ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଭାଗିରଥୀ ଠାକୁର ମେମୋରିଆଲ କ୍ରିକେଟ ବେହେରା କୁ ହରାଇ ଲିମସେର ଚମ୍ପିୟାନ

କଳାହାଣ୍ଡି ଜିଲ୍ଲା ଧର୍ମଗଡବ୍ଲକ ଖୁଟୁଲୁଗୁଡା ଠାରେ ଦୀର୍ଘ ୮ ଦିନ ଧରି ଚାଲିଥିବା ଭାଗୀରଥି ଠାକୁର ମେମୋରିଆଲ କ୍ରିକେଟ ଟୁର୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଯାଇଛି । ବି ପ୍ରଭାଷ ମିନିଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣାମେଣ୍ଟ ରେ କଳାହାଣ୍ଡି ଜିଲ୍ଲାର ୧୬ ଟି ପ୍ରମୂଖ ଟିମ ଅଂଶଗ୍ରହଣ କରିଥିଲେ । ଆଜି ରୋମାଞ୍ଚକ ଫାଇନାଲ ମ୍ଯାଚ୍ ଧର୍ମଗଡ ବ୍ଲକ ର ବେହେରା ବନାମ ଗୋଲାମୁଣ୍ଡା ବ୍ଲକର ଲିମସେର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଲିମସେର ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲେ । ନିର୍ଧାରିତ୧୨ଓଭର ରେ ୯ ଓ୍ବିକେଟ ହରାଇ ୧୨୮ ରନ ସଂଗ୍ରହ କରିଥିଲେ । ଦ୍ବିତୀୟ ଇନିଂସ ରେ ବେହେରା ଦଳ ବ୍ୟାଟିଂ କରିଥିଲେ । ନିର୍ଦ୍ଧାରିତ ୧୨ ଓଭର ମଧ୍ୟରେ ସମସ୍ତ ଓ୍ବିକେଟ ପତନ ସହ ୧୧୩ ରନ ସଂଗ୍ରହ କରି ରନର୍ସ ଅଫ୍ ହୋଇଥିଲେ । ଏଠାରେ ଲିମସେର ଦଳକୁ ଚମ୍ପିୟାନ ଘୋଷଣା କରାଯାଇଥିଲା। ଲିମସେର ଦଳ ର ପ୍ରିୟ କୃଷ୍ଣ ପଟେଲ ମ୍ୟାନ ଅଫ ଦି ମ୍ୟାଚ୍ ଓ ମ୍ୟାନ ଅଫ ଦି ସିରିଜ୍ ବିବେଚିତ ହୋଇଥିଲେ।ମୂଖ୍ୟ ଅତିଥି ଭାବରେ ବଡଘୁମର ସରପଞ୍ଚ ଜନ୍ମେଜୟ ଗୋପାଳ ,ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ଇଙ୍ଗିତ ପଣ୍ଡା, ସମାଜସେବୀ ମଦନ ବଣିଆ ଯୋଗ ଦେଇଥିଲେ । ଆଜିର ମ୍ୟାଚ କୁ ରାଜୁଦୀପ ଏବଂ ନିରଞ୍ଜନ ସୁନାନୀ ପରିଚାଳନା କରିଥିଲେ । ପୁରା ଟୁର୍ଣାମେଣ୍ଟ କୁ କମିଟି ର ସଭାପତି ନିର୍ମଳ ଗୋପାଳ, ଦେବେନ୍ଦ୍ର ଗୋପାଳ, ରମେଶ ଗୋପାଳ, ଝସକେତନ ଗୋପାଳ, ରଶ୍ମି ଗୋପାଳ ପ୍ରମୂଖ ପରିଚାଳନା କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

Dignitaries supported the IDCA 6th One-Day National Zonal Cricket Championship for Deaf in East Coast Railway Stadium, Bhubaneswar & SOA Cricket Ground, Bhubaneswar for inclusivity.

masiha

୧୩ ତମ ୨ ଦିନିଆ ଫୁଟବଲ ଟୁର୍ନାମେଣ୍ଟ ୨0 ୨ ୫ ଅନୁଷ୍ଠିତ : ମହାରାଣୀ ସୁସାର ୟୁଥ କ୍ଲବ 

Sunil Chandra Nayak

ମା ମାଉଲି କ୍ରିକେଟ କ୍ଳବ ତରଫ ରୁ ଟି-ଟେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ , ରୂପ୍ରା ଟିମ ଚାମ୍ପିୟାନ

Sunil Chandra Nayak

Leave a Comment

error: Content is protected !!