ ଗୁପ୍ତା, ଅଯୋଧ୍ୟା ମାଳି ପ୍ରମୁଖ ଗ୍ରାମର ଭଦ୍ରବ୍ୟକ୍ତି ସହଯୋଗ କରିଥିଲେ । ଉକ୍ତ ସ୍ଥାନରେ ବଲିଅର ଗଉଡ ପେନସନ ପାଉ ନଥିବା କଥା କହିବାରୁ ସଙ୍ଗେ ସଙ୍ଗେ ବ୍ଲକକୁ ନେଇ ବୃଦ୍ଧଙ୍କୁ ପେନସନ ଦେଇ ଆତ୍ମତ୍ରୁପ୍ତି ପାଇ ଥିଲେ । ଉକ୍ତ ବାଲିଯାତ୍ରା ୮୦ ରୁ ଉର୍ଧ ବୟସ ବୃଦ୍ଧ ସଦନ ପୁଜାରୀଙ୍କୁ ୮ ବର୍ଷ ବୟସ ହୋଇ ଥିବା ସମୟରେ ଉକ୍ତ ବାଲିଯାତ୍ରା ହୋଇଥିବା ସୁଚନା ସେ ନିଜେ ଦେଇଥିଲେ । ଆସନ୍ତା କାଲି ବୋରିଗାଁ ମୁଠା କୁ ପରିଆ ଓ ହିରାପୁର ଏଇ ଦୁଇ ମୁଠାରୁ ମୋଟ ୯୩ ଟି ମୌଜା ରୁ ବହୁ ସଙ୍ଖ୍ୟାରେ ଲାଠି, କୁର୍ଚି ଆସି ପହଞ୍ଚିବେ ବୋଲି ଗ୍ରାମବାସୀ ମନ କହିଛନ୍ତି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲା ଓକିଲ ସଂଘର ସମ୍ମିଳନୀ

Sunil Chandra Nayak

ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ନାଟ୍ୟ କର୍ମଶାଳା ଉଦଯାପିତ ଦର୍ଶକମାନେ ଅଭିନେତାମାନଙ୍କ ମଧ୍ୟରେ ନିଜକୁ ଖୋଜି ପାଇଥାନ୍ତି

masiha

ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘ ସହ ଆରଏସପି ରାଖଡ ପରିବହନ ନେଇ ଚୁକ୍ତି  ସାମ୍ବାଦିକ ସମ୍ମିଳନୀରେ ଧନ୍ୟବାଦ ଜଣାଇଲେ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘର ସଭାପତି

Sunil Chandra Nayak

Leave a Comment

error: Content is protected !!